ବିଶ୍ୱତାପନ
ବିଶ୍ୱତାପନର ପରିଭାଷା[୨]: ପୃଥିବୀର ଜଳବାୟୁ ତନ୍ତ୍ରର ହାରାହାରି ତାପମାନରେ ଅବଲୋକିତ ବୃଦ୍ଧି ।
କାରଣ
[ସମ୍ପାଦନା]- ସବୁଜ କୋଠରୀ ପ୍ରଭାବ / ଗ୍ରୀନ୍ ହାଉସ୍ ଇଫେକ୍ଟ
ପୃଥିବୀପୃକ୍ଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ । ଫଳରେ ବାୟୁମଣ୍ଡଳର ଉତ୍ତାପ ବଢେ । ଏହାକୁ ସବୁଜ କୋଠରୀ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ୍ କୁହାଯାଏ । ମିଥେନ୍, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ, ନାଇଟ୍ରସ୍ ଅକ୍ସାଇଡ୍ ପରି "ଗ୍ରୀନହାଉସ୍ ଗ୍ୟାସ୍"ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହି ସବୁ ଗ୍ୟାସର ପରିମାଣ ବଢ଼ି ଯାଇ ପୃଥିବୀକୁ ଏକ "ସବୁଜ କୋଠରୀ"ରେ ପରିଣତ କରି ଦେଇଛି । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରିଛନ୍ତି । ଜାରଣଦ୍ୱାରା ପ୍ରଚୁର ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡ଼ାଯାଏ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ ଯାହାକି ବିଶ୍ୱତାପନର ପ୍ରମୁଖ କାରଣ ଅଟେ ।
କିଏ କେତେ ପରିମାଣରେ ଦାୟୀ (ସବୁଜ କୋଠରୀ ପ୍ରଭାବ ନିମନ୍ତେ)[୩] [୪]:
ଅଙ୍ଗାରକାମ୍ଳ | ମିଥେନ୍ | ଜଳୀୟବାଷ୍ପ | ଅନ୍ୟାନ୍ୟ |
---|---|---|---|
୯-୨୬% | ୪-୯% | ୩୬-୭୦% | ୩-୭% |
- ସୌର ପ୍ରକ୍ରିୟା
ବୈଜ୍ଞାନିକମାନେ ଦର୍ଶାଇଛନ୍ତି[୫] ଯେ ସୌର ଓ ଆଗ୍ନେୟଗିରୀୟ/ଜ୍ୱାଳାମୁଖୀୟ ପ୍ରକ୍ରିୟା "ପ୍ରାକୃତିକ" ବିଶ୍ୱତାପନର ଏକ ପ୍ରମୁଖ କାରଣ ଅଟେ କିନ୍ତୁ ଏହା ବର୍ତ୍ତମାନର କ୍ଷୀପ୍ର ଜଳବାୟୁ ପରିବର୍ତ୍ତନ ନିମନ୍ତେ ଦାୟୀ ନୁହେଁ ।
ପରିଣାମ
[ସମ୍ପାଦନା]ବିଭିନ୍ନ ତଥ୍ୟରୁ ଜଣାପଡେ ଯେ ପୃଥିବୀର ତାପମାତ୍ରା ମାତ୍ର ୦.୫୦C ବଢ଼ିଥିବାରୁ ଅନେକ ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱତାପନ ଯୋଗୁଁ ହିମାଳୟର ଗଙ୍ଗୋତ୍ରୀ ହିମସ୍ରୋତ ତରଳୁ ଅଛି । ବରଫ ତରଳିବା ବିଶ୍ୱତାପନର ଏକ ଭୟକଂର ପରିଣାମ । ଏହା ଯୋଗୁଁ ସମୁଦ୍ର ପତ୍ତନ ବଢୁଛି । ସମୁଦ୍ର ପତ୍ତନରେ ଅଧିକ ବୃଦ୍ଧି ହେଲେ ଉପକୂଳ ଅଚଂଳରେ ସମୁଦ୍ର ଜଳ ପ୍ରବେଶ କରିବ ।
ବିଶ୍ୱତାପନ ଯୋଗୁଁ ଅନେକ ଜୀବଜାତି ବିଲୁପ୍ତ ହୋଇଯିବେ ଏବଂ ଏହା ବିଭିନ୍ନ ପରିସଂସ୍ଥାର ଜୈବବିବିଧତାକୁ ହ୍ରାସ କରିଦେବ[୬] ।
ପ୍ରତିବେଦନ
[ସମ୍ପାଦନା]- ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନ ପୃଥିବୀରେ ବ୍ୟକ୍ତିବିଶେଷ ତଥା ସରକାରଙ୍କ ପାଇଁ ଏକ ମୁଖ୍ୟ ଅନୁଚିନ୍ତା । ଗ୍ରୀନହାଉସ୍ ଗ୍ୟାସର ପରିମାଣ କମାଇବା ନିମନ୍ତେ ଅନେକ ଦେଶ ଚୁକ୍ତିବଦ୍ଧ ହେଲେଣି । United Nations Framework Convention on Climate Change (ୟ.ଏନ୍.ଏଫ୍.ସି.ସି.) ସେପରି ଏକ ପରିବେଶ ସମ୍ବନ୍ଧୀୟ କମିଟି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଷ ଉପରେ ମାନବିକ ଅନ୍ତର୍କ୍ଷେପକୁ ଯଥାସମ୍ଭବ ଛୋଟ କରିବା ।
- ନାସା[୭] ଓ ରୋୟାଲ୍ ସୋସାଇଟି[୮] ପରି ଅନୁସ୍ଥାନ ଜଳବାୟୁ ଇଞ୍ଜିନିଅରିଙ୍ଗ୍(Climate Engineering)କୁ ଏକ ପ୍ରତିବେଦନ ଭାବରେ ଅନ୍ୱେଷଣ କରୁଛନ୍ତି ।
ଆଧାର
[ସମ୍ପାଦନା]- ↑ 2009 Ends Warmest Decade on Record. NASA Earth Observatory Image of the Day, 22 January 2010.
- ↑ "Warming of the climate system is unequivocal" p.2, IPCC, Climate Change 2013: The Physical Science Basis - Summary for Policymakers, Observed Changes in the Climate System, p. 2, in IPCC AR5 WG1 2013 .
- ↑ Schmidt, Gavin (6 April 2005). "Water vapour: feedback or forcing?". RealClimate. Retrieved 21 April 2009.
- ↑ Trenberth et al., Ch. 3, Observations: Atmospheric Surface and Climate Change Archived 2017-09-24 at the Wayback Machine., Section 3.2.2.2: Urban Heat Islands and Land Use Effects Archived 2014-05-12 at the Wayback Machine., p. 244 Archived 2017-10-23 at the Wayback Machine., in IPCC AR4 WG1 2007 .
- ↑ Hegerl, et al., Chapter 9: Understanding and Attributing Climate Change Archived 2011-11-28 at the Wayback Machine., Frequently Asked Question 9.2: Can the Warming of the 20th century be Explained by Natural Variability? Archived 2018-11-20 at the Wayback Machine., in IPCC AR4 WG1 2007 .
- ↑ Schneider et al., Chapter 19: Assessing Key Vulnerabilities and the Risk from Climate Change Archived 2018-11-02 at the Wayback Machine., Section 19.3.4: Ecosystems and biodiversity Archived 2018-11-28 at the Wayback Machine., in IPCC AR4 WG2 2007 .
- ↑ "Workshop on managing solar radiation" (PDF). NASA. April 2007. Archived from the original (PDF) on 31 May 2009. Retrieved 23 May 2009.
- ↑ "Stop emitting CO2 or geoengineering could be our only hope" (Press release). The Royal Society. 28 August 2009. Retrieved 14 June 2011.