"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Created by translating the page "Sadashiv Amrapurkar" |
Aditya Mahar (ଆଲୋଚନା | ଅବଦାନ) ଟିକେ Aditya Mahar ପୃଷ୍ଠାଟିକୁ ସଦାଶିବ ଅମ୍ରାପୁରକାର , ଅଭିନେତାରୁ ସଦାଶିବ ଅମ୍ରାପୁରକାରକୁ ଘୁଞ୍ଚାଇଲେ |
(କିଛି ବଦଳିନାହିଁ)
|
୦୯:୫୯, ୧୧ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ସଦାଶିବ ଅମ୍ରାପୁରକାର ( ୧୧ , ମଇ , ୧୯୫୦- ୩ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତା । ସେ କାଦର ଖାନ ଙ୍କ ପରି ଜଣେ ନିଖୁଣ ଅଭିନେତା ଥିଲେ । ହିନ୍ଦୀ ଓ ମାରାଠି ଫିଲ୍ମ ରେ ସେ ୧୯୮୩ ରୁ ୧୯୯୯ ଯାଏ ସବୁ ପ୍ରକାର ଚରିତ୍ର ରେ ଖୁବ ପ୍ରକୃତିକ ଭାବରେ ଅଭିନୟ କରି ବିପୁଳ ଜନପ୍ରିୟତା ହାସଲ କରିଥିଲେ ।
'ସଡକ' ଚଳଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଅଭିନୟ ନିମନ୍ତେ ସେ ୧୯୯୧ ରେ ଫିଲ୍ମ ଫେୟାର ପୁରସ୍କାର ରେ ସମ୍ମାନିତ ହେଇଥିଲେ । ସେ ଖଳନାୟକ ଭୂମିକା ସହ , ଚରିତ୍ର ଅଭିନେତା , ହାସ୍ୟ ଅଭିନେତା ଭାବରେ ପାରଦର୍ଶିତା ର ସହ ଅଭିନୟ ସବୁ କରି ପାରୁଥିଲେ ।
ବ୍ୟକ୍ତିଗତ ଜୀବନୀ
ସଦାଶିବ ଅମ୍ରାପୁରକାର ୧୯୫୦ ରେ ମହାରାଷ୍ଟ୍ର ର ଅହମଦନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ର ପ୍ରକଟ କରିଥିଲେ । ପୁନେ ବିଶ୍ୱବିଦ୍ୟାଳୟ ରୁ ଇତିହାସ ରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତ ରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବ ରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନି ଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ ) ରେ ପ୍ରଥମ କରି ଫିଲ୍ମ ଜଗତ ରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନ ରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ।
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷା ରେ ୩୦୦ ରୁ ଉର୍ଦ୍ଧ ଫିଲ୍ମ ରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚିତ୍ର ରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକ ଙ୍କ ବହୁଳ ପ୍ରଶଂଷା ମଧ୍ୟ ପାଇଥିଲେ ।
ସଦାଶିବ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହର ରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ ଙ୍କ ସହ ମିଶି ସେ ସମାଜ ର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
ଅନ୍ଧତ୍ଵ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀ ମାନଙ୍କ ପାଇଁ ସେ ଅହମଦନଗର ରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ
ବିଶିଷ୍ଟ ସମାଜସେବିକା ମେଧା ପାଟକାର ଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନ ରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।
ମରାଠି ଓ ହିନ୍ଦୀ ର ଜଣେ ନିବିଡ ପାଠକ ଥିଲେ ଓ ନିଜେ ଅନେକ ପତ୍ରିକା ଓ ସଂବାଦପତ୍ର ରେ ନିୟମିତ ଲେଖା ଦଉଥିଲେ । ତାଙ୍କ ରଚିତ ପୁସ୍ତକ ' କିମାଯାଗାର '( ହେନରୀ କେଲର ଙ୍କ ଉପରେ ଆଧାରିତ ) ଓ 'ସିକ୍ସ ଲେସନ ଇନ ଏକ୍ଟିଂ ' ମଧ୍ୟ ପ୍ରକାଶିତ ।
ଫୋଟୋଗ୍ରାଫି ଓ ଚିତ୍ରାଙ୍କନ ରେ ମଧ୍ୟ ତାଙ୍କର ଦଖଲ ଥିଲା ।
ଫିଲ୍ମ ଅଭିନୟ
ତାଙ୍କର ଅଭିନୀତ ପ୍ରସିଦ୍ଧ ଫିଲ୍ମ ମଧ୍ୟ ରେ ଅର୍ଦ୍ଧ ସତ୍ୟ , ନାସୁର , ଖାମୋସ ଆଦି ବହୁଳ ଆଦୃତ । ଏହା ଛଡା ସେ ହାସ୍ୟଭିନେତା ଭାବେ ଆଖେ , କୁଲି ନ ୧, ହମ ସାଥ ସାଥ ହୈ ଆଦି ଚିତ୍ର ରହିଛି । ସେ ସ୍ୱାୟମ ନାମକ ଚଳଚିତ୍ର ରେ ବୃଦ୍ଧ ଭୂମିକା ଏପରି ଚମତ୍କାର ଭାବରେ କରିଥିଲେ ଯାହା ସମାଲୋଚକ ମାନଙ୍କୁ ମଧ୍ୟ ପ୍ରଶଂଷା କରିବାକୁ ବାଧ୍ୟ କରିଥିଲା । ସେ ଏହି ଚରିତ୍ର ବିନା ପାରିଶ୍ରମିକ ରେ କରିଥିଲେ ।
ରୁଗ୍ନାବସ୍ଥା ଓ ପରଲୋକ ଗମନ
ସଦାଶିବ ଯକୃତ ରୋଗ ରେ ପୀଡିତ ହେଇ ୨୦୧୪ ରେ ଚିକିସ୍ଥାଲୟ ରେ ଭର୍ତି ହେଇ ୩ ନଭେମ୍ବର , ୨୦୧୪ ରେ ପ୍ରାଣତ୍ୟାଗ କରିଥିଲେ । ସେତେବେଳେ ତାଙ୍କୁ ୬୪ ବର୍ଷ ହେଇଥିଲା
ଫିଲ୍ମ ଫେୟାର ପୁରସ୍କାର ତାଲିକା
- 1984: won: Best Supporting Actor: Ardh Satya
- 1988: nominated: Best Villain for Kaal Chakra
- 1991: won: Best Villain: Sadak
- 1998: nominated: Best Villain for Ishq[୧]
କର୍ମଜୀବନ
- Pai, Pai an Pai (one-act play, director, actor)
- Bandu, Baby ani Burkha ( One Act play, Director, Actor)
- Jawai Maza Bhala ( One Act play, Director, Actor)
- Bhatala dili Osri (Actor)
- Kaka Kishacha (Actor)
- Karaila gelo Ek (Actor)
- Brahmacha Bhopla (Actor)
- Kahi Swapna Vikaichi Aahet (Actor, Director)
- Yatrik (Director, Actor)
- Hawa Andhara Kavadsa (Actor, Director)
- Chhinna (Director, Actor)
- Chhoo Mantar (Actor, Director)
- Vitthala (Director)
- Me Kumar (Director)
- Suryachi Pillay (Actor)
- Hands Up (Actor, Director)
- Kanyadaan (Actor, Director)
- Nishpap (Director)
- Lagnachi Bedi (Actor)
- Akasmat (Director, Actor)
- Ti Phulrani (Actor)
- Jyacha Tyacha Vithoba (Director, Actor)
ନାଟ୍ଯ ଜଗତ ରେ ସେ ସ୍ମିତା ପାଟିଲ , ଶ୍ରୀରାମ ଲାଗୁ ,ସୁଭାଷ ଯୋଶୀ ଙ୍କ ପରି ନାମୀ କଳାକାର ଙ୍କୁ ନିର୍ଦେଶନା ଦେଇଥିଲେ ।
ଟିଭି ସିରିୟାଲ
- ରାଜ ସେ ସ୍ଵରାଜ
- ଭାରତ ଏକ ଖୋଜe
- କୁଜାବାଡୁ
- ଶୋଭା ସୋମନାଥ କି
ପ୍ରଚ୍ଛଦ ଗାୟକ
- ହଉ ଦେ ଜରା ସା ଉଶୀର (୨୦୧୩)
- ଅଗ୍ନିକାଳ ( ୧୯୯୦)
Selected filmography
External links
- ଇଣ୍ଟରନେଟ ମୁଭି ଡାଟାବେସରେ ସଦାଶିବ ଅମରାପୁରକରInternet Movie Database
- Sadashiv Amrapurkar – Filmography at Bollywood Hungama
- ↑ Best Actor in Neagative role : Sadak.