ସଦାଶିବ ଅମରାପୁରକର

ଉଇକିପିଡ଼ିଆ‌ରୁ
(ସଦାଶିବ ଅମ୍ରାପୁରକାରରୁ ଲେଉଟି ଆସିଛି)

ସଦାଶିବ ଅମ୍ରାପୁରକାର ( ୧୧ , ମଇ , ୧୯୫୦- ୩ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତା । ସେ କାଦର ଖାନଙ୍କ ପରି ଜଣେ ନିଖୁଣ ଅଭିନେତା ଥିଲେ । ହିନ୍ଦୀ ଓ ମାରାଠି ଫିଲ୍ମରେ ସେ ୧୯୮୩ରୁ ୧୯୯୯ ଯାଏ ସବୁ ପ୍ରକାର ଚରିତ୍ରରେ ଖୁବ ପ୍ରକୃତିକ ଭାବରେ ଅଭିନୟ କରି ବିପୁଳ ଜନପ୍ରିୟତା ହାସଲ କରିଥିଲେ । 

'ସଡକ' ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଅଭିନୟ ନିମନ୍ତେ ସେ ୧୯୯୧ରେ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ ଖଳନାୟକ ଭୂମିକା ସହ , ଚରିତ୍ର ଅଭିନେତା , ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହ ଅଭିନୟ ସବୁ କରି ପାରୁଥିଲେ । 

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ସଦାଶିବ ଅମ୍ରାପୁରକାର ୧୯୫୦ରେ ମହାରାଷ୍ଟ୍ରର ଅହମଦନଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠାର ପ୍ରକଟ କରିଥିଲେ । ପୁନେ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ଗୋବିନ୍ଦ ନିହାଲାନିଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ )ରେ ପ୍ରଥମ କରି ଫିଲ୍ମ ଜଗତରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । 

କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷାରେ ୩୦୦ରୁ ଉର୍ଦ୍ଧ  ଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡ଼ିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚ୍ଚିତ୍ରରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକଙ୍କ ବହୁଳ ପ୍ରଶଂସା ମଧ୍ୟ ପାଇଥିଲେ । 

ସଦାଶିବ ଜଣେ ସାମାଜିକ କର୍ମୀ ତଥା  ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହରରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ  ଙ୍କ ସହ ମିଶି ସେ ସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।

ଅନ୍ଧତ୍ୱ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀମାନଙ୍କ ପାଇଁ ସେ ଅହମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ

ବିଶିଷ୍ଟ ସମାଜସେବିକା ମେଧା ପାଟକାରଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।

ମରାଠି ଓ ହିନ୍ଦୀର ଜଣେ ନିବିଡ ପାଠକ ଥିଲେ ଓ ନିଜେ ଅନେକ ପତ୍ରିକା ଓ ସଂବାଦପତ୍ରରେ ନିୟମିତ ଲେଖା ଦଉଥିଲେ । ତାଙ୍କ ରଚିତ ପୁସ୍ତକ ' କିମାଯାଗାର '( ହେନରୀ କେଲରଙ୍କ ଉପରେ ଆଧାରିତ ) ଓ 'ସିକ୍ସ ଲେସନ ଇନ ଏକ୍ଟିଂ '  ମଧ୍ୟ ପ୍ରକାଶିତ ।  

ଫୋଟୋଗ୍ରାଫି ଓ ଚିତ୍ରାଙ୍କନରେ ମଧ୍ୟ ତାଙ୍କର ଦଖଲ ଥିଲା ।  

ଫିଲ୍ମ ଅଭିନୟ [ସମ୍ପାଦନା]

ତାଙ୍କର ଅଭିନୀତ ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ଅର୍ଦ୍ଧ ସତ୍ୟ , ନାସୁର , ଖାମୋସ ଆଦି ବହୁଳ ଆଦୃତ । ଏହା ଛଡା ସେ ହାସ୍ୟଭିନେତା ଭାବେ ଆଖେ , କୁଲି ନ ୧, ହମ ସାଥ ସାଥ ହୈ ଆଦି ଚିତ୍ର ରହିଛି । ସେ ସ୍ୱାୟମ ନାମକ ଚଳଚ୍ଚିତ୍ରରେ ବୃଦ୍ଧ ଭୂମିକା ଏପରି ଚମତ୍କାର ଭାବରେ କରିଥିଲେ ଯାହା ସମାଲୋଚକମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ବାଧ୍ୟ କରିଥିଲା । ସେ ଏହି ଚରିତ୍ର ବିନା ପାରିଶ୍ରମିକରେ କରିଥିଲେ । 

ରୁଗ୍ନାବସ୍ଥା ଓ ପରଲୋକ ଗମନ [ସମ୍ପାଦନା]

ସଦାଶିବ ଯକୃତ ରୋଗରେ ପୀଡ଼ିତ ହେଇ ୨୦୧୪ରେ ଚିକିସ୍ଥାଲୟରେ ଭର୍ତ୍ତି ହେଇ ୩ ନଭେମ୍ବର , ୨୦୧୪ରେ ପ୍ରାଣତ୍ୟାଗ କରିଥିଲେ । ସେତେବେଳେ ତାଙ୍କୁ ୬୪ ବର୍ଷ ହେଇଥିଲା 

ଫିଲ୍ମ ଫେୟାର ପୁରସ୍କାର ତାଲିକା [ସମ୍ପାଦନା]

  • 1984: won: Best Supporting Actor: Ardh Satya
  • 1988: nominated: Best Villain for Kaal Chakra
  • 1991: won: Best Villain: Sadak
  • 1998: nominated: Best Villain for Ishq[୧]

କର୍ମଜୀବନ [ସମ୍ପାଦନା]

  • Pai, Pai an Pai (one-act play, director, actor)
  • Bandu, Baby ani Burkha ( One Act play, Director, Actor)
  • Jawai Maza Bhala ( One Act play, Director, Actor)
  • Bhatala dili Osri (Actor)
  • Kaka Kishacha (Actor)
  • Karaila gelo Ek (Actor)
  • Brahmacha Bhopla (Actor)
  • Kahi Swapna Vikaichi Aahet (Actor, Director)
  • Yatrik (Director, Actor)
  • Hawa Andhara Kavadsa (Actor, Director)
  • Chhinna (Director, Actor)
  • Chhoo Mantar (Actor, Director)
  • Vitthala (Director)
  • Me Kumar (Director)
  • Suryachi Pillay (Actor)
  • Hands Up (Actor, Director)
  • Kanyadaan (Actor, Director)
  • Nishpap (Director)
  • Lagnachi Bedi (Actor)
  • Akasmat (Director, Actor)
  • Ti Phulrani (Actor)
  • Jyacha Tyacha Vithoba (Director, Actor)

ନାଟ୍ଯ ଜଗତରେ ସେ ସ୍ମିତା ପାଟିଲ , ଶ୍ରୀରାମ ଲାଗୁ ,ସୁଭାଷ ଯୋଶୀଙ୍କ ପରି ନାମୀ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଥିଲେ । 

ଟିଭି ସିରିୟାଲ 

  • ରାଜ ସେ ସ୍ୱରାଜ 
  • ଭାରତ ଏକ ଖୋଜe
  • କୁଜାବାଡୁ 
  • ଶୋଭା  ସୋମନାଥ କି 

ପ୍ରଚ୍ଛଦ ଗାୟକ 

  • ହଉ ଦେ ଜରା ସା ଉଶୀର (୨୦୧୩)
  • ଅଗ୍ନିକାଳ ( ୧୯୯୦)

Selected filmography[ସମ୍ପାଦନା]

External links[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ସଦାଶିବ ଅମରାପୁରକରInternet Movie Database
  • Sadashiv Amrapurkar – Filmography at Bollywood Hungama
  1. Best Actor in Neagative role : Sadak.