Jump to content

ଗୁଣ୍ଡିଚା କୂଅ

ଉଇକିପିଡ଼ିଆ‌ରୁ
୧୮:୧୭, ୨୨ ଅଗଷ୍ଟ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("୧୯୩୨ ମସିହାରେ ଚିଲିକା ଗଡ଼ର ନଇରୀ ଠାରେ ମହାପ୍ରଭ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

୧୯୩୨ ମସିହାରେ ଚିଲିକା ଗଡ଼ର ନଇରୀ ଠାରେ ମହାପ୍ରଭୁଙ୍କର ରଥଯାତ୍ରାହେଇଥିଲା ।ଚିଲିକା କୂଲର ଲୁଣିପାଣି ଅଞ୍ଚଳର ହେଇଥିଲା ଗୁଣ୍ଡିଚା ବାଡି।ରଥଯାତ୍ରା କରି ମହାପ୍ରଭୁ ସେଠାରେ ବିଜେ କଲେ । ଗୁଣ୍ଡିଚା ବାଡିରେ ଠାକୁର ବିଜେ କରିବା ପରେ ନୀତି ପାଇଁ ପାଣି ଆସିବ କେଉଠୁଁ ଭାବି ଗାଁ ଲୋକ ଏହି ଚିନ୍ତାରେ ଚିଲିକା କୂଳରେ ଖୋଳିଥିଲେ କୂଅ।ମାତ୍ର ଗୋଟିଏ ଦିନରେ ମହାପ୍ରଭୁଙ୍କ ପାଇଁ ଚିଲିକାର ଲୁଣିପାଣି କଡ଼ରେ ଖୋଳା ଯାଇଥିଲା କୂଅ।ଏହି କୂଅରୁ ମହାପ୍ରଭୁଙ୍କ ପ୍ରସାଦ ପାଇଁ ବାହରିଥିଲା ପାଣି।କିନ୍ତୁ ଲୁଣି ହ୍ରଦ ଚିଲିକା କୂଳରେ ଖୋଦିତ ଏହି କୂଅର ପାଣି ଥିଲା ମଧୁର।ଏହି ପାଣି ମହାପ୍ରଭୁଙ୍କ ପ୍ରସାଦରେ ବ୍ୟବହୃତ ହେଇଥିଲା।ଅବଶ୍ୟ ଏହି ଅଲୌକିକ ଘଟଣା ପରେ ସେହି କୂଅର ନାମ ଦିଆଯାଇଥିଲା ଗୁଣ୍ଡିଚା କୂଅ।ଗଜପତି ରାମଚନ୍ଦ୍ରଙ୍କ ପୁତ୍ର କୃଷ୍ଣ ରାୟ ସେତେବେଳେ ଗଞ୍ଜାମର ଆଠଗଡ଼ରେ ରହୁଥିଲେ। ନଇରୀରେ ଠାକୁର ରହିଥିବା ଜାଣି ସେ ନିଜ ପ୍ରଚେଷ୍ଟାରେ ସେଠାରେ ରଥଯାତ୍ରା କରାଇଥିଲେ।ରଥଯାତ୍ରା ହେବାର ମାତ୍ର ଛଅଦିନ ପୂର୍ବରୁ ନବ ନିର୍ମିତ ଗୁଣ୍ଡିଚା ଘର ନିକଟରେ କୂଅ ଖୋଳାଯାଇଥିଲା।ଏହି କୂଅରୁ ଠାକୁରଙ୍କ ପାଣି ଯାଇଥିବାରୁ ସେଠାକାର ଲୋକ ସେହି କୂଅର ପାଣି ବ୍ୟବହାର କରନ୍ତି ନାହିଁ।

ଆଧାର

ରଥଯାତ୍ରା ବିଶେଷ ୨୧-୦୬-୧୨ ପୃଷ୍ଠା ୧୧