ଲୁମ୍ବିନୀ
Lumbini, Nepal the Birthplace of the Lord Buddha* | |
---|---|
ଇଉନେସ୍କୋ ସ୍ଥଳୀ | |
ରାଜ୍ୟ ଦଳ | Nepal |
ପ୍ରକାର | Cultural |
ନିୟମ | iii, vi |
ଆଧାର | 666 |
ଅଞ୍ଚଳ** | Asia-Pacific |
ଲେଖ ଇତିହାସ | |
ଲେଖ | 1997 (21st ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ଲୁମ୍ବିନୀ ବିଶ୍ବର ଏକ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଧର୍ମସ୍ଥଳୀ ı ସିଦ୍ଧାର୍ଥ ଗୌତମ(ଭଗବାନ ବୁଦ୍ଧ)ଖ୍ରୀଷ୍ଟପୂର୍ବ ୬୨୩ରେ ପ୍ରସିଦ୍ଧ ଲୁମ୍ବିନୀ ବଗିଚାରେ ଜନ୍ମ ଗ୍ରହଣ କରିଥିଲେ ıଲୁମ୍ବିନୀ ନେପାଳର ଉତ୍ତର ପଶ୍ଚିମାଞ୍ଚଳ ରୁପନଦେହୀ ଜିଲ୍ଲାରେ ଅବସ୍ଥିତ ıକପିଳବସ୍ତୁ ପୌରପରିଷଦ ଅଞ୍ଚଳରେ ପୂର୍ବରେ ୨୫କି.ମି ଦୂରରେ ଏହା ରହିଛି ıଇହୁଦୀଙ୍କ ଜେରୁଜେଲମ ଓ ମୁସଲିମଙ୍କ ପାଇଁ ମକ୍କା ଯେଭଳି ପ୍ରସିଦ୍ଧ ସେହିଭଳି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଲୁମ୍ବିନୀ ପ୍ରସିଦ୍ଧ ıବୁଦ୍ଧଙ୍କ ତ୍ୟାଗ ଓ ଆଦର୍ଶ ସହିତ ସଂଶ୍ଲିଷ୍ଠ ୪ଟି ସ୍ଥଳୀ ମଧ୍ୟରୁ ଲୁମ୍ବିନୀ ଅନ୍ୟତମ ıଅନ୍ୟ ୩ଟି ସ୍ଥଳୀ ହେଉଛି କୁଶିନଗର,ବୋଧ ଗୟା ଓ ସାରନାଥ ı
ଲୁମ୍ବିନୀରେ ରହିଛି ମାୟାଦେବୀ ମନ୍ଦିର,ପୁଷ୍କରିଣୀ, ଓ ପାର୍କ ıବୁଦ୍ଧଙ୍କୁ ଜନ୍ମ ଦେବା ପୂର୍ବରୁ ଏଠାରେ ଥିବା ପୁଷ୍କରିଣୀରେ ମାଆ ମାୟାଦେବୀ ଗାଧୋଇଥିଲେ ବୋଲି କୁହାଯାଏ ıବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ସେ ପ୍ରସବ ବେଦନା ପାଇଥିଲେ ଏବଂ ଏକ ଶାଳଗଛ ମୂଳେ ଶିଶୁ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ ı
ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଲୁମ୍ବିନୀ ପରିଦର୍ଶନ ରେ ଆସିଥିବା ସମୟରେ ୪ଟି ସ୍ତୁପ ଓ ଏକ ସ୍ତମ୍ଭ ନିର୍ମାଣ କରିଥିଲେ ıସ୍ତମ୍ଭ ଉପରେ ଏକ ଘୋଡାର ମୂର୍ତ୍ତି ରହିଥିଲା ıପଥରରେ ନିର୍ମିତ ଏହି ସ୍ତମ୍ଭରେ ଖୋଦେଇହେଇ କେତେକ ତଥ୍ୟ ରହିଛି ı୧୮୯୫ରେ ଜର୍ମାନୀରେ ପ୍ରତ୍ନତ୍ତ୍ବତବିତ ଫ୍ୟୁରର ଚୁରିଆ ରେଞ୍ଜରେ ଘୁରି ବୁଲୁଥିବା ବେଳେ ଅଶୋକ ନିର୍ମାଣ କରିଥିବା କେତେକ ସ୍ତୁପ ଓ ସ୍ତମ୍ଭ ଆବିଷ୍କାର କରିଥିଲେ ıପରେ ସମ୍ପୃକ୍ତ ଅଞ୍ଚଳରେ ଖନନ କରାଯିବା ଦ୍ବାରା ସେଠାରୁ ପ୍ରାଚୀନ ମନ୍ଦିର ଓ କିର୍ତ୍ତିରାଜି ମିଳିଥିଲା ı୧୯୯୭ରେ ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିଲା ı