Jump to content

ଆବୁ ମିନା

ଉଇକିପିଡ଼ିଆ‌ରୁ
୧୫:୧୦, ୧୭ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("ଆବୁ ମିନା ହେଉଛି ଇହିପ୍ଟର ଏକ ପ୍ରାଚୀନ ତଥା ଐତିହାସି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଆବୁ ମିନା ହେଉଛି ଇହିପ୍ଟର ଏକ ପ୍ରାଚୀନ ତଥା ଐତିହାସିକ ସହର l ଖ୍ରୀଷ୍ଟିଆନ୍ ମାନେ ଏହାକୁ ଏକ ତିର୍ଥସ୍ଥଳୀଭାବେ ବିବେଚନା କରନ୍ତି lଐତିହାସିକ ସହର ଆଲେକଜାଣ୍ଡ୍ରିଆଠାରୁ ଦକ୍ଷିଣ-ପଶ୍ଚିମରେ ୪୫ କି.ମି ଦୂରରେ ଏହା ଅବସ୍ଥିତ l ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ଏହା ସ୍ଥାନିତ ହେଇଛି l

ଇତିହାସ

କୁହାଯାଏ ଯେ, ତୃତୀୟ କିମ୍ବା ଚତୁର୍ଥ ଶତାଦ୍ଦୀ ବେଳକୁ ଆଲେକଜାଣ୍ଡ୍ରିଆର ସେଣ୍ଟ ମିନାସଙ୍କ ଦେହତ୍ୟାଗ ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଓଟ ପିଠିରେ ଲଦି ମେରିଓଟିସ ହ୍ରଦ ନିକଟରେ ଥିବା ଏକ ମରୂଭୁମିକୁ ନିଆଯାଉଥିଲା l ଓଟଟି ଥକି ପଡିବା ସହ ଆଉ ଚାଲିନପାରିବାରୁ ସେଣ୍ଟ ମିନାସଙ୍କ ଶରୀରକୁ ସେଠାରେ କବର ଦିଆଯାଇଥିଲା lପରେ ସମସ୍ତେ ଏ କବର କଥାଭୁଲିଯାଇଥିଲେ l ଶତାଧିକ ବର୍ଷପରେ ଜଣେ ମେଷ ପାଳକର ରୋଗୀମେଷ ମରୂଭୁମିରେ ଚରୁଥିବା ବେଳେ ସେଣ୍ଟ ମିନାସଙ୍କ କବର ପାଖରେ ଥିବା ଝରଣା ପାଣି ପିଇ ଭଲ ହେଇଯାଇଥିଲା lଏହା ଜାଣି ମେଷପାଳକ ସେଠାରୁ କିଛି ମାଟି ନେଇ ଅନ୍ୟ ରୁଗଣ ମେଷଙ୍କ ଦେହରେ ଲଗାଇବାପରେ ସେମାନେ ଭଲ ହେଇଯାଇଥିଲେ l ଏହି ଖବର ଧିରେ ଧିରେ ପ୍ରଚାର ହେଲା l ତୃତୀୟ-ଚତୁର୍ଥ ଶତାଦ୍ଦୀ ସମୟରେ ଗ୍ରୀସର ଶାସକ କନଷ୍ଟାଣ୍ଟାଇନ ତାଙ୍କ ରୁଗଣ ଝିଅକୁ ସେଠାକୁ ପଠେଇ ଭଲ କରେଇଥିଲେ l ତେଣୁ ସେ ଉକ୍ତ କବର ସ୍ଥାନରେ ଏକ ଚର୍ଚ୍ଚ ନିର୍ମାଣ କରିବାକୁ କହିଥିଲେ l ପରବର୍ତ୍ତି ସମୟରେ ତାହା ଖ୍ରୀଷ୍ଟିଆନ୍ ମାନଙ୍କ ଏକ ପବିତ୍ର ତଥା ତିର୍ଥସ୍ଥଳୀରେ ପରିଣତ ହେଇଥିଲା l ପଞ୍ଚମ ଶତାଦ୍ଦୀବେଳକୁ ଗ୍ରୀସର ଶାସକ ଆର୍କାଡିୟସ ସେହି ଚର୍ଚ୍ଚର ସଂମ୍ପ୍ରସାରଣ କରିଥିଲେ l କିନ୍ତୁ ସପ୍ତମ ଶତାଦ୍ଦୀ ବେଳକୁ ମୁସଲମାନ ଶାସକମାନେ ଏହି ଚର୍ଚ୍ଚକୁ ଭାଙ୍ଗିଦେଇଥିଲେ l

Monastery of Abu Mena (03-2009)



୧୯୦୫ - ୧୯୦୭ ମସିହା ମଧ୍ୟରେ ସେହି ସ୍ଥାନରେ ଖନନ କରି ସେହି ଚର୍ଚ୍ଚର ଭଗ୍ନାବଶେଷ ଆବିଷ୍କାର କରାଗଲା l ତେବେ ସଂପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ବୃଦ୍ଧିପାଉଥିବାରୁ ୨୦୦୧ରେ ୟୁନେସ୍କୋ ଏହାକୁ ବିପଦପୂର୍ଣ୍ଣ ତାଲିକାରେ ସ୍ଥାନିତ କରିଥିଲା l</ref>http://whc.unesco.org/en/list/90/threats</ref>

ଆଧାର

ଛାଞ୍ଚ:ବାହାର ଆଧାର