ଆବୁ ମିନା
| ଆବୁ ମୀନା* | |
|---|---|
| ଇଉନେସ୍କୋ ସ୍ଥଳୀ | |
The remains of the basilica at Abu Mena | |
| ରାଜ୍ୟ ଦଳ | ଇଜିପ୍ଟ |
| ପ୍ରକାର | ଐତିହାସିକ ସହର |
| ନିୟମ | iv |
| ଆଧାର | 90 |
| ଅଞ୍ଚଳ** | ଆରବ ଦେଶ |
| ଲେଖ ଇତିହାସ | |
| ଲେଖ | 1979 (3rd ଭାଗ) |
| ବିବପରେ ଥିବା | 2001–present |
| * ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ | |

ଆବୁ ମୀନା ହେଉଛି ଇଜିପ୍ଟର ଏକ ପ୍ରାଚୀନ ତଥା ଐତିହାସିକ ସହର l ଖ୍ରୀଷ୍ଟିଆନମାନେ ଏହାକୁ ଏକ ତୀର୍ଥସ୍ଥଳୀଭାବେ ବିବେଚନା କରନ୍ତି l ଐତିହାସିକ ସହର ଆଲେକଜାଣ୍ଡ୍ରିଆଠାରୁ ଦକ୍ଷିଣ-ପଶ୍ଚିମରେ ୪୫ କି.ମି ଦୂରରେ ଏହା ଅବସ୍ଥିତ l ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଏହା ସ୍ଥାନିତ ହୋଇଛି l
ଇତିହାସ
[ସମ୍ପାଦନା]କୁହାଯାଏ ଯେ, ତୃତୀୟ କିମ୍ବା ଚତୁର୍ଥ ଶତାଦ୍ଦୀ ବେଳକୁ ଆଲେକଜାଣ୍ଡ୍ରିଆର ସେଣ୍ଟ ମୀନାସଙ୍କ ଦେହତ୍ୟାଗ ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଓଟ ପିଠିରେ ଲଦି ମେରିଓଟିସ ହ୍ରଦ ନିକଟରେ ଥିବା ଏକ ମରୂଭୁମିକୁ ନିଆଯାଉଥିଲା l ଓଟଟି ଥକି ପଡ଼ିବା ସହ ଆଉ ଚାଲିନପାରିବାରୁ ସେଣ୍ଟ ମୀନାସଙ୍କ ଶରୀରକୁ ସେଠାରେ କବର ଦିଆଯାଇଥିଲା l ପରେ ସମସ୍ତେ ଏ କବର କଥାଭୁଲିଯାଇଥିଲେ l ଶତାଧିକ ବର୍ଷପରେ ଜଣେ ମେଷ ପାଳକର ରୋଗୀମେଷ ମରୂଭୁମିରେ ଚରୁଥିବା ବେଳେ ସେଣ୍ଟ ମୀନାସଙ୍କ କବର ପାଖରେ ଥିବା ଝରଣା ପାଣି ପିଇ ଭଲ ହେଇଯାଇଥିଲା l ଏହା ଜାଣି ମେଷପାଳକ ସେଠାରୁ କିଛି ମାଟି ନେଇ ଅନ୍ୟ ରୁଗଣ ମେଷଙ୍କ ଦେହରେ ଲଗାଇବାପରେ ସେମାନେ ଭଲ ହେଇଯାଇଥିଲେ l ଏହି ଖବର ଧିରେ ଧିରେ ପ୍ରଚାର ହେଲା l ତୃତୀୟ-ଚତୁର୍ଥ ଶତାଦ୍ଦୀ ସମୟରେ ଗ୍ରୀସର ଶାସକ କନଷ୍ଟାଣ୍ଟାଇନ ତାଙ୍କ ରୁଗଣ ଝିଅକୁ ସେଠାକୁ ପଠେଇ ଭଲ କରେଇଥିଲେ l ତେଣୁ ସେ ଉକ୍ତ କବର ସ୍ଥାନରେ ଏକ ଚର୍ଚ୍ଚ ନିର୍ମାଣ କରିବାକୁ କହିଥିଲେ l ପରବର୍ତ୍ତୀ ସମୟରେ ତାହା ଖ୍ରୀଷ୍ଟିଆନ୍ମାନଙ୍କ ଏକ ପବିତ୍ର ତଥା ତିର୍ଥସ୍ଥଳୀରେ ପରିଣତ ହେଇଥିଲା l[୧] ପଞ୍ଚମ ଶତାଦ୍ଦୀବେଳକୁ ଗ୍ରୀସର ଶାସକ ଆର୍କାଡିୟସ ସେହି ଚର୍ଚ୍ଚର ସମ୍ପ୍ରସାରଣ କରିଥିଲେ l କିନ୍ତୁ ସପ୍ତମ ଶତାଦ୍ଦୀ ବେଳକୁ ମୁସଲମାନ ଶାସକମାନେ ଏହି ଚର୍ଚ୍ଚକୁ ଭାଙ୍ଗିଦେଇଥିଲେ l
୧୯୦୫ - ୧୯୦୭ ମସିହା ମଧ୍ୟରେ ସେହି ସ୍ଥାନରେ ଖନନ କରି ସେହି ଚର୍ଚ୍ଚର ଭଗ୍ନାବଶେଷ ଆବିଷ୍କାର କରାଗଲା l ତେବେ ସଂପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ବୃଦ୍ଧିପାଉଥିବାରୁ ୨୦୦୧ରେ ୟୁନେସ୍କୋ ଏହାକୁ ବିପଦପୂର୍ଣ୍ଣ ତାଲିକାରେ ସ୍ଥାନିତ କରିଥିଲା l[୨]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-04-18. Retrieved 2012-06-17.
{{cite web}}: Cite has empty unknown parameter:|1=(help) - ↑ http://whc.unesco.org/en/list/90/threats
ବାହାର ଆଧାର
[ସମ୍ପାଦନା]- Abu Mena at UNESCO World Heritage Centre; includes links to 360˚ panoramic photos of the site