ମାର୍ଗାରେଟ୍ ଅଲଭା
Margaret Alva | |
---|---|
23rd Governor of Gujarat | |
ପୂର୍ବ ଅଧିକାରୀ | |
ପର ଅଧିକାରୀ | |
29th Governor of Rajasthan | |
ପୂର୍ବ ଅଧିକାରୀ | |
ପର ଅଧିକାରୀ |
Ram Naik (Additional Charge) |
17th Governor of Goa | |
ପୂର୍ବ ଅଧିକାରୀ | |
ପର ଅଧିକାରୀ | |
Personal details | |
ଜନ୍ମ |
୧୪ ଅପ୍ରେଲ ୧୯୪୨ (1942-04-14) |
ଜାତୀୟତା |
Indian |
ସନ୍ତାନ |
3 son(s) and 1 daughter |
ଶିକ୍ଷାନୁଷ୍ଠାନ |
Mt. Carmel College and Government Law College, Bangalore |
ପେଷା |
Lawyer |
ମାର୍ଗାରେଟ୍ ଅଲଭା (ଜନ୍ମ ୧୪ ଏପ୍ରିଲ , ୧୯୪୨ ) ଭାରତୀୟ ରାଜ୍ୟ ରାଜସ୍ଥାନ ର ପୂର୍ବତନ ରାଜ୍ୟପାଳ ଥିଲେ । ଏହା ପୂର୍ବରୁ ସେ ଉତ୍ତରାଖଣ୍ଡ ରାଜ୍ୟ ର ମଧ୍ୟ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ସେ ରାଜ୍ୟପାଳ ହେବା ଆଗରୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ଜେନ ମୁଖ୍ୟ ନେତ୍ରୀ ଥିଲେ । ସେ ସେହି ଦଳ ର ସାଧାରଣ ସମ୍ପାଦକ ରହିଥିଲେ ।
ପ୍ରାରମ୍ଭିକ ଜୀବନୀ
ମାର୍ଗାରେଟ୍ ଙ୍କ ଜନ୍ମ କର୍ନାଟକ ରାଜ୍ୟ ର ମାଙ୍ଗାଲୋରେ ଠାରେ ଏକ ଖ୍ରୀଷ୍ଟିୟାନ ପରିବାର ରେ ହେଇଥିଲା । ବିବାହ ପୂର୍ବରୁ ତାଙ୍କ ଉପାଧି ନଯାରେଥ ରହିଥିଲା । ସେ ବାଙ୍ଗାଲୋରେ ର ମାଉଣ୍ଟ କର୍ମେଲ କଲେଜ ଡିଗ୍ରୀ ଓ ବାଙ୍ଗାଲୋର ସରକାରୀ ଆଇନ କଲେଜ ରୁ ରୁ ଆଇନ ରେ ଡିଗ୍ରୀ ହାସଲ କରିଥିଲେ ।[୧] ସେ ଛତ୍ର ଜୀବନ ରୁ ଯାନୀ ସୁ- ବକ୍ତା ଥିଲେ ଓ ଛାତ୍ର ଆନ୍ଦୋଳନ ରେ ନେତୃତ୍ଵ ନେଇଆସୁଥିଲେ । [୨]
ବିଦ୍ୟା ଲାଭ କଳା ପରେ ସେ ଜେନ ଆଇନଜୀବୀ ଭାବରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । ଏହା ସହ ସେ ସମାଜ ର ମଙ୍ଗଲ ପାଇଁ ଅନେକ ଲୋକ ହିତକର କାର୍ଯ୍ୟ ରେ ଭାଗ ନେଇଥିଲେ । ସେ ସମାଜ ସେବା ପାଇଁ କରୁଣା ବେସରକାରୀ ଅନୁଷ୍ଠାନ ସ୍ଥାପନ କରି ମୁଖ୍ଯତଃ ଶିଶୁ ଓ ମହିଳା ମାନକ ବିକାଶ ଦିଗ ରେ କାର୍ଯ୍ୟ କରିଥିଲେ ।
ମେ ୨୪ , ୧୯୬୪ ମସିହା ରେ ସେ ନିରଞ୍ଜନ ଅଲଭା ଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଓ ୩ ଜଣ ପୁଅ ରହିଛନ୍ତି । ନିନେଟ ଅଲଭା[୩] ତାଙ୍କ ମଧ୍ୟ ରୁ ଜଣେ । ସେ ତାଙ୍କ ସ୍ଵାମୀ ଙ୍କୁ ଆଇନ ପଢୁଥିବା ସମୟ ରେ ପରିଚିତ ହେଇଥିଲେ । ତାଙ୍କ ସ୍ଵାମୀ ପରେ ଆମଦାନୀ -ରପ୍ତାନି ବ୍ୟବସାୟ ରେ ସଫଳତା ର ସହ କାର୍ଯ୍ୟ କରୁଥିଲେ । .
ରାଜନୀତି କାର୍ଯ୍ୟ
ସେ ୧୦୬୯ ମସିହା ରେ ତାଙ୍କ ସ୍ଵାମୀ ଓ ତାଙ୍କ ଶାଶୁ , ଶଶୁର ଙ୍କ ଠାରୁ ପ୍ରେରଣା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗ ଦେଇ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ଶାଶୁ ଭାୟୋଲେଟ ଅଲଭା ସେତେବେଳେ ଜେନ ଲୋକ ସଭା ସଦସ୍ୟା ଥିଲେ । ଭାୟୋଲେଟ ଙ୍କ ୧୦୬୯ ମସିହା ରେ ପରଲୋକ ହେଇଯାଇଥିଲା ଓ ମାର୍ଗାରେଟ ରାଜନୀତି ରେ ତାଙ୍କ ସ୍ଥାନ ପୂରଣ ପାଇଁ ଆଗେଇ ଆସିଥିଲେ । ସେ ଇନ୍ଦିରା ଗାନ୍ଧୀ ଙ୍କ କଙ୍ଗ୍ରେସ ଦଳ ରେ ଯୋଗ ଦାନ କରି ଏହାରକର୍ଣାଟକ ରାଜ୍ୟ ଶାଖା ରେ ସାଙ୍ଗଠନିକ କାର୍ଯ୍ୟ କରିଥିଲେ ।.ସେ ୧୯୭୫ ମସିହା ରୁ ୭୭ ମସିହା ଯାଏ ଭରତ ର ଇନ୍ଦିରା ଗାନ୍ଧୀ ଙ୍କ କଂଗ୍ରେସ ଦଳ ର ସହକାରୀ ସାଧାରଣ ସମ୍ପାଦକ ରହିବା ପରେ ୧୦୭୮ ମସିହା ରୁ ୮୦ ମସିହା ଯାଏ କର୍ଣାଟକ ରାଜ୍ୟ ଶାଖା ର ସାଧାରଣ ସମ୍ପାଦକ ଭାବରେ ରହିଥିଲେ । [୪]
୧୯୭୪ ମସିହା ରେ ସେ ରାଜ୍ୟସଭା କୁ ମନୋନୀତ ହେଇ ପରବର୍ତୀ ୩ ଥର ପାଇଁ ମଧ୍ୟ ରାଜ୍ୟ ସଭା କୁ ଯାଇଥିଲେ ଓ ସମୁଦାଯ ୨୪ ବର୍ଷ କାଳ ରାଜ୍ୟ ସଭା ସଦସ୍ୟା ରହିଥିଲେ । ସେ ୧୯୮୩ ମସିହା ରେ ରାଜ୍ୟ ସଭା ର ଡେପୁଟି ଚେୟାରମେନ ରହିଥିଲେ । ତାଙ୍କୁ ୧୯୮୪ ମସିହା ରେ କେନ୍ଦ୍ର ପାର୍ଲିଆମେଣ୍ଟରୀ ବିଭାଗ ର ରାଜ୍ୟ ପାହ୍ୟା ମନ୍ତ୍ରୀ କରାଯାଇଥିଲା । ସେ ପରେ ଜାତୀୟ ମାନବ ସମ୍ବଳ ବିକାଶ ବିଭାଗ ରେ ମଧ୍ୟ କାର୍ଯ୍ୟ କରିଥିଲେ । ପାର୍ଲିଆମେଣ୍ଟ ରେ ସେ ଖୁବ ନିପୁଣତାର ସହ କାର୍ଯ୍ୟ ନିର୍ବାହ କରିଥିଲେ । .[୫]
୧୯୮୫ ରୁ ୮୯ ମସିହା ମଧ୍ୟ ରେ ସେ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଙ୍କ ୨୮ ସୂତ୍ର କାର୍ଯ୍ୟକ୍ରମ ଯାହା ମୁଖ୍ଯତଃ ମହିଳା ଓ ଶିଶୁ ମାନଙ୍କ ବିକାଶ ପାଇଁ ରହିଥିଲା , ତାହାର ପରିଚାଳନା ଦାୟିତ୍ଵ ରେ ରହିଥିଲେ । ସେ ସର୍ବଦା ରାଜନୀତି ରେ ଅଧିକ ମହିଳା ଙ୍କ ଅଂଶ ଗ୍ରହଣ ପାଇଁ ଉତଶାହିତ କରୁଥିଲେ । ପଞ୍ଚାୟତି ରାଜ ନିର୍ବାଚନ ରେ ୩୩ % ମହିଆ ସଦସ୍ୟା ରହିବା ଆଇନ ତାଙ୍କର ଉଦ୍ୟମ ଫଳ ରେ ହେଇଥିଲା । ଏପରିକି ଭାରତୀୟ ଜାତୀୟ ସେବା , ଆଇନ ବିଭାଗ ସେବା ଓ ଅନ୍ୟ କ୍ଷେତ୍ର ରେ ଅଧିକ ମହିଳା ଙ୍କ ପାଇଁ ସ୍ଥାନ ସଙ୍ଗରକ୍ଷଣ ପାଇଁ ମଧ୍ୟ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ରହିଥିଲା । .[୬]
ସେ ମିଳିତ ଜାତି ସଂଘ ରେ ମଧ୍ୟ ମହିଳା ମନକୁ ବେସୀ ଅଧିକାର ଦେବା ସପକ୍ଷୀ ରେ ଲୋକମତ ସୃଷ୍ଟି କରିଥିଲେ । [୭]
ମାର୍ଗାରେଟ ୧୯୯୯ ମସିହା ରେ ଲୋକ ସଭା ନିର୍ବାଚନ ରେ ବିଜୟୀ ହେଇ ୫ ବର୍ଷ କାଳ ସେଠାରେ ରହିଥିଲେ । ପରବର୍ତୀ ନିର୍ବାଚନ ରେ ସେ ପରାସ୍ତ ହେଇଥିଲେ । ୨୦୦୪ ମସିହା ରୁ ୨୦୦୯ ମସିହା ଯାଏ ସେ ଭାରତୀୟ କଂଗ୍ରେସ ଦଳ ର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୮ ମସିହା ରେ ସେ କଂଗ୍ରେସ ଦଳ ତ୍ୟାଗ କରିଥିଲେ କିନ୍ତୁ ପରେ ସାଲିସ କରି ଦଳ ରେ ରହିଥିଲେ । ୨୦୦୯ ମସିହା ରେ ସେ ଉତ୍ତରାଖଣ୍ଡ ରାଜ୍ୟ ର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଯୋଗଦାନ କରିଥିଲେ । ପରେ ୨୦୧୨ ମସିହା ରେ ରାଜସ୍ଥାନ ରାଜ୍ୟ ର ରାଜ୍ୟପାଳ ହେଇଥିଲେ । l[୮][୯].
References
- ↑ Commonwealth Secretariat (1999). Women in Politics: Voices from the Commonwealth. Commonwealth Secretariat. pp. 75–77. ISBN 9780850925692.
- ↑ Vittal, Gita (2007). Reflections: Experiences of a Bureaucrat's Wife. Academic Foundation. pp. 68–69. ISBN 9788171884711.
- ↑ "Miditech moves on". Business Standard. 29 September 2004.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Jenkins, Laura Dudley (1999). "Competing Inequalities: The Struggle Over Reserved Legislative Seats for Women in India". In Boris, Eileen; Janssens, Angelique (eds.). Complicating Categories: Gender, Class, Race and Ethnicity. Cambridge University Press. p. 66. ISBN 9780521786416.
- ↑ Alva, Margaret (2012). "India". In Graham, Kennedy (ed.). The Planetary Interest. Routledge. pp. 12, 208. ISBN 9781135358204.
- ↑ "Cong cuts Alva down to size". The Statesman. 13 November 2008. Retrieved 20 January 2010.
- ↑
{{cite web}}
: Empty citation (help)