Jump to content

ତନୁଜା ଚନ୍ଦ୍ରା

ଉଇକିପିଡ଼ିଆ‌ରୁ
୧୮:୫୧, ୧୩ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tanuja Chandra") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ତନୁଜା ଚନ୍ଦ୍ରା 
तनुजा चंद्रा
ଜନ୍ମଜୁନ ୩, ୧୯୬୯
ଜାତୀୟତାIndian
ବୃତ୍ତି(ସମୂହ)Film director, writer

ତନୁଜା ଚନ୍ଦ୍ରା ,  (ଜନ୍ମ ଜୁନ ୩ , ୧୯୬୯ ) ଜଣେ ଭାରତୀୟ ଫିଲ୍ମ ନିର୍ଦେଶିକା ଓ ଲେଖିକା । ଯଶ ଚୋପ୍ରା ଙ୍କ ସଫଳ ଫିଲ୍ମ " ଦିଲ ତୋ ପାଗଳ ହେ " ର ଚିତ୍ରକଥା ଲେଖିକା ଭାବରେ ସୁନାମ କୁ ଆସିଥିବା ତନୁଜା ଚନ୍ଦ୍ରା ପରେ ଅନେକ ମହିଳା ପ୍ରାଧାନ୍ୟ ଫିଲ୍ମ ର ନିର୍ଦେଶନା ଦେଇଥିଲେ । ତାହା ମଧ୍ୟ ରୁ ୧୯୯୮ ରେ ନିର୍ମିତ " ଦୁସମନ"  ଓ ୧୯୯ ମସିହା ରେ ନିର୍ମିତ " ସଂଘର୍ଷ " ଅନ୍ୟତମ । .[]

ସଂକ୍ଷିପ୍ତ ଜୀବନୀ 

ତନୁଜା ଜଣେ ଫିଲ୍ମ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାଁ କାମନା ଚନ୍ଦ୍ରା ଜଣେ ଫିଲ୍ମ  କାହାଣୀ ଲେଖକ ଥିଲେ । ତାଙ୍କ ଜେଷ୍ଠ ଭ୍ରାତା ବିକ୍ରମ ଚନ୍ଦ୍ରା  ମଧ୍ୟ ଜଣେ ଫିଲ୍ମ କାହାଣୀକାର ତଥା ଅନ୍ୟ ଭ୍ରାତା ଅନୁପମ ଚୋପ୍ରା ଜଣେ ଫିଲ୍ମ ବିଶ୍ଳେଷକ । []

ଫିଲ୍ମ ଜୀବନୀ 

୧୯୬୫ ମସିହା ରେ ତନୁଜା ଟିଭି ସିରିୟାଲ ର ନିର୍ଦେଶକ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମେ " ଜମିନ ଆସମାନ "  ନାମକ ଧାରାବାହିକ ରେ ନିର୍ଦେଶନା ଦେଇଥିଲେ । ପରେ ସେ " ମୁମକିନ " ନାମକ ଏକ ଧାରାବାହିକ ର ନିର୍ଦେଶନା ଦେଇଥିଲେ । ଯାସ ଛୋପରା ଙ୍କ ଫିଲ୍ମ " ଦିଲ ତୋ ପାଗଳ ହେ " ର ଚିତ୍ରନାଟ୍ୟ ସେ ରଚନା କରିଥିଲେ । ୧୯୯୮ ମସିହା ରେ ସେ ମହେଶ ଭଟ୍ଟ ଙ୍କ ଫିଲ୍ମ " ଜଖମ " ର  ଚିତ୍ରନାଟ୍ୟ ରଚନା କରିଥିଲେ । ଏହା ପରେ ସେ କାଜୋଲ ଅଭିନୀତ ଫିଲ୍ମ "ଦୁଶମନ" ର ନିର୍ଦେଶନା ଦେଇଥିଲେ । ଏହି ଫିଲ୍ମ ସମାଲୋଚକ ମାନଙ୍କ ଦ୍ଵାରା ବହୁଳ ପ୍ରଶଂଷିତ ହେଇଥିଲା ଓ  ବ୍ଯବସାୟିକ ଭାବରେ ମଧ୍ୟ ସଫଳ ହେଇଥିଲା । .

୧୯୯୯ ମସିହା ରେ ତାଙ୍କ ନିର୍ଦେଶିତ ଫିଲ୍ମ " ଶଙ୍ଘର୍ଷ " ମହେଶ ଭଟ୍ଟ ଙ୍କ ପ୍ରଯୋଜନା ରେ ନିର୍ମିତ ହେଇଥିଲା ଓ ଏଥିରେ ତନୁଜା ନିର୍ଦେଶନା ଦେଇଥିଲେ । କିନ୍ତୁ ଫିଲ୍ମ ଟି ବ୍ଯବସାୟିକ ଭାବରେ ସମ୍ପୂର୍ଣ ଅସଫଳ ଥିଲା । ଏହା ପରେ ସେ ଅନେକ ଫିଲ୍ମ ରେ ନିର୍ଦେଶନା ଦେଇଥିଲେ ମଧ୍ୟ ବିଶେଷ ସଫଳତା ପାଇ ନଥିଲେ । ସେଥି ମଧ୍ୟରୁ " ସୁର -ଥି ମେଲୋଡି ଅଫ ଲାଇଫ" ( ୨୦୦୨ ) ଓ " ଫିଲ୍ମ ଷ୍ଟାର " ସଫଳ ହେଇ ନଥିଲେ ଭି ପ୍ରଶଂଷିତ ହେଇଥିଲା । 

୨୦୦୬ ମସିହା ରେ ସେ ଆମେରିକା ରେ " Hope and a little Sugar " ନିର୍ମାଣ କରିଥିଲେ ଓ ୨୦୧୬ ରେ ମଧ୍ୟ " Silvat" ନାମକ ଫିଲ୍ମ ନିର୍ମାଣ କରୁଛନ୍ତି ।  [][]

ଫିଲ୍ମୋଗ୍ରାଫି 

Year Film Role(s)
1997 Tamanna Writer
1997 Dil To Pagal Hai Writer
1998 Zakhm Writer
1998 Dushman Director
1999 Sangharsh Director
2001 Yeh Zindagi Ka Safar Director
2002 Sur – The Melody of Life Director, writer
2005 Film Star Director, writer
2006 Zindaggi Rocks Director, writer
2006 Hope and a Little Sugar Director, writer

ଆଧାର ସମୂହ 

  1. Jha, Subhash K. (3 January 2007). "Why Tanuja Chandra is an angry young woman". Indo-Asian News Service, Press Trust of India. Hindustan Times. Retrieved 04-12-08. {{cite web}}: Check date values in: |accessdate= (help); Italic or bold markup not allowed in: |publisher= (help)
  2. "Tanuja Chandra's film is stuck". Retrieved 2016-06-30.
  3. "Kartik Aaryan plays Muslim boy in Tanuja Chandra's film". The Indian Express. February 18, 2016. Retrieved 2016-06-27.
  4. "Kartik Aaryan plays Muslim boy in Tanuja Chandra's film". CNN-IBN. {{cite web}}: |access-date= requires |url= (help); Missing or empty |url= (help)

ବାହ୍ୟ ସଂଯୋଗ