ତନୁଜା ଚନ୍ଦ୍ରା

ଉଇକିପିଡ଼ିଆ‌ରୁ
ତନୁଜା ଚନ୍ଦ୍ରା 
तनुजा चंद्रा
ତନୁଜା ଚନ୍ଦ୍ରା (୨୦୦୭)
Bornଜୁନ ୩, ୧୯୬୯
NationalityIndian
Occupation(s)Film director, writer

ତନୁଜା ଚନ୍ଦ୍ରା ,  (ଜନ୍ମ ଜୁନ ୩ , ୧୯୬୯ ) ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଓ ଲେଖିକା । ଯଶ ଚୋପ୍ରାଙ୍କ ସଫଳ ଫିଲ୍ମ " ଦିଲ ତୋ ପାଗଳ ହେ "ର ଚିତ୍ରକଥା ଲେଖିକା ଭାବରେ ସୁନାମକୁ ଆସିଥିବା ତନୁଜା ଚନ୍ଦ୍ରା ପରେ ଅନେକ ମହିଳା ପ୍ରାଧାନ୍ୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାହା ମଧ୍ୟରୁ ୧୯୯୮ରେ ନିର୍ମିତ " ଦୁସମନ"  ଓ ୧୯୯ ମସିହାରେ ନିର୍ମିତ " ସଂଘର୍ଷ " ଅନ୍ୟତମ । .[୧]

ସଂକ୍ଷିପ୍ତ ଜୀବନୀ [ସମ୍ପାଦନା]

ତନୁଜା ଜଣେ ଫିଲ୍ମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାଁ କାମନା ଚନ୍ଦ୍ରା ଜଣେ ଫିଲ୍ମ  କାହାଣୀ ଲେଖକ ଥିଲେ । ତାଙ୍କ ଜେଷ୍ଠ ଭ୍ରାତା ବିକ୍ରମ ଚନ୍ଦ୍ରା  ମଧ୍ୟ ଜଣେ ଫିଲ୍ମ କାହାଣୀକାର ତଥା ଅନ୍ୟ ଭ୍ରାତା ଅନୁପମ ଚୋପ୍ରା ଜଣେ ଫିଲ୍ମ ବିଶ୍ଳେଷକ । [୨]

ଫିଲ୍ମ ଜୀବନୀ [ସମ୍ପାଦନା]

୧୯୬୫ ମସିହାରେ ତନୁଜା ଟିଭି ସିରିୟାଲର ନିର୍ଦ୍ଦେଶକ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମେ " ଜମିନ ଆସମାନ "  ନାମକ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ । ପରେ ସେ " ମୁମକିନ " ନାମକ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଯାସ ଛୋପରାଙ୍କ ଫିଲ୍ମ " ଦିଲ ତୋ ପାଗଳ ହେ "ର ଚିତ୍ରନାଟ୍ୟ ସେ ରଚନା କରିଥିଲେ । ୧୯୯୮ ମସିହାରେ ସେ ମହେଶ ଭଟ୍ଟଙ୍କ ଫିଲ୍ମ " ଜଖମ "ର  ଚିତ୍ରନାଟ୍ୟ ରଚନା କରିଥିଲେ । ଏହା ପରେ ସେ କାଜୋଲ ଅଭିନୀତ ଫିଲ୍ମ "ଦୁଶମନ"ର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ସମାଲୋଚକ ମାନଙ୍କଦ୍ୱାରା ବହୁଳ ପ୍ରଶଂସିତ ହେଇଥିଲା ଓ  ବ୍ଯବସାୟିକ ଭାବରେ ମଧ୍ୟ ସଫଳ ହେଇଥିଲା । .

୧୯୯୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ " ଶଙ୍ଘର୍ଷ " ମହେଶ ଭଟ୍ଟଙ୍କ ପ୍ରଯୋଜନାରେ ନିର୍ମିତ ହେଇଥିଲା ଓ ଏଥିରେ ତନୁଜା ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଫିଲ୍ମଟି ବ୍ଯବସାୟିକ ଭାବରେ ସମ୍ପୂର୍ଣ୍ଣ ଅସଫଳ ଥିଲା । ଏହା ପରେ ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ମଧ୍ୟ ବିଶେଷ ସଫଳତା ପାଇ ନଥିଲେ । ସେଥି ମଧ୍ୟରୁ " ସୁର -ଥି ମେଲୋଡି ଅଫ ଲାଇଫ" ( ୨୦୦୨ ) ଓ " ଫିଲ୍ମ ଷ୍ଟାର " ସଫଳ ହେଇ ନଥିଲେ ଭି ପ୍ରଶଂସିତ ହେଇଥିଲା । 

୨୦୦୬ ମସିହାରେ ସେ ଆମେରିକାରେ " Hope and a little Sugar " ନିର୍ମାଣ କରିଥିଲେ ଓ ୨୦୧୬ରେ ମଧ୍ୟ " Silvat" ନାମକ ଫିଲ୍ମ ନିର୍ମାଣ କରୁଛନ୍ତି ।  [୩][୪]

ଫିଲ୍ମୋଗ୍ରାଫି [ସମ୍ପାଦନା]

Year Film Role(s)
1997 Tamanna Writer
1997 Dil To Pagal Hai Writer
1998 Zakhm Writer
1998 Dushman Director
1999 Sangharsh Director
2001 Yeh Zindagi Ka Safar Director
2002 Sur – The Melody of Life Director, writer
2005 Film Star Director, writer
2006 Zindaggi Rocks Director, writer
2006 Hope and a Little Sugar Director, writer

ଆଧାର [ସମ୍ପାଦନା]

  1. Jha, Subhash K. (3 January 2007). "Why Tanuja Chandra is an angry young woman". Indo-Asian News Service, Press Trust of India. Hindustan Times. Archived from the original on 18 August 2020. Retrieved 04-12-08. {{cite web}}: Check date values in: |accessdate= (help)
  2. "Tanuja Chandra's film is stuck". Retrieved 2016-06-30.
  3. "Kartik Aaryan plays Muslim boy in Tanuja Chandra's film". The Indian Express. February 18, 2016. Retrieved 2016-06-27.
  4. "Kartik Aaryan plays Muslim boy in Tanuja Chandra's film". CNN-IBN. {{cite web}}: |access-date= requires |url= (help); Missing or empty |url= (help)

ବାହାର ଲିଙ୍କ [ସମ୍ପାଦନା]