ସୁଚେତା କୃପାଲାନି
ସୁଚେତା କୃପାଲାନି (ପୂର୍ବବର୍ତୀ ମଜୁମଦାର , ୨୫ ଜୁନ , ୧୯୦୮ -୧ ଡିସେମ୍ବର ୧୯୭୪ ) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଓ ରାଜନୈତିକ ନେତ୍ରୀ ଥିଲେ । ସେ ଭାରତ ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଉତ୍ତର ପ୍ରଦେଶ ର ସରକାର ଗଠନ କରି ୧୯୬୩ ମସିହା ରୁ ୧୯୬୭ ମସିହା ଯାଏ ଶାସନ ଭାର ସମ୍ଭାଳି ଥିଲେ ।
ପ୍ରାରମ୍ଭିକ ଜୀବନ
ସୁଚେତା ଙ୍କ ଜନ୍ମ ତତ୍ କାଳୀନ ପଞ୍ଜାବ ର ଅମ୍ବାଲା ଠାରେ ହେଇଥିଲା । (ତାହା ବର୍ତମାନ ହରିୟଣା ରାଜ୍ୟ ରେ ରହିଛି ) ତାଙ୍କର ପିତାମାତା ବଙ୍ଗାଳୀ ବ୍ରାହ୍ମ ସମାଜ ର ଥିଲେ । ସେ ଇନ୍ଦ୍ରପ୍ରସ୍ଥ କଲେଜ[୧] ଓ ପଞ୍ଜାବ ବିଶ୍ୱବିଦ୍ୟାଳୟ ରେ ପାଠ ପଢି ସାରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ[୨] ରେ ସାମ୍ବିଧାନିକ ଇତିହାସ ରେ ଅଧ୍ୟାପକ ରହିଥିଲେ । ୧୯୩୬ ମସିହା ରେ ସେ ତାଙ୍କ ଠାରୁ ୨୦ ବର୍ଷ ବଡ ବିଶିଷ୍ଟ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଲାନି ଙ୍କୁ ବିବାହ କରିଥିଲେ ।ଉଭୟଙ୍କ ପରିବାର ତଥା ମହାତ୍ମା ଗାନ୍ଧୀ ଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହେଇଥିଲା । [୩]
ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା
ତାଙ୍କ ସମକାଳୀନ ନେତ୍ରୀ ଅରୁଣା ଆସଫ ଅଲ୍ଲୀ ଓ ଉଷା ମେହେଟା ଙ୍କ ପରି ସୁଚେତା ମଧ୍ୟ ମହାତ୍ମା ଗାନ୍ଧୀ ଙ୍କ ଦ୍ଵାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନ ରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଡଙ୍ଗା ସମୟ ରେ ସେ ମହାତ୍ମା ଗାନ୍ଧୀଙ୍କ ସହ କାର୍ଯ୍ୟ କରିଥିଲେ । ଭାରତ ସ୍ଵାଧୀନତା ହେବା ପୂର୍ବ ସମୟ ରେ ଗଠିତ ନୂତନ ସମ୍ବିଧାନ ପ୍ରଣୟନ ପାଇଁ ଗଠିତ ବିଧାୟକ ସଭା କୁ ସେ ନିର୍ବାଚିତ ହେଇଥିଲେ । ଭାରତ ର ନୂତନ ସମ୍ବିଧାନ ର ରୂପରେଖ ନିର୍ଧାରଣ ପାଇଁ ଗଠିତ ସବ-କମିଟି ରେ ସେ ରହିଥିଲେ । ସ୍ଵାଧୀନ ଭାରତ ର ସମ୍ବିଧାନ ସଭା ର ପ୍ରଥମ ଅଧିବେଶନ ରେ ସେ ବନ୍ଦେ ମାତରମ୍ ଗାନ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " Tryst With Destiny "[୪] ଭାଷଣ ଦେଇଥିଲେ । ୧୯୪୦ ମସିହା ରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ ।
ସ୍ଵାଧୀନତା ପରବର୍ତୀ କାଳ
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତି ରେ ରହି ୧୯୫୨ ସାଧାରଣ ନିର୍ବାଚନ ରେ ସେ ନୂଆ ଦିଲ୍ଲୀ ରେ ଏକ ନୂତନ ଦଳ କେଏମପିପି ତରଫ ରୁ ନିର୍ବାଚନ ଲଡି କଂଗ୍ରେସ ଦଳ ର ମନମୋହିନୀ ସହଗଳ ଙ୍କୁ ପରାସ୍ତ କରିଥିଲେ । ସେହି ସମୟ ରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତନ କରି ପରବର୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ । ଏହା ପରେ ସେ ଉତ୍ତର ପ୍ରଦେଶ ର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ ।
ଏହି ମଧ୍ୟବର୍ତୀ କାଳ ରେ ସେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହା ରୁ ୧୯୬୩ ମସିହା ଯାଏ ରାଜ୍ୟ ର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୩ ମସିହା ଅକ୍ଟୋବର ମାସ ରେ ସେ ଭାରତ ର ଏକ ରାଜ୍ୟ ର ସର୍ବପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିବାର ସମ୍ମାନ ଅର୍ଜନ କରିଥିଲେ । ତାଙ୍କ କରଜ୍ୟକାଳ ମଧ୍ୟ ରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନ ର ଆନ୍ଦୋଳନ କୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ ।
ସୁଚେତା ୧୯୭୧ ମସିହା ରେ ରାଜନୀତି ରୁ ସନ୍ୟାସ ଗ୍ରହଣ କରି ୧୯୭୪ ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ନିରୋଳା ଜୀବନ ଯାପନ କରିଥିଲେ ।
ଆଧାର ସମୂହ
- ↑ "Vital statistics of colleges that figure among India's top rankers". India Today. 21 May 2001.
{{cite news}}
: More than one of|work=
and|newspaper=
specified (help) - ↑
{{cite web}}
: Empty citation (help) - ↑ Usha Thakkar, Jayshree Mehta (2011). Understanding Gandhi: Gandhians in Conversation with Fred J Blum. SAGE Publications. pp. 409–410. ISBN 978-81-321-0557-2.
- ↑
{{cite web}}
: Empty citation (help)