ବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱର
Brahmeswara Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Bhubaneshwar |
State | Orissa |
Country | India |
ବ୍ରହମେଶ୍ଵର ମନ୍ଦିର, ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ସହର ଭୁବନେଶ୍ବର ଠାରେ ରହିଥିବା ଏକ ୯ ମ ଶତାବ୍ଦୀ ଶେଷାର୍ଦ୍ଧ ରେ ନିର୍ମିତ ଶିବ ମନ୍ଦିର । ଏହି ମନ୍ଦିର ଅଭ୍ୟନ୍ତର ରେ ସୁନ୍ଦର ପ୍ରସ୍ତର ଖୋଦନ ବିରଳ କଳା ଦେଖିବାକୁ ମିଳେ । ମନ୍ଦିର ରେ ଖୋଦିତ ହେଇଥିବା ସିଲାଲେଖ ଦ୍ଵାରା ଏହି ମନ୍ଦିର ର ନିର୍ମାଣ କାଳ ବିଷୟରେ ସଠିକ ସୂଚନା ମିଳୁଥିଲା । ତେବେ ବର୍ତମାନ ତାହା ଅବଲୁପ୍ତ ଅବସ୍ଥା ରେ ରହିଛି । ତେବେ ୧୦୫୮ ମସିହା ର ଲେଖା କୁ ସଂରକ୍ଷିତ ଭାବରେ ରକ୍ଷା ଯାଇଛି । ସେହି ଲେଖାନୁସାରେ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଙ୍କ ଶାସନ ର ୧୮ ତମ ବର୍ଷ ରେ ତାଙ୍କ ମାତା କୋଳାବତୀ ଦେବୀ ଙ୍କ ଦ୍ଵାରା ଏହା ନିର୍ମିତ ହେଇଥିବାର ଜଣା ଯାଇଥାଏ , ଯାହା ୧୦୫୮ ମସିହା ଥିଲା । [୧]
ଇତିହାସ
ଅବସ୍ଥିତି ବ୍ରାହମେଶ୍ଵର ମନ୍ଦିର ର ଭୌଗୋଳିକ ଅବସ୍ଥିତି 0°14'23.4"N 85°51'07.4"E ଠାରେ । https://www.google.com/maps/place/20%C2%B014'23.4%22N+85%C2%B051'07.4%22E/@20.23984,85.852052,15z/data=!4m5!3m4!1s0x0:0x0!8m2!3d20.23984!4d85.852052?hl=en-US। ଏହା ଭୁବନେଶ୍ଵର ର ତଙ୍କପାଣି ରୋଡ ନିକଟସ୍ଥ ବ୍ରାହମେଶ୍ବରପାଟଣା ଠାରେ ରହିଛି । ବିନ୍ଦୁସାଗର ପୁଷ୍କରିଣୀ ଏହା ନିକଟ ରେ ଅବସ୍ଥିତ । ଏହାର ନିକଟବରତି ଅଞ୍ଚଳ ରେ " ଅନନ୍ତ ବାସୁଦେବ ମନ୍ଦିର " , ଜଳେଶ୍ଵର ଶିବ ମନ୍ଦିର , ଲିଙ୍ଗରାଜ ମନ୍ଦିର , ପଶ୍ଚିମେଶ୍ଵର ଶିବ ମନ୍ଦିର , ରାଜାରାଣୀ ମନ୍ଦିର ପ୍ରମୁଖ ରହିଛି ।
ନୀତି ରୀତି
ଅନେକ ପ୍ରାଚୀନ ମନ୍ଦିର ପରି ଏହି ମନ୍ଦିର ନିର୍ଜୀବ ନ ହେଇ ଏକ ଜୀବନ୍ତ ମନ୍ଦିର ଭାବରେ ରହିଛି । ଏଠାକୁ ଭକ୍ତ ମାନେ ମୁଖ୍ଯତଃ ଭଗବାନ ଶିବ ଙ୍କ ଆରାଧନା ପାଇଁ ଆସିଥାନ୍ତି । ତେବେ ଏଠାରେ ତାନ୍ତ୍ରିକ ଉପାସନା ପାଇଁ ମଧ୍ୟ ଦେଶ ର ଅନେକ ସ୍ଥାନ ରୁ ତାନ୍ତ୍ରିକ ମାନେ ଆସିଥାନ୍ତି । ଏଠାରେ ଥିବା " ଚାମୁଣ୍ଡା " ଙ୍କ ଭୟଙ୍କର ରୂପ ଧାରଣ କରି ଥିବା ମୂର୍ତି ରୁ ଏଠାରେ ତାନ୍ତ୍ରିକ ଉପାସନା ବହୁ କାଳ ରୁ ଚାଲିଥିବାର ପ୍ରମାଣ ମିଳେ । ମନ୍ଦିର କଥା ରେ ସଂଗୀତକାର ଓ ନାର୍ତକୀ ର ଚିତ୍ର ରୁ ଏଠାରେ ପୂର୍ବ କାଳ ରେ ନୃତ୍ୟ ପରମ୍ପରା ମଧ୍ୟ ଥିବାର ଜଣାଜାଏ । ଶିବରାତ୍ରି ସମୟ ରେ ଶତାଧିକ ଭକ୍ତ ଏଠାରେ ସମ୍ମିଳିତ ହେଇ ରାତ୍ର ଉଜାଗର ସହ ଉପାସନା କରିଥାନ୍ତି । ସେହି ସମୟ ରେ ଏଠାରେ ନୃତ୍ୟ ଓ ଗୀତ ର ଆସର ମଧ୍ୟ ଆୟୋଜନ ହେଇଥାଏ । ମହିଳା ମାନେ କ୍ଷୀର ଦ୍ଵାରା ଶିବଲିଙ୍ଗ ଙ୍କୁ ପୂଜା କରନ୍ତି ଓ ପରିବାର ର ସମସ୍ତଙ୍କ ପାଇଁ ଭଗବାନ ଶିବ ଙ୍କ ଆଶିଷ ଭିକ୍ଷ୍ୟା କରନ୍ତି ।
BRAHMESWARPATNA ROAD, BRAHMESWARPATNA, BHUBANESWAR -751018 KHORDHA, ODISHA, IN
http://www.templeadvisor.com/temples-in-india/hindu-temples/brahmeswara-temple
ପରବର୍ତୀ କାଳ ରେ ଏଇତିହାସିକ ମାନଙ୍କ ଦ୍ଵାରା ଏହାର ଏକ ଖୋଦନ କରାଯାଇଥିବା ଲେଖା କୁ କଲିକତା ନେଇ ପରିକ୍ଷ୍ୟା କରିବା ପରେ ଏହା ଦ୍ଵାରା ଜଣାଯାଇଥିଲା ଯେ ମନ୍ଦିର ଟି ସୋମବଂଶୀ ରାଜା ଉଦ୍ୟୋତ କେଶରୀ ଙ୍କ ମାତା କୋଳାବତୀ ଦେବୀ ଙ୍କ ଦ୍ଵାରା ୧୧ ଶ ଶତାବ୍ଦୀ ର ଅପରାର୍ଦ୍ଧ ରେ ନିର୍ମିତ ହେଇଥିଲା ।ମନ୍ଦିର ରେ " ସିଦ୍ଧତୀର୍ଥ " ନାମରେ ଚାରିଟି ନାଟ୍ୟଶାଳା ସହ ନିର୍ମିତ ହେଇଥିଲା । ସିଲାଲେଖ ନିର୍ଧାରିତ ସ୍ଥାନ ରୁ ଚ୍ୟୁତ ହେଇ ଅନନ୍ୟ ସ୍ଥାନ ରେ ମିଳିଥିବାରୁ ଏହା ଅନ୍ୟ ଏକ ମନ୍ଦିର ପାଇଁ ଥିବାର ମଧ୍ୟ ସମ୍ଭାବନା ବ୍ୟକ୍ତ କରାଯାଇଥାଏ । ପୁନଶ୍ଚ ସିଲାଲେଖ ରେ ବର୍ଣିତ ୪ ଟି ନାଟ୍ୟଶାଳା ( ନାଟ୍ଯ ଗୃହ ) କୁ ଅଙ୍ଗଶାଳା ( ସହଯୋଗୀ ମନ୍ଦିର ) ବୋଲି ମଧ୍ୟ ଦାବି କରାଯାଇଥାଏ ।
ସ୍ଥାପତ୍ୟ ଶୈଳୀ
ମନ୍ଦିର କୁ " ପାଞ୍ଚତନୟା " ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଥାଏ । ମୁଖ୍ୟ ଆସ୍ଥାନ ସହ ଚାରି ଦିଗରେ ୪ ଟି ସହଯୋଗୀ ଆସ୍ଥାନ ମଧ୍ୟ ରହିଥିଲା । ପୂର୍ବ ବର୍ତୀ କାଳ ର ମନ୍ଦିର ମାନଙ୍କରୁ ଅଧିକ ଉନ୍ନତ ଓ ସମ୍ପୂର୍ଣତା ର ସହ ଏହି ମନ୍ଦିର ନିର୍ମିତ ହେଇଥିଲା ।ମନ୍ଦିର ର " ବିମାନ" ୬୨.୨ ଫୁଟ ଉଚ୍ଛତା ବିଶିଷ୍ଟ ରହିଛି । ପାରମ୍ପରିକ କାଷ୍ଠା ଖୋଦନ ଶୈଳୀ କୁ ମନ୍ଦିର ରେ ପ୍ରସ୍ତର ନିର୍ମାଣ ରେ ସ୍ଥାପିତ କରାଯାଇଛି । ସମ୍ପୂର୍ଣ ମନ୍ଦିର ଟି କୁ ପିରାମିଡ ଆକାର ଦେଇ ଅଭ୍ୟନ୍ତର ଓ ବହିଷ୍ଠ କାନ୍ଥ ରେ ଖୋଦନ କଳା କାର୍ଯ୍ୟ କରାଯାଇଥିଲା ।
ପାରମ୍ପରିକ ଓଡିଆ ଶୈଳୀ ରେ ନିର୍ମିତ ଏହି ମନ୍ଦିର ରେ ଦୁଇଟି ପ୍ରକୋଷ୍ଠ ରହିଛି । ପ୍ରଥମ ଟି କୁ "ଜଗମୋହନ " କୁହାଯାଇଥାଏ ଓ ଏହାକୁ ସଂଯୁକ୍ତ କରି ମୁଖ୍ୟ ମନ୍ଦିର " ଶିଖର " ଭାବରେ ରହିଛି ।ପରବର୍ତୀ ସମୟ ରେ ନିର୍ମିତ ମନ୍ଦିର ଗୁଡିକୁ ମନ୍ଦିର ଜଗମୋହନ ସାମ୍ନା ରେ ଆଉ ଦୁଇଟି ପ୍ରକୋଷ୍ଠ , ନାଟ୍ୟଶାଳା ଓ ସମାବେଶ ଗୃହ ଭାବରେ ନିର୍ମିତ ହଉଥିଲା । [୨]
ଏହି ମନ୍ଦିର ର ନିର୍ମାଣ କଳା ରେ ବହୁ ଆଗରୁ ନିର୍ମିତ ମୁକ୍ତେଶ୍ଵର ମନ୍ଦିର ସହ ବହୁ ସାମଞ୍ଜସ୍ଯ ଦୃଷ୍ଟିଗୋଚର ହେଇଥାଏ । ଜଗମୋହନ ର ଭିତରସ୍ଥ ଅଂଶ ରେ ସିଂହ ମସ୍ତକ ଖୋଦନ ଚିତ୍ର , ଯାହା ମୁକ୍ତେଶ୍ଵର ମନ୍ଦିର ନିର୍ମାଣ ରେ ପ୍ରଥମେ ବ୍ୟବହାର ହେଇଥିଲା ଓ ତାହା ପରେ ବହୁ ସ୍ଥାନ ରେ ତାହାର ନକଲ ହେଇଥିଲା , ତାହା ଏଠାରେ ମଧ୍ୟ ଦେଖା ଯାଇଥାଏ । ଏଠାରେ ଭିତରସ୍ଥ କାନ୍ଥ ରେ ନରତକୀ , ସଂଗୀତକାର ଙ୍କ ବହୁଳ ଚିତ୍ର ଭିତର ଓ ବାହାର କାନ୍ଥ ରେ ଚିତ୍ରିତ ହେବା ସହ ପ୍ରଥମ ଥର ପାଇଁ ଲୌହ ସ୍ତମ୍ଭ ର ପ୍ରୟୋଗ ହେଇଥିବାର ଜଣା ଯାଏ ।
ଏହି ମନ୍ଦିର ରେ ବାଲି ପଥର ରେ ନିର୍ମିତ ଦେବାଦେବୀ ମୂର୍ତି , ଦୁଆର ଚଉକାଠ ରେ ଖୋଦିତ ପୁଷ୍ପ ଚିତ୍ର ସହିତ ଉଡନ୍ତା ମୂର୍ତି ଗୁଡିକ ମଧ୍ୟ ରହିଛି ।"ଅସ୍ତଦିଗପାଳ ମୂର୍ତି" , ଖଡ୍ଗ ଓ ମଣିଷମସ୍ତକ ଧରି "ଚାମୁଣ୍ଡା "ମୂର୍ତି ପଶ୍ଚିମ ଦିଗ ଚଟାଣ ରେ ରହିଛି ।
ଦେବଦାସୀ ପ୍ରଥା
ଏକ ବର୍ତମାନ ବିଲୁପ୍ତ ସିଲାଲେଖ ରୁ ଜଣାଯାଇଥିଲା ଯେ ରାଣୀ କୋଳାବତୀ ମନ୍ଦିର ପାଇଁ ଅନେକ ସୁନ୍ଦର ରମଣୀ ଙ୍କୁ ଦେଇଥିଲେ । ଏଥିରୁ ଜଣାପଡେ ସେହି ସମୟ ରେ ମନ୍ଦିର ରେ " ଦେବଦାସୀ " ପ୍ରଥା ର ପ୍ରଚଳନ ଥିଲା । ସେଇ ପରମ୍ପରା ପୁରୀ ବଡ ଦେଉଳ ସମେତ ଅନେକ ମନ୍ଦିର ରେ ପରେ ପ୍ରଥା ହିସାବ ରେ ପ୍ରଚଳିତ ହେଇଥିଲା । There are special Sevakas (servants) employed for this purpose. They are known as “Mahari or Devadasi” and their dance is known as “Mahari Nrutya” or “Devadasi Nrutya”.http://odisha.gov.in/e-magazine/Orissareview/2013/jul/engpdf/50-54.pdf
ଆଧାର ସମୂହ
- ↑ "Brahmesvara Temple Complex" (PDF). IGNCA. Retrieved 2013-08-24.
- ↑ John Julius Norwich, ed.