Jump to content

ଦି ଟେଷ୍ଟ ଅଫ ମାଇ ଲାଇଫ

ଉଇକିପିଡ଼ିଆ‌ରୁ
୧୨:୦୮, ୨୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "The Test of My Life") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
The Test of My Life: From Cricket to Cancer and Back  
Thetestofmylife.jpeg
ଲେଖକYuvraj Singh
ଦେଶIndia
ଭାଷାEnglish
ବିଷୟAutobiography
ବିଭାଗAutobiography
ପ୍ରକାଶକRandom House India / Ebury Press
ପ୍ରକାଶ ତାରିଖMarch 19, 2013
ମାଧ୍ୟମ ପ୍ରକାରPrint (Paperback)
ପୃଷ୍ଠା216
ISBN818400298X

ମୋ ଜୀବନ ର ପରିକ୍ଷ୍ୟା: କ୍ରିକେଟ ରୁ କାନସର ଓ ପ୍ରତ୍ୟାବର୍ତନ , ଭରତାୟୟ କ୍ରିକେଟ ଖେଳାଳି ଯୁବରାଜ ସିଂହ ଙ୍କ ଆତ୍ମଜୀବନୀ ଓ ଏହା 19 ମାର୍ଚ , 2013 ରେ ଉନ୍ମୁକ୍ତ ହେଇଥିଲା । 

ଏହି ପୁସ୍ତକ 2013 ମସିହା ମାର୍ଚ ମାସ 19 ତାରିଖ ରେ ଉନ୍ମୁକ୍ତ ହେଲା ପରେ ଏହାର ପ୍ରଥମ 20 ଟି କପି କୁ ଅନ ଲାଇନ ମାଧ୍ୟମ ରେ ନିଲାମ କରାଯାଇଥିଲା ଓ ଏହାର ମୂଳ ମୂଲ୍ୟ ନିଲାମ ପାଇଁ 5000 ଭାରତୀୟ ମୁଦ୍ରା ରଖଗାଯାଇଥିଲା । [][]

ଏହି ପୁସ୍ତକ ରେ ଯୁବରାଜ ସିଂହ ତାଙ୍କ କ୍ରିକେଟ ଜୀବନ ର  ଉତଥାନ , ପତନ ବିଷୟ ବର୍ଣନା ଦେଇଛନ୍ତି । ତାଙ୍କର କଠିନତମ ସମୟ  ଗୁଡିକ ଓ କିପରି ସେଥିରୁ ମୁକ୍ତ ହେଲେ ସେ ବସାୟ ରେ ସେ ପାଠକ ଙ୍କ ଜାଣିବା ପାଇଁ ବିଷଦ ଭାବରେ ଲେଖିଛନ୍ତି । ତାଙ୍କ ଜୀବନ କୁ ବିପଦ ସାଜିଥିବା ଭୟଙ୍କର କାନସର ରେ ଆକ୍ରାନ୍ତ ହେବା ଓ ଦୃଢ ମନୋବଳ ସହକାରେ ମୁକ୍ତି ଲାଭକରି ପୁଣି ଜାତୀୟ ତଥା ଆନ୍ତର୍ଜାତିକ କ୍ରିକେଟ ରେ ନିଜ ସ୍ଥାନ ଫେରି ପାଇବା ବିଷୟ ରେ ସେ ବର୍ଣନା ଦେଇଛନ୍ତି । 

୨୦୦୭ ରେ ହେଇଥିବା ଟି୨୦ ବିଶ୍ଵ କପ ରେ ଅବଶ୍ଵସନୀୟ ଭାବରେ ଇଂଲଣ୍ଡ ବିରୁଦ୍ଧ ପ୍ରତିଦ୍ୱନ୍ଦିତା ରେ ସ୍ତୁଆର୍ଟ ବ୍ରଡ ଙ୍କ ଗୋଟିଏ ଓଭର ରେ ୬ ଟି ଚ୍ଛକ୍କା ମାରି ଚହଲା ପକେଇଥିବା ଯୁବରାଜ ଙ୍କ ସଫଳ ଖେଳ ସହାୟତା ରେ ଭାରତ ଚମ୍ପିୟାନ ହେଇଥିଲା । ୨୦୧୧ ମସିହା ବିଶ୍ଵ କପ କ୍ରିକେଟ ରେ ମଧ୍ୟ ଯୁବରାଜ ଚମତ୍କାର ପ୍ରଦର୍ଶନ କରିବା ଫଳରେ ଭାରତ ଚମ୍ପିୟାନ ହେଇଥିଲା ଓ ଯୁବରଜ ସେଥିରେ " ପ୍ଲେୟାର ଅଫ ଥି ଟୁର୍ଣମେଣ୍ଟ" ବା ଶ୍ରେଷ୍ଠ ଖେଳାଳି ଘୋଷିତ ହେଇଥିଲେ । ଜନପ୍ରିୟତା ରେ ଯୁବରାଜ ଙ୍କ ସ୍ଥାନ ସଚିନ ତେନ୍ଦୁଲକର ଙ୍କ ପରେ ଅଗ୍ର ଭାଗ ରେ ଥିଲା । 

ଯୁବରାଜ  ଙ୍କ ପିତା ଯୋଗରାଜ ସିଂହ ମଧ୍ୟ ଜେନ କ୍ରିକେଟ ଖେଳାଳି ଥିଲେ । କିନ୍ତୁ ସେ ଆନ୍ତର୍ଜାତୀୟ କ୍ଷେତ୍ର ରେ ସଫଳତା ପାଇ ନ ଥିଲେ । ତେଣୁ ତାଙ୍କ ପୁତ୍ର ଯୁବରାଜ ଙ୍କୁ ସେ ପିଲା ଦିନେ ତାଙ୍କ ଇଚ୍ଛା ନଥିଲେ ମଧ୍ୟ କ୍ରିକେଟ ଖେଳିବାକୁ ବାଧ୍ୟ କରିଥିଲେ ବୋଲି ଯୁବରାଜ ତାଙ୍କ ପୁସ୍ତକ ରେ ସ୍ଵୀକାର କରିଛନ୍ତି । 

" ମୋ ଜୀବନ ର ପରିକ୍ଷ୍ୟା " ପୁସ୍ତକ ଦୁଇଭାଗ ରେ ବିଭକ୍ତ । ପ୍ରଥମ ପ୍ରସ୍ତ ରେ ସେ ତାଙ୍କର ବାଲ୍ୟକାଳ , ଏକ ଶ୍ରେଷ୍ଠ କ୍ରିକେଟ ଖେଳାଳି ଭାବରେ ଜାତୀୟ ସ୍ତର ରେ ଉଭା ହେବା ବିଷୟ ରହିଛି । ଦ୍ଵିତୀୟ ଭାଗ ରେ ସେ କାନସର ରେ ପୀଡିତ ହେଇ ଜୀବନ ସହ ସଂଗ୍ରାମ କରି ଆମେରିକା ରେ ଚିକିସ୍ଥିତ ହେଇ ଭଲ ହେବା ଓ ଆତ୍ମବିଶ୍ବାସ ବଳ ରେ ପୁନର୍ବାର କଠିନ ତାଲିମ ନେଇ ପୁଣି ଅନ୍ତର୍ଜାତିକ କ୍ରିକେଟ କୁ ପ୍ରତ୍ୟାବର୍ତନ କରି ପାରିବା ବିଷୟ ଲେଖିଛନ୍ତି । ତାଙ୍କର ଏହି କାନସର ସହ ସଂଘର୍ଷ ଓ ସେଥିରୁ ବାରଟି ପୁନର୍ବାର ଜାତୀୟ ଦଳ ରେ ସ୍ଥାନ ପାଇବାକୁ ଯୋଗ୍ୟ ହେବାକୁ କରିଥିବା ସଂଘର୍ଷ ସାରା ବିଶ୍ଵ ପାଇଁ ଏକ ଅନୁପ୍ରାଣିତ କରିବା ପରି ଆଦର୍ଶ ବୋଲି କୁହାଯାଏ । 

୨୦୦୭  ଟି୨୦ବିଶ୍ଵକପ ବେଳକୁ ସେ ଜାଣି  ନଥିଲେ ମଧ୍ୟ କାନସର ରେ ପୀଡିତ ହେଇସାରିଥିଲେ ।  ତାଙ୍କ ଶରୀର ଅବସ୍ଥା ଭଲ ନଥିଲା । ତେବେ ସେ ସଚିନ ତେନ୍ଦୁଲକର , ଜାହିର ଖାନ ଙ୍କ ପରି ବରିଷ୍ଠ ଖେଳାଳି ଙ୍କ ପକ୍ଷରୁ ଉତଶାହ ପାଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । 

ପୁସ୍ତକ ର ଶେଷ ଭାଗ ଯୁବରାଜ ସିଂହ ବଡ ମର୍ମଭେଦୀ ଭାବରେ ବର୍ଣନା କରିଛନ୍ତି । ସାରା ଦେଶ ତାଙ୍କୁ ଅପେକ୍ଷ୍ୟା କରିଥିଲା ଦେଖିବାକୁ ସେ ପୁଣି ଫର୍ମ ଫେରି କ୍ରିକେଟ କୁ ଆସି ପାରୁଛନ୍ତି କି ନାହି। ନିଉଜିଲାଣ୍ଡ ସହ ବିଶାଖାପାଟଣା ଠାରେ ତାଙ୍କର ପ୍ରଥମ ଏକଦିବାସୀୟ ପ୍ରତ୍ୟାବର୍ତନ ମେଚ ହେବାର ଥିଲା । କିନ୍ତୁ ବର୍ଷ ଯୋଗୁ ତାହା ହେଇପାରିଲା ନାହି । ତାହା ପରେ ଚେନ୍ନଇ ରେ ସେ ପରବର୍ତୀ ମେଚ ଖେଳିଲେ । କିନ୍ତୁ ପୂର୍ଣା ଫର୍ମ ଫେରିବା ନିଶ୍ଚୟ କଷ୍ଟକର ଥିଲା । ତେବେ ସେ ଚେଷ୍ଟା ଜାରି ରଖିଲେ । 


ଭାରତ -ଇଂଲଣ୍ଡ ସିରିଜ 2017 ପ୍ରଦର୍ଶନ  ଘରେଇ ରଣଜୀ ଟ୍ରଫି ମେଚ ରେ ପୂର୍ବ ସିଜନ ରେ ଭଲ ପ୍ରଦର୍ଶନ ଦେଇ ପରି ନଥିବା ଯୁବରାଜ 2016 ମସିହା ରଣଜୀ ଟ୍ରଫି ରେ ଚମତ୍କାର ଖେଳ ଦେଖେଇ ଥିଲେ । ସେ ପଞ୍ଜାବ ଦଳ ର ମଧ୍ୟ ପ୍ରଦେଶ ବିରୁଦ୍ଧ ମେଚ ରେ 164 ରନ ର ପାରି ଖେଳିଥିଲେ ଯାହା ମଧ୍ୟ ରେ 24 ଟି ଚଉକା ଥିଲା । ପଞ୍ଜାବ ପାଇଁ 5 ଟି ମେଚ ରେ ସେ ଏକ ଦ୍ଵିଶତକ ସହ 672 ରନ ସଂଗ୍ରହ କରି ପୁଣି ଫର୍ମ ର ଶିକ୍ଷାର ରେ ପହଞ୍ଚି ଥିବାର ପ୍ରମାଣ ଦେଇଥିଲେ ।http://www.hindustantimes.com/cricket/yuvraj-singh-s-performance-in-ranji-trophy-was-key-in-selection-says-msk-prasad/story-cshm6o0Rfkq3JtcVe0DF8O.html ତାହା ପରେ ତାଙ୍କୁ ଭାରତ -ଇଂଲଣ୍ଡ ଏକଦିବାସୀୟ ସିରିଜ ପାଇଁ ମନୋନଯନ କରାଯାଇଥିଲା । ପୁନେ ଠାରେ ହେଇଥିବା ପ୍ରଥମ ଏକ ଦିବାସୀୟ ରେ ସେ ଦୁର୍ଭାଗ୍ୟଜନକ ଭାବରେ ଆଉଟ ହେଇଯାଇଥିଲେ । ଜାନୁଆରୀ 19 ତାରିଖ ରେ କଟକ ଠାରେ ହେଇଥିବା ଦ୍ଵିତୀୟ ମେଚ ରେ ସେ ଚମତ୍କାର ବେଟିଙ୍ଗ ପ୍ରଦର୍ଶନ କରି ଭାରତ 35 ରନ ରେ 3 ଟି ୱିକେଟ ହରେଇଥିବା ଅବସ୍ଥା ରେ ଆସି ପୂର୍ବତନ ଅଧିନାଯକ ଧୋନୀ ଙ୍କ ସହ ମିଶି ଚତୁର୍ଥ ୱିକେଟ ପାଇଁ ୨୫୬ ରନ ଯୋଡିଲେ ଓ ଏଥିରେ ଯୁବରାଜ ଙ୍କ ସର୍ବଶ୍ରେଷ୍ଠ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ସ୍କୋର ୧୫୦ ସାମିଲ ଥିଲା ।http://www.firstpost.com/sports/india-vs-england-2nd-odi-ms-dhoni-yuvraj-singh-have-proved-they-are-one-of-the-greatest-pairs-ever-3213776.html ଯୁବରାଜ ଏହି ସ୍କୋର ସେ ୧୨୭ ବଲ ରେ ୩ ଟି ଛକକା ସହିତ କରିଥିଲେ । http://www.hindustantimes.com/cricket/live-cricket-score-india-vs-england-2nd-odi-cuttack-ind-eye-series/story-VF8kMaI1iTulUvcoh5H7aP.html

ଯୁବରାଜ ଙ୍କ ଜୀବନୀ କୁ ଛାଯା ଲେଖକ ଭାବରେ ଶାରଦା ଉଗ୍ର ଓ ନିଶାନ୍ତ ଜିତ ଅରୋରା ଲେଖିଛନ୍ତି ଯୁବରାଜ ଏହି ପୁସ୍ତକ ଟି ତାଙ୍କ ମାଁ ଶବନମ ସିଂହ ଙ୍କ ପାଇଁ ସମର୍ପିତ କରିଛଣି । ତାଙ୍କ ପିତା ନ ପାରି ତାଙ୍କ ମାଁ ଯୁବରାଜ ସିଂହ ଙ୍କୁ ଉତ୍ଥାନ ପତନ ସାହୁ ସମୟ ରେ ମାନସିକ ସାହାଜ୍ଯ ପ୍ରଦାନ କରିଆସୁଛନ୍ତି ।  

References