Jump to content

ଆଲ୍‌ଭିନ କାଳୀଚରଣ

ଉଇକିପିଡ଼ିଆ‌ରୁ
୧୮:୩୮, ୫ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Alvin Kallicharran") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମAlvin Isaac Kallicharran
ଡାକ ନାମKalli
ଉଚ୍ଚତା1.64 m (5 ft 5 in)
ବ୍ୟାଟିଂ ପ୍ରକାରLeft-handed batsman
ବୋଲିଂ ପ୍ରକାରRight-arm off break
ଭୂମିକାBatsman
ସମ୍ପର୍କୀୟD. I. Kallicharran (brother), M. V. Nagamootoo (nephew)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 144)6 April 1972 v New Zealand
ଶେଷ ଟେଷ୍ଟ4 January 1981 v Pakistan
ପ୍ରଥମ ଦିନିକିଆ (cap 7)5 September 1973 v England
ଶେଷ ଦିନିକିଆ4 February 1981 v England
ଘରୋଇ ଦଳ ତଥ୍ୟ
YearsTeam
1967–1981Guyana
1971–1990Warwickshire
1972–1974Berbice
1977–1978Queensland
1981–1984Transvaal
1984–1988Orange Free State
1984–1987Impalas
Career statistics
ପ୍ରତିଯୋଗିତା Tests ODIs FC List A
ମ୍ୟାଚ ସଂଖ୍ୟା 66 31 505 383
ମୋଟ ରନ 4399 826 32650 11336
ବ୍ୟାଟିଂ ହାର 44.43 34.41 43.64 34.66
ଶତକ/ଅର୍ଦ୍ଧଶତକ 12/21 0/6 87/160 15/71
ସର୍ବାଧିକ ରନ 187 78 243* 206
ବଲ ସଂଖ୍ୟା 406 105 7133 2294
ଉଇକେଟ 4 3 84 42
ବୋଲିଂ ହାର 39.50 21.33 47.97 43.40
ଇନିଙ୍ଗସରେ ୫ଟି ଉଇକେଟ 0 0 1 1
ମ୍ୟାଚରେ ୧୦ଟି ଉଇକେଟ 0 n/a {{{tenfor3}}} {{{tenfor4}}}
ସବୁଠୁ ଭଲ ବୋଲିଂ 2/16 2/10 5/45 6/32
କ୍ୟାଚ/ଷ୍ଟମ୍ପିଙ୍ଗ 51/0 8/0 323/- 86/-
Source: Cricinfo, 2 July 2013

ଆଲ୍ଭିନ ଆଇଜାକ୍କ କାଲିଚରଣ (ଜନ୍ମ 21 ମାର୍ଚ 1949 ) iଜଣେ ପୂର୍ବତନ ୱେଷ୍ଟ ଇଣ୍ଡିଜ ର ଜାତୀୟ କ୍ରିକେଟ ଖେଳାଳି । ସେ ଇଣ୍ଡୋ- ଗୁଏନିଜ ବଂଶ ର ଜନ୍ମିତ ଥିଲେ ଓ ୱେଷ୍ଟ ଇଣ୍ଡିଜ ପାଇଁ 1972 ମସିହା ରୁ 1981 ମସିହା ଯାଏ ଖେଳିଥିଲେ । ତାଙ୍କର ଜନ୍ମ ବ୍ରିଟିଶ ଗୁଏନା ( ବର୍ତମାନ ଗୁଏନା ) ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଭାଇ ଡେରେକ ଗୁଏନ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ପରେ ଆମେରିକା ଯୁକ୍ତରାଷ୍ଟ୍ର ରେ ଖେଳିଥିଲେ । କାଲିଚରଣ ତାଙ୍କର ସତର୍କ ତଥା ନିଖୁଣ ବେଟିଙ୍ଗ ପାଇଁ ଜଣାଶୁଣା ଥିଲେ । 1973 ମସିହା ରେ ବିଖ୍ୟାତ " ୱିସଡେନ" ପତ୍ରିକା ର " ୱିସଡେନ କ୍ରିକେଟର ଓଫ ଦି ଇୟର " ପୁରସ୍କାର ପାଇଥିଲେ । ସେ ଜଣେ ବାମ ହାତି ବେତସମେନ ଓ ଡାହାଣ ହାତି ଅଫ- ସ୍ପିନ ବୋଲର । ସେ 1975 ଓ 1979 ବିଶ୍ଵକପ ବିଜେତା ୱେଷ୍ଟ ଇଣ୍ଡିଜ ଦଳ ର ସଦସ୍ୟ ଥିଲେ ।ତାଙ୍କର ସର୍ବାଧିକ ସ୍କୋର 187 ଭାରତ ବିରୁଦ୍ଧ ରେ 1978-79 ମସିହା ର ୱେଷ୍ଟ ଇଣ୍ଡିଜ ର ଟୁର ରେ ହେଇଥିଲା । ବ୍ରିଟିଶ ଘରେଇ କ୍ରିକେଟ ରେ ସେ ୱାରବିକଶଇୟାର ତରଫ ରୁ ସଫଳତା ର ସହ ବହୁ ବର୍ଷ ଖେଳିଥିଲେ । 1984 ମସିହା ରେ ସେ ନାଟୱେଷ୍ଟ ଟ୍ରଫି ପାଇଁ ସେହି ଦଳ ତରଫ ରୁ ଅକ୍ସଫୋର୍ଡଶାଇଆର ବିରୁଦ୍ଧ ରେ ଏକ ଏକଦିବଶୀୟ ମେଚ ରେ ସେ 206 ରଣ କରିବା ସହ 32 ରନ ଦେଇ 6 ଟି ୱିକେଟ ନେଇଥିଲେ ।  []

ଇଂଲଣ୍ଡ ବିରୁଦ୍ଧ ଏକ ଟେଷ୍ଟ ମେଚ ର ପ୍ରଥମ ଦିବସ ରେ ସେ 158 ରଣ କଳା ପରେ ବିବାଦୀୟ ପରିସ୍ଥିତି ରେ ଶେଷ ବଲ ରେ ଟନୀ ଗ୍ରେ ଙ୍କ ଦ୍ଵାରା ରନ ଆଉଟ ହେଇ ଚର୍ଚିତ ହେଇଥିଲେ । ସେ 1977 ମସିହା ରେ ବିଦ୍ରୋହୀ ବିଶ୍ଵ ସିରିଜ କ୍ରିକେଟ ରେ ଯୋଗ ଦେବାରେ ବିଫଳ ହେବା ପରେ ୱେଷ୍ଟ ଇଣ୍ଡିଜ ଜାତୀୟ ଦଳ ର ଅଧିନାୟକ ଭାବରେ ନିଯୁକ୍ତ ହେଇଥିଲେ । କିନ୍ତୁ ତାହା ପରେ ସେ ଦକ୍ଷିଣ ଆଫ୍ରିକା କୁ ଏକ ଅଣ - ଅଫିସିଆଲ ବିଦ୍ରୋହୀ ଟୁର ରେ ଯାଇ କ୍ରିକେଟ ରେ ଜାତିବାଦ ବିରୋଧୀ ଆନ୍ଦୋଳନକାରୀ ଙ୍କ ସମ୍ମୁଖୀନ ହେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ ,  ସେ ସମୟ ରେ ଦକ୍ଷିଣ ଆଫ୍ରିକା କୁ ବିଶ୍ଵ ସମୁଦାଯ ଜାତିଭେଦ ନୀତି ଅବଲମ୍ବନ କରୁଥିବାରୁ ସମସ୍ତ ପ୍ରକାର ଖେଳ ରୁ ବାସନ୍ଦ କରିଥିଲେ । ଏହା ପରେ ସେ ଦକ୍ଷିଣ ଆଫ୍ରିକା ର ଅରେଞ୍ଜ ଫ୍ରି ଷ୍ଟେଟ ଓ ଟ୍ରାନସଭାଲ ତରଫ ରୁ ଖେଳିଥିଲେ । 


ବର୍ତମାନ କାଲିଚରଣ ଯୁକ୍ତରାଷ୍ଟ୍ର ଆମେରିକା ର ନର୍ଥ କାରୋଲିନା ରେ ବସ୍ଥାନ କରି ସେଠାରେ ଯୁବକ ମାନଙ୍କୁ କ୍ରିକେଟ କୋଚିଙ୍ଗ ପ୍ରଦାନ କରୁଛନ୍ତି । 

ଅନ୍ତର୍ଜାତିକ ଇଣ୍ଟର୍ନେଟ ସଂସ୍ଥାନ UiTV କନ୍ନେକ୍ଟ ନାମକ କମ୍ପାନୀ ର ସେ ବର୍ତମାନ ବ୍ରାଣ୍ଡ ଆମ୍ବାସାଡର ଭାବରେ ରହିଛନ୍ତି । [][]

References

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)