Jump to content

ରୁକ୍ମଣୀ ଦେବୀ ମନ୍ଦିର

ଉଇକିପିଡ଼ିଆ‌ରୁ
୧୩:୦୯, ୫ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rukmini Devi Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Rukmini Devi Temple

ରୁକ୍ମଣୀ ଦେବୀ ମନ୍ଦିର,  ଭାରତ ର ଦ୍ଵାରକା ଠାରୁ 2 କିଲୋମିଟର ଦୂର ରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣ ଙ୍କ ରାଣୀ ରୁକ୍ମିଣୀ ଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀ ରୁ ଏହା 12 ଶ ଶତାବ୍ଦୀ ର ବୋଲି ଜଣାଯାଇଥାଏ । 

ବର୍ଣନା 

ମନ୍ଦିର ରେ ବିଭିନ୍ନ ଦେବାଦେବୀ ଙ୍କ ପ୍ରତିମୂର୍ତି ପ୍ରସ୍ତର ରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀ ଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭ ର ମୂଳ ଅଂଶ ରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି । 

କିମ୍ବଦନ୍ତୀ 

ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀ ରୁକ୍ମିଣୀ ପରଶ୍ଵର ଠାରୁ ଏତେ ଦୂର ରେ ଅବସ୍ଥାନ କରୁଥିବା ବିଷୟ ରେ ଏକ କାହାଣୀ ରହିଛି । ଥରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ମହାମୁନି ଦୁର୍ବାସା ଙ୍କୁ ତାଙ୍କ ଘରେ ଭୋଜନ ପାଇଁ ରଥ ରେ ଆମନ୍ତ୍ରଣ କରୁଥିଲେ । ବାଟରେ ଶୋଷ ହେବାରୁ ରୁକ୍ମିଣୀ ଶ୍ରୀକୃଷ୍ଣ ଙ୍କୁ ଜଳ ପାଇଁ କହିବାରୁ ଶ୍ରୀକୃଷ୍ଣ ଗଙ୍ଗା ଜଳ ତାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହା କ୍ରୋଧୀ ମୁନି ଦୁର୍ବାସା ତାଙ୍କୁ ଆଗରୁ ଜଳ ନ ଦେବାରୁ ସେ ପତିପତ୍ନୀ ବିଚ୍ଛିନ୍ନ ହେଇ ରହିବେ ବୋଲି ଅଭିଶାପ ପ୍ରଦାନ କରିଥିଲେ । []

ଆଧାର 

  1. "Jamnagar". Government of Gujarat Tourism. Retrieved 14 April 2015.