ବରାବର ଗୁମ୍ଫା
ବରାବର ଗୁମ୍ଫା | |
ଦିଗବାରେଣି | 25°00′18″N 85°03′47″E / 25.005°N 85.063°E |
---|
ବରାବର ଗୁମ୍ଫା ଗୁଡିକ ଭାରତ ର ସର୍ବପ୍ରଚୀନ ପ୍ରସ୍ତର ଖୋଦିତ ଗୁମ୍ଫା ସମୂହ । ,[୧]ଖ୍ରୀଷ୍ଟପୂର୍ବ 322-185 ମସିହା ରେ ମୌର୍ଯ୍ୟ ସମ୍ଭ୍ରାର୍ଜ୍ୟ ସମୟ ରେ , ଓ କିଛି ଅଶୋକ ଙ୍କ ଲିପି ସହିତ ଥିବା ଏହି ଗୁମ୍ଫା ସମୂହ ବିହାର ର ଜହାନାବାଦ ଜିଲ୍ଲାର ଗୟା ରୁ ମଖଡୁମପୁର ବ୍ଲକ ଅଞ୍ଚଳ ରେ ରହିଛି ।
ଏହି ଗୁମ୍ଫା ଗୁଡିକ ବରାବର ( 4 ଟି ଗୁମ୍ଫା ) ଓ ନାଗାର୍ଜୁନୀ (3 ଟି ଗୁମ୍ଫା ରେ) ପାହାଡ ରେ ରହିଛି । 1.6 କିଲୋମିଟର ଦୂର ରେ ଥିବା ନାଗାର୍ଜୁନୀ ର ଗୁମ୍ଫା କୁ ନାଗାର୍ଜୁନୀ ଗୁମ୍ଫା ମଧ୍ୟ କୁହାଯାଇଥାଏ । ଏହି ପ୍ରସ୍ତର ରେ ଖୋଦନ କରାଯାଇ ନିର୍ମାଣ କରାଯାଇଥିବା ଗୃହ ଗୁଡିକୁ ଖ୍ରୀଷ୍ଟ ପୂର୍ବ 3 ଶ ମଶା ର ବୋଲି ଆକଳନ କରାଯାଇଛି । ସମ୍ରାଟ ଅଶୋକ ଓ ତାଙ୍କ ପୁତ୍ର ଦଶରଥ ମୌର୍ଯ୍ୟ ଙ୍କ ସମୟ ରେ ନିଜେ ବୌଦ୍ଧ ଧର୍ମ ର ହେଇଥିଲେ ମଧ୍ୟ ଜୈନ ସଂପ୍ରଦାଯ ର ଏହି ସବୁ ଗୁମ୍ଫାକୁ ଉନ୍ନତି କରିବାକୁ ଦେଇଥିଲେ । ଏହାଦ୍ବାରା ସେତେବେଳେ ଅନନ୍ୟ ଧର୍ମ ପ୍ରତି ସମ୍ମାନ ଥିବା କଥା ପ୍ରମାଣିତ ହୁଏ । [୧]
ବୌଦ୍ଧହ ଧର୍ମ ର ସଂସ୍ଥାପକ ଗୌତମ ବୁଦ୍ଧ ଙ୍କ ସମସାମୟିକ ମକ୍ଷଲୀ ଗୋଶାଳା ଙ୍କ ଦ୍ଵାରା ପ୍ରତିଷ୍ଠିତ ଅଜିଭିକା ସଂପ୍ରଦାୟ[୨] , ଯିଏ 24 ତମ ତିରଥଙ୍କର ଜୈନ[୩] ଥିଲେ , ତାଙ୍କ ଦ୍ଵାରା ବୁଯାବହୃତ ହଉଥିଲା ।ସେହି ସ୍ଥଳ ରେ ଅନେକ ବୌଦ୍ଧ ଓ ହିନ୍ଦୁ ପ୍ରସ୍ତର ସ୍ଥାପତ୍ୟ ମଧ୍ୟ ଦୃଷ୍ଟିଗୋଚର ହେଇଥାଏ । [୪]
ଏହି ଗୁମ୍ଫା ମାନଙ୍କରେ ସାଧାରଣତଃ 2 ଟି ଲେଖା ଚେମ୍ବର ଥାଏ । ସେ ସବୁ ଗ୍ରାନାଇଟ ରୁ ଖଦାନ ହେଇ ଚିକ୍କଣ କରି ପାଳିଶ କରାଯାଇଥାଏ ଓ ସେଠାରେ ଧ୍ୱନି ର ପ୍ରତିଫଳନ ଖୁବ ଚମତ୍କାର ଭାବେ ହେଇଥାଏ । ପ୍ରଥମ ଚେମ୍ବର ପୁଆସନା ନିମନ୍ତେ ବଡ ଆକାର ର ହଲ ପରି ଓ ଦ୍ଵିତୀୟ ଚେମ୍ବର ସାନ ତଥା ବୃତ୍ତାକାର ରହି ଛତ ସ୍ତୂପ ଆକାର ରେ ଥାଏ ।ସେଗୁଡିକ ଖାଲି ଥିବାର ଦେଖା ଯାଏ ।
ଏହି ଗୁମ୍ଫା ବିଷୟ ରେ ଇ .ଏମ . ଫୋଷ୍ଟର ଙ୍କ ବିଖ୍ୟାତ ପୁସ୍ତକ A passage to India ରେ ଉଲ୍ଲେଖ ରହିଛି । ପୁଣି ଖ୍ରୀଷ୍ଟୋଫର ଡାଏଲ ଙ୍କଟି The Mahabhaarat Secret ନାମକ ପୁସ୍ତକ ରେ ମଧ୍ୟ ଏହା ଦେଖା ଯାଇଥାଏ ।
ବାରାବର ପାହାଡ ର ଗୁମ୍ଫା
ବରାବର ପାହାଡ ରେ କରଣ ଚଉପାର , ଲୋମାସ ଋଷି , ସୁଦାମା , ଓ ଭିଶ୍ଵ ଜୋପରି ନାମକ 4 ଟି ପ୍ରସ୍ତର କ୍ଷୋଦିତ ଗୁମ୍ଫା ରହିଛି । ଏଠି ମଧ୍ୟ ରୁ ଲୋମାସ ଋଷି ଓ ସୁଦାମା ସର୍ବପ୍ରାଚୀନ ବୋଲି ଜଣା ଯାଇଥାଏ ଓ ଏହା ପରବର୍ତୀ କାଳ ପାଇଁ ସ୍ଥାପତ୍ୟ ସମୂହ ର ଉଦାହରଣ ପାଲଟିଥିଲା । [୫][୬] ,[୭] ପରେ ମହାରାଷ୍ଟ୍ର ର ବୌଦ୍ଧ ଚୈତ୍ୟ , ଅଜନ୍ତା , କର୍ଳା ଗୁମ୍ଫା ରେ ସେହି ଏସିଯା ଶୈଳୀ ପ୍ରସ୍ତର ଖୋଦନ ଶୈଳୀ ଆଦୃତ ହେଇଥିଲା । .[୨] ବାରବାଡ଼ା ଗୁମ୍ଫା ର ବିଶାଳ ସ୍ତମ୍ଭ ପ୍ରାଚୀନ ସ୍ଥଳ ମାନଙ୍କୁ କ୍ବଚିତ ଦେଖାଯାଇଥାଏ ।
|
|
|
ପୁନଶ୍ଚ ଦେଖଣା
- Kumhrar
- Edicts of Ashoka
- A Passage to India
ପୁନଶ୍ଚ ପଠନ
- Mauryan Architecture and Art – Rock cut architecture The Archaeology of Early Historic South Asia: The Emergence of Cities and States, by Frank Raymond Allchin, George Erdosy. Cambridge University Press, 1995, ISBN 0-521-37695-5. Page 247
- Introduction The Cambridge Companion to E.M. Forster, by David Bradshaw, Contributor David Bradshaw, Cambridge University Press, 2007, ISBN 0-521-83475-9. Page 188.
ଆଧାର ସମୂହ
- ↑ ୧.୦ ୧.୧ Culture of peace[dead link] Frontline, Volume 25 – Issue 18 :: Aug. 30-Sep. 12, 2008.
- ↑ ୨.୦ ୨.୧ Entrance to one of the Barabar Hill caves Archived February 14, 2012, at the Wayback Machine.Wayback MachineArchived February 14, 2012, at the Wayback Machine.
- ↑ Barabar Hills: Where the Buddhist Emperor Ashoka built caves for the Ajivakas www.buddhanet.net.
- ↑ Rock sculptures at Barabar Archived February 14, 2012, at the Wayback Machine.Wayback MachineArchived February 14, 2012, at the Wayback Machine.
- ↑ Sculptured doorway, Lomas Rishi cave, Barabar, Gaya Archived April 8, 2009, at the Wayback Machine.Wayback MachineArchived April 8, 2009, at the Wayback Machine.
- ↑ Architectural history www.indian-architecture.info.
- ↑ An overview of archaeological importance of Bihar Directorate of Archaeology, Govt. of Bihar.