ବରାବର ଗୁମ୍ଫା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବରାବର ଗୁମ୍ଫା
{{{imagealttext}}}
ଦିଗବାରେଣି 25°00′18″N 85°03′47″E / 25.005°N 85.063°E / 25.005; 85.063Coordinates: 25°00′18″N 85°03′47″E / 25.005°N 85.063°E / 25.005; 85.063

ବରାବର ଗୁମ୍ଫା ଗୁଡିକ ଭାରତର ସର୍ବପ୍ରଚୀନ ପ୍ରସ୍ତର ଖୋଦିତ ଗୁମ୍ଫା ସମୂହ । ,[୧]ଖ୍ରୀଷ୍ଟପୂର୍ବ 322-185 ମସିହାରେ ମୌର୍ଯ୍ୟ ସମ୍ଭ୍ରାର୍ଜ୍ୟ ସମୟରେ , ଓ କିଛି ଅଶୋକଙ୍କ ଲିପି ସହିତ ଥିବା ଏହି ଗୁମ୍ଫା ସମୂହ ବିହାରର ଜହାନାବାଦ ଜିଲ୍ଲାର ଗୟାରୁ ମଖଡୁମପୁର ବ୍ଲକ ଅଞ୍ଚଳରେ ରହିଛି । 

ଏହି ଗୁମ୍ଫା ଗୁଡିକ ବରାବର ( 4ଟି ଗୁମ୍ଫା ) ଓ ନାଗାର୍ଜୁନୀ (3ଟି ଗୁମ୍ଫା ରେ)  ପାହାଡରେ ରହିଛି । 1.6 କିଲୋମିଟର ଦୂରରେ ଥିବା ନାଗାର୍ଜୁନୀର ଗୁମ୍ଫାକୁ ନାଗାର୍ଜୁନୀ ଗୁମ୍ଫା ମଧ୍ୟ କୁହାଯାଇଥାଏ । ଏହି ପ୍ରସ୍ତରରେ ଖୋଦନ କରାଯାଇ ନିର୍ମାଣ କରାଯାଇଥିବା ଗୃହ ଗୁଡିକୁ ଖ୍ରୀଷ୍ଟ ପୂର୍ବ 3 ଶ ମଶାର ବୋଲି ଆକଳନ କରାଯାଇଛି । ସମ୍ରାଟ ଅଶୋକ ଓ ତାଙ୍କ ପୁତ୍ର ଦଶରଥ ମୌର୍ଯ୍ୟଙ୍କ ସମୟରେ ନିଜେ ବୌଦ୍ଧ ଧର୍ମର ହେଇଥିଲେ ମଧ୍ୟ    ଜୈନ ସଂପ୍ରଦାଯର ଏହି ସବୁ ଗୁମ୍ଫାକୁ ଉନ୍ନତି କରିବାକୁ ଦେଇଥିଲେ ।   ଏହାଦ୍ବାରା ସେତେବେଳେ ଅନନ୍ୟ ଧର୍ମ ପ୍ରତି ସମ୍ମାନ ଥିବା କଥା ପ୍ରମାଣିତ ହୁଏ । [୧]

ବୌଦ୍ଧହ ଧର୍ମର ସଂସ୍ଥାପକ ଗୌତମ ବୁଦ୍ଧଙ୍କ ସମସାମୟିକ ମକ୍ଷଲୀ ଗୋଶାଳାଙ୍କଦ୍ଵାରା ପ୍ରତିଷ୍ଠିତ ଅଜିଭିକା ସଂପ୍ରଦାୟ[୨] , ଯିଏ 24 ତମ ତିରଥଙ୍କର ଜୈନ[୩] ଥିଲେ , ତାଙ୍କଦ୍ଵାରା ବୁଯାବହୃତ ହଉଥିଲା ।ସେହି ସ୍ଥଳରେ ଅନେକ ବୌଦ୍ଧ ଓ ହିନ୍ଦୁ ପ୍ରସ୍ତର ସ୍ଥାପତ୍ୟ ମଧ୍ୟ ଦୃଷ୍ଟିଗୋଚର ହେଇଥାଏ । [୪]

ଏହି ଗୁମ୍ଫା ମାନଙ୍କରେ ସାଧାରଣତଃ 2ଟି ଲେଖା ଚେମ୍ବର ଥାଏ । ସେ ସବୁ ଗ୍ରାନାଇଟରୁ ଖଦାନ ହେଇ ଚିକ୍କଣ କରି ପାଳିଶ କରାଯାଇଥାଏ ଓ ସେଠାରେ ଧ୍ୱନିର  ପ୍ରତିଫଳନ ଖୁବ ଚମତ୍କାର ଭାବେ ହେଇଥାଏ । ପ୍ରଥମ ଚେମ୍ବର ପୁଆସନା ନିମନ୍ତେ ବଡ ଆକାରର ହଲ ପରି ଓ ଦ୍ଵିତୀୟ ଚେମ୍ବର ସାନ ତଥା ବୃତ୍ତାକାର ରହି ଛତ ସ୍ତୂପ ଆକାରରେ ଥାଏ ।ସେଗୁଡିକ ଖାଲି ଥିବାର ଦେଖା ଯାଏ ।  

ଏହି ଗୁମ୍ଫା ବିଷୟରେ ଇ .ଏମ . ଫୋଷ୍ଟରଙ୍କ ବିଖ୍ୟାତ ପୁସ୍ତକ A passage to Indiaରେ ଉଲ୍ଲେଖ ରହିଛି । ପୁଣି ଖ୍ରୀଷ୍ଟୋଫର ଡାଏଲ ଙ୍କଟି The Mahabhaarat Secret ନାମକ ପୁସ୍ତକରେ ମଧ୍ୟ ଏହା ଦେଖା ଯାଇଥାଏ । 

ବାରାବର ପାହାଡର ଗୁମ୍ଫା [ସମ୍ପାଦନା]

ବରାବର ପାହାଡରେ କରଣ ଚଉପାର , ଲୋମାସ ଋଷି , ସୁଦାମା , ଓ ଭିଶ୍ଵ ଜୋପରି ନାମକ 4ଟି ପ୍ରସ୍ତର କ୍ଷୋଦିତ ଗୁମ୍ଫା ରହିଛି । ଏଠି ମଧ୍ୟରୁ ଲୋମାସ ଋଷି ଓ  ସୁଦାମା ସର୍ବପ୍ରାଚୀନ ବୋଲି ଜଣା ଯାଇଥାଏ ଓ ଏହା ପରବର୍ତୀ କାଳ ପାଇଁ ସ୍ଥାପତ୍ୟ ସମୂହର ଉଦାହରଣ ପାଲଟିଥିଲା । [୫][୬] ,[୭] ପରେ ମହାରାଷ୍ଟ୍ରର ବୌଦ୍ଧ ଚୈତ୍ୟ , ଅଜନ୍ତା , କର୍ଳା ଗୁମ୍ଫାରେ ସେହି ଏସିଯା ଶୈଳୀ ପ୍ରସ୍ତର ଖୋଦନ ଶୈଳୀ ଆଦୃତ ହେଇଥିଲା । .[୨] ବାରବାଡ଼ା ଗୁମ୍ଫାର ବିଶାଳ ସ୍ତମ୍ଭ ପ୍ରାଚୀନ ସ୍ଥଳ ମାନଙ୍କୁ କ୍ବଚିତ ଦେଖାଯାଇଥାଏ । 

ବାରବାରା ଗୁମ୍ଫା ସମୂହ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Kumhrar
  • Edicts of Ashoka
  • A Passage to India

ପୁନଶ୍ଚ ପଠନ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  1. ୧.୦ ୧.୧ Culture of peace[dead link] Frontline, Volume 25 – Issue 18 :: Aug. 30-Sep. 12, 2008.
  2. ୨.୦ ୨.୧ Entrance to one of the Barabar Hill caves Archived February 14, 2012, at the Wayback Machine.Wayback MachineArchived February 14, 2012, at the Wayback Machine.
  3. Barabar Hills: Where the Buddhist Emperor Ashoka built caves for the Ajivakas www.buddhanet.net.
  4. Rock sculptures at Barabar Archived February 14, 2012, at the Wayback Machine.Wayback MachineArchived February 14, 2012, at the Wayback Machine.
  5. Sculptured doorway, Lomas Rishi cave, Barabar, Gaya Archived April 8, 2009, at the Wayback Machine.Wayback MachineArchived April 8, 2009, at the Wayback Machine.
  6. Architectural history www.indian-architecture.info.
  7. An overview of archaeological importance of Bihar Directorate of Archaeology, Govt. of Bihar.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]