ଗୋୱାଳିଆ ଟେଙ୍କ , ମୁମ୍ବାଇ
ଗୋୱାଳିଆ ଟେଙ୍କ ମଇଦାନ (ବର୍ତମାନ ଅଗଷ୍ଟ କ୍ରାନ୍ତି ମଇଦାନ ନାମ ରେ ପରିଚିତ )[୧] ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ମୁମ୍ବାଇ ସହର ଏକ ପାର୍କ । ଏଠାରେ ମହାତ୍ମା ଗାନ୍ଧୀ ସ୍ଵାଧୀନତା ସଂଗ୍ରାମ ସମୟ ରେ " ଭାରତ ଛାଡ " ଡାକରା 8 ଅଗଷ୍ଟ , 1942 ରେ ଏକ ବିଶାଳ ସଭା ରେ ଦେଇଥିଲେ । ବ୍ରିଟିଶ ଶାସକ ଙ୍କୁ ତୁରନ୍ତ ଭାରତ ଛାଡି ଯିବାକୁ ନହେଲେ ଗନବିପ୍ଳବ ଆରମ୍ଭ କରିବାକୁ ଡାକରା ଦେଇଥିଲେ । ସେ ଏଠାରେ :" Do or die " ର ନାରା ଦେଇଥିଲେ । ସେହି ଡାକରା ଭ୍ୟାରତୀୟ ଜନତା ଙ୍କୁ ଶାନ୍ତିପୂର୍ଣ ଭାବେ ଆଇନଅମାନ୍ୟ ଆନ୍ଦୋଳନ କରିବାକୁ ଉତଶାହିତ କରିଥିଲା ।
ଅବସ୍ଥିତି ଏହି ପାର୍କ ର ନିକଟତମ ରେଳ ଷ୍ଟେସନ ଗ୍ରନ୍ଥ ରୋଡ ଠାରେ ଅବସ୍ଥିତ ।ଏଥିରେ ପଶ୍ଚିମ ରେଳବାଇ ତରଫ ରୁ ସହରତଳି ଟ୍ରେନ ଚଳାଚଳ କରିଥାଏ ।
ବ୍ୟୁପତ୍ତି
ଏହିଠାରେ ଅବସ୍ଥିତ ଟେଙ୍କ ବା ପୁଷ୍କରିଣୀ ପ୍ରଥମେ ଗାଈଗୋରୁ ଙ୍କୁ ଗାଧେଇବା ପାଇଁ ବ୍ୟବହାର ହଉଥିଲା। ଏଥିପାଇଁ ମାରାଠି ଶବ୍ଦ gaie ଓ walaa (ଗାଈ ର ମାଲିକ ) ବ୍ୟବହାର ହଉଥିଲା ।ଗାଈ ମାଲିକ ମାନେ ଗାଈ କୁ ଆଣି ଏହି ଟେଙ୍କ ରେ ଗାଧଉ ଥିଲେ । ବର୍ତମାନ ସେହି ଟେଙ୍କ ଉପରେ ମଇଦାନ ନିର୍ମିତ ହେଇଛି । ମଇଦାନ ଟେକ ବର୍ତମାନ ମଧ୍ୟ ଟେଙ୍କ ରହିଛି ।
ଏହି ମଇଦାନ ଏକ ଟ୍ରାମ ଟର୍ମିନସ ମଧ୍ୟ । ଏଠାରେ ସ୍ଥାନୀୟ ବାସିନ୍ଦା ମାନେ କ୍ରିକେଟ ଆଦି ଖେଳ ଖେଳି ଥାଆନ୍ତି ।ବର୍ଷା ଋତୁ ରେ ଏଠାରେ ଫୁଟବଲ ଓ ଭଲିବଲ ଖେଳ ହୁଏ । ପଡିଆ ଟି 5 ଭାଗ ରେ ବିଭକ୍ତା କରା ଯାଇଛି । ଏଠି ମଧ୍ୟ ରୁ ଗୋଟିଏ କୁ ଖେଳ ପଡିଆ ଭାବେ ବ୍ୟବହାର କରାଯାଏ । ଗୋଟିଏ ଶିଶୁ ମାନଙ୍କ ଖେଳପଡିଆ ଭାବେ ଥିବା ବେଳେ ଔ ଏକ ଅଂଶ ରେ ଉଦ୍ୟାନ ରହିଛି । ନିକଟସ୍ଥ ଫେଲୋଶିପ ସ୍କୁଲ ଏକ ଅଂଶ ବ୍ୟବହାର କରେ । ଶେଷ ଅଂଶ ରେ ସ୍ମାରକୀ ସମୂହ ରହିଛି । ଏଠାରେ ଧଳା ମାର୍ବଳ ର ଏକ ଟାୱାର ରହିଛି ।
ପଡିଆ ମଧ୍ୟ ଦେଇ କେନ୍ଦ୍ରୀୟ ରାସ୍ତା ଯାଇ ଅଗଷ୍ଟ କ୍ରାନ୍ତି ରାସ୍ତା ଓ ହୁଗେସ ରୋଡ କୁ ସଂଯୋଗ କରିଥାଏ ।
References
- ↑ Dandawate Madhu (2005). Dialogue with Life. Allied Publishers. p. 9. ISBN 9788177648560. Retrieved 10 May 2014.