ଗୋୱାଳିଆ ଟେଙ୍କ , ମୁମ୍ବାଇ

ଉଇକିପିଡ଼ିଆ‌ରୁ
ଗୋୱାଳିଆ ଟେଙ୍କ ଅଞ୍ଚଳରେ ଲୋକଙ୍କ ଉପରେ ଟିଅର ଗ୍ଯାସ 

ଗୋୱାଳିଆ ଟେଙ୍କ ମଇଦାନ  (ବର୍ତ୍ତମାନ ଅଗଷ୍ଟ କ୍ରାନ୍ତି ମଇଦାନ ନାମରେ ପରିଚିତ )[୧] ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ଏକ ପାର୍କ । ଏଠାରେ ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ସମୟରେ " ଭାରତ ଛାଡ଼ " ଡାକରା 8 ଅଗଷ୍ଟ , 1942ରେ ଏକ ବିଶାଳ ସଭାରେ ଦେଇଥିଲେ । ବ୍ରିଟିଶ ଶାସକଙ୍କୁ ତୁରନ୍ତ ଭାରତ ଛାଡ଼ି ଯିବାକୁ ନହେଲେ ଗନବିପ୍ଳବ ଆରମ୍ଭ କରିବାକୁ ଡାକରା ଦେଇଥିଲେ । ସେ ଏଠାରେ :" Do or die "ର ନାରା ଦେଇଥିଲେ । ସେହି ଡାକରା ଭ୍ୟାରତୀୟ ଜନତାଙ୍କୁ ଶାନ୍ତିପୂର୍ଣ ଭାବେ ଆଇନଅମାନ୍ୟ  ଆନ୍ଦୋଳନ କରିବାକୁ ଉତଶାହିତ କରିଥିଲା । 


ଅବସ୍ଥିତି[ସମ୍ପାଦନା]

  ଏହି ପାର୍କର ନିକଟତମ ରେଳ ଷ୍ଟେସନ ଗ୍ରନ୍ଥ ରୋଡଠାରେ ଅବସ୍ଥିତ ।ଏଥିରେ  ପଶ୍ଚିମ ରେଳବାଇ ତରଫରୁ ସହରତଳି ଟ୍ରେନ ଚଳାଚଳ କରିଥାଏ । 


ବ୍ୟୁପତ୍ତି [ସମ୍ପାଦନା]

ଏହିଠାରେ ଅବସ୍ଥିତ ଟେଙ୍କ ବା ପୁଷ୍କରିଣୀ ପ୍ରଥମେ ଗାଈଗୋରୁଙ୍କୁ ଗାଧେଇବା ପାଇଁ ବ୍ୟବହାର ହଉଥିଲା। ଏଥିପାଇଁ ମାରାଠି ଶବ୍ଦ gaie ଓ walaa (ଗାଈର ମାଲିକ ) ବ୍ୟବହାର ହଉଥିଲା ।ଗାଈ ମାଲିକମାନେ ଗାଈକୁ ଆଣି ଏହି ଟେଙ୍କରେ ଗାଧଉ ଥିଲେ । ବର୍ତ୍ତମାନ ସେହି ଟେଙ୍କ ଉପରେ ମଇଦାନ ନିର୍ମିତ ହୋଇଛି । ମଇଦାନ ଟେକ ବର୍ତ୍ତମାନ ମଧ୍ୟ ଟେଙ୍କ ରହିଛି । 


ଏହି ମଇଦାନ ଏକ ଟ୍ରାମ ଟର୍ମିନସ ମଧ୍ୟ । ଏଠାରେ ସ୍ଥାନୀୟ ବାସିନ୍ଦାମାନେ କ୍ରିକେଟ ଆଦି ଖେଳ ଖେଳି ଥାଆନ୍ତି ।ବର୍ଷା ଋତୁରେ ଏଠାରେ ଫୁଟବଲ ଓ ଭଲିବଲ ଖେଳ ହୁଏ । ପଡ଼ିଆଟି 5 ଭାଗରେ ବିଭକ୍ତା କରା ଯାଇଛି । ଏଠି ମଧ୍ୟରୁ ଗୋଟିଏକୁ ଖେଳ ପଡ଼ିଆ ଭାବେ ବ୍ୟବହାର କରାଯାଏ । ଗୋଟିଏ ଶିଶୁମାନଙ୍କ ଖେଳପଡ଼ିଆ ଭାବେ ଥିବା ବେଳେ ଔ ଏକ ଅଂଶରେ ଉଦ୍ୟାନ ରହିଛି । ନିକଟସ୍ଥ ଫେଲୋଶିପ ସ୍କୁଲ ଏକ ଅଂଶ ବ୍ୟବହାର କରେ । ଶେଷ ଅଂଶରେ ସ୍ମାରକୀ ସମୂହ ରହିଛି । ଏଠାରେ ଧଳା ମାର୍ବଳର ଏକ ଟାୱାର ରହିଛି । 

ପଡ଼ିଆ ମଧ୍ୟ ଦେଇ କେନ୍ଦ୍ରୀୟ ରାସ୍ତା ଯାଇ ଅଗଷ୍ଟ କ୍ରାନ୍ତି ରାସ୍ତା ଓ ହୁଗେସ ରୋଡକୁ ସଂଯୋଗ କରିଥାଏ । 

References[ସମ୍ପାଦନା]

  1. Dandawate Madhu (2005). Dialogue with Life. Allied Publishers. p. 9. ISBN 9788177648560. Retrieved 10 May 2014.