ନହରଗଡ ଦୁର୍ଗ
ନହରଗଡ ଦୁର୍ଗ ଭାରତୀୟ ରାଜ୍ୟ ରାଜସ୍ଥାନ ର ଅରାବଳି ପର୍ବତ ପାଦ ଦେଶ ରେ ଅବସ୍ଥିତ ଏକ ପ୍ରାଚୀନ ଦୁର୍ଗ । ଏହା ରାଜଧାନୀ ସହର ଜଯପୁର ର ଉପକଣ୍ଠ ରେ ଅବସ୍ଥିତ । ଦୁର୍ଗ ଉପରୁ ସହର ର ସମସ୍ତ ଅଞ୍ଚଳ ଚମତ୍କାର ଭାବରେ ଦୃଶ୍ୟମାନ ହେଇଥାଏ । .
ଆଜମେର ଦୁର୍ଗ , ଜୟଗଡ ଦୁର୍ଗ ସହ ନହରଗଡ ଦୁର୍ଗ ଏକଦା ପ୍ରାଚୀନ ରାଜସ୍ଥାନ ଅଞ୍ଚଳ ପାଇଁ ଦୃଢ ନିରାପତ୍ତା ପ୍ରଦାନ କରୁଥିଲେ ।ଏହାକୁ ପ୍ରଥମେ ସୁଦର୍ଶାଙ୍ଗଦ ଦୁର୍ଗ କୁହାଯାଉଥିଲା । କୁହା ଯାଏ ଯେ ଏହାର ନାମକରାନ ନାହର ସିଂହ ଭୋଇମା [୧] ଙ୍କ ନାମ ଅନୁସାରେ ହେଇଥିଲା । ପ୍ରବାଦ ଅନୁସାରେ ଭୋଇମା ଙ୍କ ଆତ୍ମା ସେ ସ୍ଥାନ କୁ ଆତଙ୍କିତ କରି ନିର୍ମାଣ କାମ ରେ ବାଧା କରୁଥିଲା ।[୨] ତାଙ୍କୁ ଶାନ୍ତା କରିବା ପାଇଁ ସେଠାରେ ଏକ ମନ୍ଦିର ନିର୍ମାଣ କରଯାଇଥିଲା ।[୩]
ଏହି ଦୁର୍ଗ 1734 ମସିହା ରେ ମହାରାଜା ସୱାଇ ମାନ ସିଂହ II ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ସେ ଜଯପୁର ସହର ସ୍ଥାପନ ମଧ୍ୟ କରିଥିଲେ ଓ ଏହି ଦୁର୍ଗ କୁ ସୁରକ୍ଷିତ ରହଣି ପାଇଁ ନିର୍ମାଣ କରିଥିଲେ । ଏହି ଦୁର୍ଗ ଏତେ ଅଭେଦ୍ଯ ସ୍ଥାନ ରେ ଥିଲା ଯେ ଇତିହାସ ରେ କଉଣଶି କାଳ ରେ ଏହି ଦୁର୍ଗ ଆକ୍ରମଣ ର ଶିକାର ହେଇ ନ ଥିଲା । ଏଠାରେ ଜଯପୁର ସେନା ଙ୍କ ମରାଠା ସେନା ଙ୍କ ସହ ମିଳାମିଶା ପାଇଁ ଚୁକ୍ତି ହେଇଥିଲା[୪] । 1857 ଭାରତୀୟ ସିପାହୀ ବିଦ୍ରୋହ ସମୟ ରେ ବ୍ରିଟିଶ ଶାସକ ମାନଙ୍କ ପରିବାର କୁ ରାଜା ସୱାଇ ମାନ ସିଂହ II ଏଠାରେ ନିରାପଦ ସ୍ଥାନ ଭାବେ ଆଶ୍ରୟ ଦେଇଥିଲେ । [୫]
ସୱାଇ ମାଧୋ ସିଂହ ଙ୍କ ଅମଳ ରେ 1883 -92 ରେ ଏହାର ବର୍ଦ୍ଧିତ କରନ କାର୍ଯ୍ୟ ହେଇ ଏହା ସହ ଅନ୍ୟ କେତେକ ମହଲ ନିର୍ମିତ ହେଇଥିଲା । [୬]ଏହି ମହଲ ସବୁ ରାଜପରିବାର ର ଶିକାର ରହଣି ପାଇଁ ବ୍ୟବହାର ହଉଥିଲା ।[୭]
ସ୍ଵାଧୀନତା ପରେ ଏହି ଦୁର୍ଗ ସରକାର ଙ୍କ ଅଧୀନ ରେ ରହିଥିଲା । ଏଠାରେ କିଛି ହିନ୍ଦୀ ଚଳଚିତ୍ର , ବଙ୍ଗାଳୀ ଫିଲ୍ମ ର ଶୁଟିଙ୍ଗ ହେଇଥିଲା ।
ଆଧାର ସମୂହ
- ↑ Naravane, M. S. The Rajputs of Rajputana: a glimpse of medieval Rajasthan.
- ↑
{{cite web}}
: Empty citation (help) - ↑ Jaipur forts and monuments
- ↑ Naravane, M. S. The Rajputs of Rajputana.
- ↑ Sarkar, Jadunath. A History of Jaipur.
- ↑ R. K. Gupta; S. R. Bakshi. Rajasthan Through The Ages: Jaipur Rulers and Administration.
- ↑ Jaipur Hub
ଗେଲେରୀ
-
City of Jaipur seen from Nahargarh Fort
-
Stone Railing on Roof Terrace
-
Nahargarh Fort compound Jaipur, Rajasthan
-
Nahargarh Fort compound Jaipur, Rajasthan
-
Nahargarh Fort compound Jaipur, Rajasthan
-
Nahargarh Fort, Madhvendra Palace
-
Madhvendra Palace
-
Check Posts at Nahargarh Fort
ବାହ୍ୟ ସଂଯୋଗ
- Website for Nehargarh Fort in Jaipur - Nahargarh Fort Information