Jump to content

କିଲାକରାଇ , ତାମିଲନାଡୁ

ଉଇକିପିଡ଼ିଆ‌ରୁ
୨୩:୧୫, ୬ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kilakarai") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କିଲାକରେଇ  (Tamil: கீழக்கரை)ଭାରତୀୟ ରାଜ୍ୟ ତାମିଲନାଡୁ ର ରମନାଥପୁରମ ଜିଲ୍ଲା ର ଏକ ମୁନିସିପାଲିଟି ସହର । ଏହା ତାମିଲନାଡୁ ର ଏକ ପ୍ରାଚୀନ ତାଲୁକ । 

ବର୍ଣନା

କିଲାକରେଇ ଦକ୍ଷିଣ ତାମିଲନାଡୁ ରେ ଅବସ୍ଥିତ ଏକ ପ୍ରାଚୀନ ତଟବର୍ତୀ ସହର ଓ ବନ୍ଦର । ଏହା ବିଂଶ ଶତାବ୍ଦୀ ର ପ୍ରାରମ୍ଭ ଯାଏ ଏହା ଏକ ସମ୍ଭ୍ରାନ୍ତ ବନ୍ଦର ଓ ମଦୁରାଇ ପରି ଦୁରବର୍ତୀ ଆଞ୍ଚଳ ପାଇଁ ପ୍ରବେଶପଥ ଥିଲା । କିଲାକରେଇ ର ସମୁଦ୍ର ତଟ ରେ ଛୋଟ ବେ ସବୁ ଓ କୋରାଲ ପାହାଡ ଥିବା ଯୋଗୁଁ ତାହା ସମୁଦ୍ର ର କରାଳତା ରୁ କିଳାକରେଇ କୁ ବାତ୍ୟା ଦାଉ ରୁ ସୁରକ୍ଷିତ ରଖେ । 

ଏଠାକାର ଅଧିବାସୀ ମାନେ ମୁଖ୍ଯତଃ ମୁକ୍ତା ଓ ଶାମୁକା ତଥା ଅନ୍ୟ ସାମୁଦ୍ରିକ ଉପ୍ପାଦ ର  ବ୍ୟବସାୟ କରିଥାନ୍ତି । ତେବେ ରାସ୍ତା ରେ ଗମନାଗମନ ସୁବିଧା ସବୁ ହେଲା ପରେ କ୍ରମଶଃ କିଲାକରେଇ ର ବନ୍ଦର ବନ୍ଦ ହେଇଗଲା ।[] ମୁକ୍ତା ଚାଷ ଓ ମାଛ ମରା ଯୋଗୁ କୋରାଲ ପାହାଡ ସବୁ ନଷ୍ଟ ହେଇଗଲା । ଧୀରେ ଧୀରେ ସାମୁଦ୍ରିକ ପ୍ରକୃତିକ ମୁକ୍ତା ର ବ୍ୟବସାୟ ଭି ମାନ୍ଦା ପଡିବାରୁ ତାହା ବନ୍ଦ ହେଲା ।  

କିଲାକରେଇ ରେ ସଂଖ୍ୟାଧିକ ମୁସଲିମ ଥିଲେ ମଧ୍ୟ ସେଠାରେ ହିନ୍ଦୁ , ଖ୍ରୀଷ୍ଟିୟାନ ଓ ଅନନ୍ୟ ଧର୍ମାବଲମ୍ବୀ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ୍ଭାବ ଏକ ଦୃଷ୍ଟାନ୍ତ । ଏଠାରେ ରାମେଶ୍ଵରମ ମନ୍ଦିର ସହ ଜୁମ୍ମା ପଲ୍ଲୀ ଭାଷାଳ ରହିଛି ଓ ଉଭୟ ର ସ୍ଥାପତ୍ୟ ରେ ସମଞ୍ଜସ୍ୟା ଦେଖାଯାଏ । 

ଏଠାରେ ବିଶ୍ଵ ର ଚତୁର୍ଥ ସର୍ବ ପୁରାତନ ମସଜିଦ ଜୁମ୍ମା ପାଲ୍ଲୀ ବା ମୀନ କାଦା ପାଲ୍ଲୀ ରହିଛି । ଏହି ମସଜିଦ ର ପ୍ରାକ- ଇସଲାମିକ ସ୍ଥାପତ୍ୟ , ଯାହା ୨୦୦୦ ବର୍ଷ ର ପୁରାତନ , ଏକ ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣ । ଶିକ୍ଷୟା ର ଉତ୍ତମ ବ୍ୟବସ୍ଥା ଥିବାରୁ ଏଠାରେ ସାକ୍ଷ୍ୟରତା ହାର ଖୁବ ଭଲ । []


Political information

ଏହା ୧୮୮୫ ଯାଏ ଏକ ପଞ୍ଚାଯତ ଥିଲା । ତାହା ପରେ ସ୍ପେଶାଲ ପଞ୍ଚାଯତ ହେଇ ପରେ ୨୦୦୪ ମସିହା ରୁ ତୃତୀୟ ଶ୍ରେଣୀ ର ମୁନିସିପାଲିଟି ରେ ପରିଣତ ହେଲା । 

Demographics

A୨୦୧୧ ଜନଗଣନା ଅନୁସାରେ କିଲାକରାଇ ର ଲୋକ ସଂଖ୍ୟା ୩୮,୩୫୫ ଥିଲା । ମହିଳା ଓ ପୁରୁଷ ଅନୁପାତ ୯୪୮;୧,୦୦୦[] ରହିଥିବା ବେଳେ ୪,୩୯୧ ଜଣ ୬ ବର୍ଷ ରୁ କମ ଶିଶୁ ଥିଲେ । ସାକ୍ଷ୍ୟରତା ହାର ୮୨.୬୩ % ଯାହା ଜାତୀୟ ହାର ଠାରୁ ଅଧିକ ଥିଲା । .[] ସମୁଦାଯ ଗୃହ ସଂଖ୍ୟା ୭୪୪୮ ହେଇଥିବା ବେଳେ ଅଧିକାଂଶ ଚାଷୀ ଓ ଶ୍ରମିକ ଶ୍ରେଣୀ ଥିଲେ । .[] ଧର୍ମ ଅନୁସାରେ କିରାଇକେଲା ରେ ୭୯.୯୨ % ମୁସଲିମ , ୧୭.୬ % ହିନ୍ଦୁ , ୧.୧୬ % ଖ୍ରୀଷ୍ଟିୟାନ ଓ ବାକି ଅନ୍ୟ ସଂପ୍ରଦାୟ ର ଥିଲେ । .[]

ଶିକ୍ଷ୍ୟାନୁଷ୍ଠାନ 

ଏଠାରେ ମହମ୍ମଦ ଶଠକ ଇଂଜିନିଯରିଂ କଲେଜ , ଠାସିମ ବିବି ଅବଦୁଲ କାଡର ମହିଳା କଲେଜ , ମଦ୍ରାସା , ସାଇଦ  ହାମିଦ କଳା ଓ ବିଜ୍ଞାନ କଲେଜ ପରି ଶିକ୍ଷ୍ୟାନୁଷ୍ଠାନ ସବୁ ରହିଛି । ଏଠାରେ ମହମ୍ମଦଶଠକ ITI ମଧ୍ୟ ରହିଛି ।[]ଏଠାରୁ ଛତ୍ର ଛାତ୍ରୀ ମାନେ IAS ପାଇଁ ପ୍ରସ୍ତୁତି କରିବାକୁ ଏକ ଆଇଏଏସ କୋଚିଙ୍ଗ କେନ୍ଦ୍ର ଖୋଲିବାର ବ୍ୟବସ୍ଥା ହେଇଛି । []

ଫୋଟୋ ଗେଲେରୀ 

ପୁନଶ୍ଚ ଦେଖଣା 

ନୋଟ ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. ୩.୦ ୩.୧ {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. http://www.hinduonnet.com/thehindu/thscrip/print.pl?file=2011022150400200.htm&date=2011/02/21/&prd=th&

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ 

Keelakkarai News