ଫିରୋଜ ଶାହ କୋଟଲା ପଡିଆ
ଫିରୋଜ ଶାହ କୋଟଲା ଏକ କ୍ରିକେଟ ପଡିଆ ଯାହା ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀ ର ବାହାଦୁର ଶାହ ଜାଫର ମାର୍ଗ ରେ ଅବସ୍ଥିତ । ଏହା 1883 ମସିହା ରେ ନିର୍ମିତ ଓ ଏହା କଲିକତା ର ଇଡେନ ଗାର୍ଡେନ ପରେ ଭାରତ ର ଦ୍ଵିତୀୟ ସର୍ବ ପୁରାତନ କ୍ରିକେଟ ଅନ୍ତର୍ଜାତିକ ପ୍ରାନ୍ତର । 2016 ସୁଦ୍ଧା ବିଗତ 28 ବର୍ଷ ଧରି ଭାରତୀୟ ଜାତୀୟ ଦଳ ଏହି ପଡିଆ ରେ ଟେଷ୍ଟ ମେଚ ରେ ପରାସ୍ତ ହେଇନାହିଁ ଓ ଗତ 10 ବର୍ଷରୁ କୌନଶୀ ଏକଦିବାସୀୟ ରେ ମଧ୍ୟ ହାରି ନାହିଁ । ଏହି ପଡିଆ ଦର୍ଶକ ଙ୍କ ପାଇଁ ଖୁବ ରୋଚକ ମୁହୂର୍ତ ସବୁ ଦେଇଛି । ଏଠାରେ ପାକିସ୍ଥାନ ସହ ଟେଷ୍ଟ ମେଚ ରେ ସ୍ପିନର ଅନିଲ କୁମ୍ବଲେ ଗୋଟିଏ ଇନିଂସ ରେ ସମସ୍ତ 10 ଟି ଜକ ୱିକେଟ ନେବାର ବିଶ୍ଵ ରେକର୍ଡ ସହ , ସଚିନ ତେନ୍ଦୁଲକର ଙ୍କ 35 ତମ ଶତକ ହାସଲ ତଥା ସୁନୀଲ ଗାଭାସ୍କର ଙ୍କ 29 ତମ ଶତକ ଦ୍ଵାରା ସେ ଡନ ବ୍ରାଡମାନ ଙ୍କ ରେକର୍ଡ ର ସମକକ୍ଷ ହେବା ସ୍ମରଣୀୟ ଘଟଣା ବଳି ହେଇ ରହିଛି ।
ଇତିହାସ
ଏଠାରେ ପ୍ରଥମ ଅନୁଷ୍ଠାନିକ ଟେଷ୍ଟ 10 ନଭେମ୍ବର , 1948 ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟ ରେ ହେଇଥିଲା । 1952 ରେ ପାକିସ୍ତାନ ସହ ମେଚ ରେ ହେମୁ ଅଧିକାରୀ ଓ ଗୁଲାମ ଆଜାଦ ରେ ସମୟ ର ରେକର୍ଡ 10 ମ ୱିକେଟ ଭାଗୀଦାରୀ ରେ 109 ରଣ କରିଥିଲେ । 1965 ରେ ନବାଗତ ସ୍ପିନର ଏସ . ଭେଙ୍କଟରାଘବନ ଏଠରେ ପଦାର୍ପଣ ମେଚ ରେ ନିଉଜିଲାଣ୍ଡ ବିରୁଦ୍ଧ ରେ 8/72 04/80 ନେଇ ସେମାନଙ୍କୁ ଦ୍ଵଷ୍ଟ କରିଥିଲେ । 1969-70 ସିରିଜ ରେ ବିଷାନ ସିଂହ ବେଦୀ ଓ ଏରାପଲ୍ଲୀ ପ୍ରସନ୍ନା ତାଙ୍କର ସ୍ପିନ ଆକ୍ରମଣ ଦ୍ଵାରା ଅଷ୍ଟ୍ରେଲିଆ କୁ ପରାଜିତ କରିଥିଲେ । ସେହି ମେଚ ରେ ସେ ଦୁହେଁ ମିଶି 18 ଟି ୱିକେଟ ନେଇଥିଲେ । ଏଠରେ ଜେଫ ବୟକଟ ଗଋ ସୋବର୍ସ ଙ୍କ ସର୍ବାଧିକ ଟେଷ୍ଟ ରଣ ର ବିଶ୍ଵ ରେକର୍ଡ ଭାଙ୍ଗି ଥିଲେ । ଅନିଲ କୁମ୍ବଲେ ପାକିସ୍ତାନ ସହ ମେଚ ରେ ଏକ ଇନିଂସ ରେ 10 ଟି ୱିକେଟ ନେଇ 2005/6 ରୁ ଥିବା ଜିମ ଲକର ଙ୍କ ରେକର୍ଡ ର ସମକକ୍ଷ ହେଇଥିଲେ । ସଚିନ ତେନ୍ଦୁଲକର ତାଙ୍କ ଜୀବନ ର 35 ତମ ଶତକ ଏହିଠାରେ ହାସଲ କରିଥିଲେ ।
27 ଡିସେମ୍ବର , 2009 ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ ଚାଲିଥିବା ଏକଦିବସୀୟ ମେଚ କୁ ରେଫରି ପଡିଆ ଖେଳ ପାଇଁ ଅନୁପଯୁକ୍ତ କହି ବାତିଲ କରିଦେଇଥିଲେ ଓ ଏହି ପଡିଆ12 ମାସ ପାଇଁ ବାସନ୍ଦ ହେଇଥିଲା । ତେବେ 2011 ବିଶ୍ଵ କପ ରେ ଏଠାରେ ପୁଣି ମେଚ ହେଇଥିଲା । ଏହି ପଡିଆ ଆଇପିଏଲ ରେ ଦିଲ୍ଲୀ ଡେୟର ଦେଭିଲ ଦଳ ର ଘରେଇ ପଡିଆ ଭାବେ ରହିଛି ।
ପରିସଙ୍ଖ୍ୟାନ
ଭାରତୀୟ ଦଳ ଏଠାରେ ସର୍ବମୋଟ 10 ଟି ଟେଷ୍ଟ ରେ ବିଜଯ ହାସଲ କରିଛି । ଏହି ପଡିଆ ର ରେକର୍ଡ ସମୂହ ମଧ୍ୟ ରୁ ମୁଖ୍ୟ ଗୁଡିକ ହେଲା ,
- ସବୁଠୁ ସଫଳ ଦଳ - ଭାରତ 10 ଟି ଟେଷ୍ଟ ବିଜୟ
- ସବୁଠୁ ସଫଳ ବିଦେଶୀ ଦଳ - ଇଂଲଣ୍ଡ 3 ଟି ମେଚ ବିଜୟ
- ସର୍ବାଧିକ ସ୍କୋର - ୱେଷ୍ଟ ଇଣ୍ଡିଜ 644/8 , 6 ଫେବ୍ରୁଆରି , 1959[୧]
- ସର୍ବନିମ୍ମ୍ସ୍କୋର -ଭାରତ , 75 ଅଲ ଆଉଟ , 25 ନଭେମ୍ବର 1987[୨]
- ପ୍ରଥମ ବେଟିଙ୍ଗ କରି ବିଜୟ-5
- ପ୍ରଥମ ବୋଲିଂ କରି ବିଜୟ-5
- ହାରାହାରି ସ୍କୋର -288
- ସର୍ବାଧିକ ରନ - ଦିଲୀପ ଭେଙ୍ଗସରକାର -671
- ସର୍ବାଧିକ ସ୍କୋର (ବ୍ୟକ୍ତିଗତ )- ବାର୍ଟ ସଟକ୍ଲିଫ-230 ନଟ ଆଉଟ
- ସଫଳତମ ବୋଲର - ଅନିଲ କୁମ୍ବଲେ ( 58 ୱିକେଟ )
ଏକଦିବସୀୟ ରେ ୱେଷ୍ଟ ଇଣ୍ଡିଜ ଏଠାରେ ସର୍ବାଧିକ 330/8 କରିଥିଲା , 2011 ବିଶ୍ଵ କପ ରେ ଯାହା ଏଠରେ ରେକର୍ଡ ।[୩]
କ୍ରିକେଟ ବିଶ୍ଵ କପ
ଭାରତ ରେ ଆୟୋଜିତ ହେଇଥିବା ବିଶ୍ଵ କପ ଏକଦିବାସୀୟ ତୁର୍ନାମେଣ୍ଟ 1987, 1996 ଓ 2011 ରେ କେତେକ ଗୁରୁତ୍ବପୂର୍ଣ ମେଚ ଏହି ପଡିଆ ରେ ଖେଳା ଯାଇଥିଲା ।
T20 ଅନ୍ତର୍ଜାତିକ ମେଚ ସମୂହ
ଏହି ପଡିଆ ରେ 2016 ବିଶ୍ଵ ଟି20 ର ଗୃପ A ର ମେଚ ହେବ ଅସହ ଏଠାରେ ସେମିଫାଇନାଲ ର ଏକ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା । ଏହି ପଡିଆ ରେ ବିଶ୍ଵ କପ ର ପ୍ରଥମ ମେଚ ଇଂଲଣ୍ଡ ଓ ଅଫଗାନିସ୍ତାନ ମଧ୍ୟ ରେ ହେଇଥିଲା ।
ଫିରୋଜ ଶାହ କୋଟଲା ରେ ଖେଳା ଯାଇଥିବା T20I ମେଚ ସବୁ :
No. | Winner | Loser | Result | Date | Scorecard |
---|---|---|---|---|---|
1 | England (142/7) | Afghanistan (127/9) | England by 15 runs | 23 March 2016 | Scorecard |
2 | England (171/4) | Sri Lanka (161/8) | England by 10 runs | 26 March 2016 | Scorecard |
3 | South Africa (122/2) | Sri Lanka (120) | South Africa by 8 wickets | 28 March 2016 | Scorecard |
4 | England (159/3) | New Zealand (153/8) | England by 7 wickets | 30 March 2016 | Scorecard |
Last updated: 21 October 2016. [୪] |
ପୁନଶ୍ଚ ଦେଖଣା
- List of Test cricket grounds
- List of international cricket centuries at the Feroz Shah Kotla
ଆଧାର ସମୂହ
- ↑ "West Indies tour of India, 5th Test: India v West Indies at Delhi, Feb 6-11, 1959".
- ↑ "West Indies tour of India, 1st Test: India v West Indies at Delhi, Nov 25-29, 1987".
- ↑ "ICC Cricket World Cup, 13th Match, Group B: Netherlands v West Indies at Delhi, Feb 28, 2011".
- ↑ "T20Is played in Kotla, Delhi".