Jump to content

ଅପା ଶେରପା

ଉଇକିପିଡ଼ିଆ‌ରୁ
୨୧:୫୨, ୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Apa Sherpa") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଅପା (born ଲାକପା ତେଞ୍ଜିଙ୍ଗ ଶେରପା ; ୨୦ ଜାନୁଆରୀ ୧୯୬୦ )[] ଯାହାଙ୍କୁ "ସୁପର ଶେରପା " ବୋଲି ଡକା ଯାଉଥିଲା ,[]ଜଣେ ନେପାଲୀ ପର୍ବତାରୋହୀ। ସେ ଅନ୍ୟତମ ପର୍ବତାରୋହୀ ଫୁରବା ତାଷୀ ଙ୍କ ସହ ଏଭେରେଷ୍ଟ ଶ୍ରୁଙ୍ଗ କୁ ସବୁଠାରୁ ବେଶୀ ଥର ଆରୋହଣ ର ବିଶ୍ଵ ରେକର୍ଡ କରିଛନ୍ତି । ୨୦୧୧ ରେ ସେ Eco-Everest ଅଭିଯାନ ରେ ଯାଇ ୨୧ ତମ ଥର ଏଭେରେଷ୍ଟ ଆରୋହଣ କରିଥିଲେ । []

ପ୍ରାରମ୍ଭିକ ଜୀବନ 

ଲାକପା ତେଞ୍ଜିଙ୍ଗ ଶେରପା ( ଅପା ଶେରପା ) ଙ୍କ ଜନ୍ମ ଥାମେ ନାମକ ହିମାଲୟ ପଦ ଦେଶ ରେ ଅବସ୍ଥିତ ନେପାଲ ର ଏକ ଗ୍ରାମ ରେ ହେଇଥିଲା । ଏହି ଗ୍ରାମ ଚୀନ ସୀମା ପାଖରେ ଅବସ୍ଥିତ । ମାତ୍ର ୧୨ ବର୍ଷ ହେଇଥିଲା ବେଳେ ତାଙ୍କର ବାପା ଙ୍କ ପରଲୋକ ହେଇଯିବାରୁ ଅପା ତାଙ୍କର ମାଁ , ଦୁଇ ଭଉଣୀ ଓ ତିନି ଭାଇ ଙ୍କ ପୋଷଣ ପାଇଁ କାର୍ଯ୍ୟ କଲେ । ସେ ହିମାଲୟ କୁ ଆସୁଥିବା ପର୍ବତାରୋହୀ ଦଳ ମାନଙ୍କ ପାଇଁ କୁଲି ହିସାବ ରେ କାମ କଲେ । ତାଙ୍କ ପାଠ ପଢା ମଧ୍ୟ ବନ୍ଦ ହେଇଗଲା । ସେ ୧୯୮୫ ରୁ ପର୍ବତାରୋହଣ ଆରମ୍ଭ କରିଥିଲେ । ସେ ଦଳ ମାନଙ୍କ ସହ ଯାଉଥିଲେ ମଧ୍ୟ ଏଭେରେଷ୍ଟ ଶିଖର ଯିବା ସୁଯୋଗ ୧୯୯୦ ରେ ପାଇଲେ । [] 

ବ୍ୟକ୍ତିଗତ ଜୀବନ 

୧୯୮୮ ରେ ନିଜ ଗ୍ରାମ ର ଝିଅ ଯାଂଜିନ ଙ୍କୁ ବାହା ହେଲା ପରେ ତାଙ୍କର ଦୁଇଟି ପୁତ୍ର ତେଞ୍ଜିଙ୍ଗ ଓ ପେମ୍ବା ତଥା ଗୋଟିଏ ଝିଅ ଦାୱା ରହିଛନ୍ତି । ସେ ତାଙ୍କର ପର୍ବତାରୋହୀ ବନ୍ଧୁ ଆମେରିକା ଯୁକ୍ତରାଷ୍ଟ୍ର ର ଜେରୀ ମିକା ଙ୍କ ସହାୟତା ରେ ଆମେରିକା ଯାଇ ରହିଥିଲେ । ସେମାନେ ଡ୍ରପର ନାମକ ଉତାହ ର ଏକ ସ୍ଥାନ ରେ ରହନ୍ତି । [][]

ଏପ୍ରିଲ ୨୦୦୯ ରେ ସେ " ଅପା ଶେରପା ଫାଉଣ୍ଡେସନ" ନାମକ ଏକ ପ୍ରତିଷ୍ଠାନ ଖୋଲିଥିଲେ । ଏହା ଜରିଆ ରେ ସେ ନେପାଲ ଅଧିବାସୀ ଙ୍କ ଶିକ୍ଷ୍ୟା ଓ ଅର୍ଥିକାବସ୍ଥା ର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଅପା ନିଜେ Diamond Mold ନାମକ କାରଖାନା ରେ କାମ କରିଥାନ୍ତି । [][][]

ପର୍ବତାରୋହଣ ଜୀବନ 

ଅପା ପ୍ରଥମ ଥର ଏଭେରେଷ୍ଟ ଶିଖର କୁ ତାଙ୍କର ଚତୁର୍ଥ ଉଦ୍ୟମ ରେ ସଫଳ ହେଲେ । ସେ ମେ ୧୦, ୧୯୯୦ ରେ ନିଉଜିଲାଣ୍ଡ ଦଳ ସହ ରବ ହଲ , ଓ ଏଡମଣ୍ଡ ହିଲାରୀ ଙ୍କ[] ପୁତ୍ର ପିଟର ହିଲାରୀ ଙ୍କ ସହ ଯାଇଥିଲେ ।ସେ ଅନେକ ଅଭିଯାନ ରେ ମୁଖ୍ୟ ଶେରପା ଭାବରେ ଯାଇଥିଲେ । ସେ ୧୯୯୦ ରୁ ୨୦୧୧ ମଧ୍ୟ ରେ ପ୍ରତିବର୍ଷ ଏଭେରେଷ୍ଟ ଶିଖର ପହଞ୍ଚିଥିଲେ । ୨୦୧୦ ପରେ ବେଶି ବରଫ ତରଳିବା କାରଣ ରୁ ଏଭେରେଷ୍ଟ ଆରୋହଣ ଅଧିକ କଠିଣ ହେଇଯାଉଥିବା କଥା ସେ କହିଥିଲେ । ଏହା ଗ୍ଲୋବାଲ ୱାର୍ମିଂ ର ଏକ ପରିଚାୟକ । [୧୦][୧୧]    


ମାଉଣ୍ଟ ଏଭେରେଷ୍ଟ ଆରୋହଣ ସମୂହ 

ଅପା ସମୁଦାଯ ୨୧ ଥର ଏଭେରେଷ୍ଟ ଶ୍ରୁଙ୍ଗ ଆରୋହଣ କରିଛନ୍ତି । ନିମ୍ମ ରେ ତାହାର ଏକ ସାରଣୀ ପ୍ରଦତ୍ତ । 

# Date Expedition
1 May 10, 1990 International
2 May 8, 1991 Sherpa Support/American Lhotse
3 May 12, 1992 New Zealand
4 October 7, 1992 Everest International
5 May 10, 1993 American
6 October 10, 1994 Everest International
7 May 15, 1995 American On Sagarmatha
8 April 26, 1997 Indonesian
9 May 20, 1998 EEE
10 May 26, 1999 Asian-Trekking
11 May 24, 2000 Everest Environmental Expedition
12 May 16, 2002 Swiss Everest 50th Anniversary Expedition 1952–2002
13 May 26, 2003 American Commemorative Expedition
14 May 17, 2004 Dream Everest Expedition 2004
15 May 31, 2005 Climbing for a cure
16 May 19, 2006 Team No Limit
17 May 16, 2007 Super Sherpas
18 May 22, 2008 The Eco Everest Expedition
19 May 21, 2009 The Eco Everest Expedition
20 May 22, 2010 The Eco Everest Expedition
21 May 11, 2011 The Eco Everest Expedition

ପୁନଶ୍ଚ ଦେଖଣା 

  • List of Mount Everest summiters by number of times to the summit
  • List of 20th-century summiters of Mount Everest
  • Lhakpa Sherpa

ଆଧାର ସମୂହ 

  1. ୧.୦ ୧.୧ "The Sherpas of Everest Series: Apa Sherpa". EverestHistory.com. Archived from the original on 2009-06-25. Retrieved 2009-05-21. {{cite news}}: More than one of |accessdate= and |access-date= specified (help)
  2. "The world's most renowned Sherpa talks Mt. Everest". Washington Post. 5 May 2014. Retrieved 2016-03-01. {{cite news}}: More than one of |accessdate= and |access-date= specified (help)
  3. "World Record: Apa Sherpa's Everest summit no 21".
  4. "Sixteen summits later:Everest climber begins a new life in Utah". The Santa Fe New Mexican. 2006-12-28.
  5. Gorrell, Mike. "Climber from Nepal reaches for personal summit in SLC". The Salt Lake Tribune. Archived from the original on 18 May 2009. Retrieved 2009-05-21. {{cite news}}: More than one of |accessdate= and |access-date= specified (help)
  6. [୧] Archived ନଭେମ୍ବର ୧୨, ୨୦୧୦ at the Wayback MachineWayback Machine.
  7. [୨][dead link]
  8. {{cite web}}: Empty citation (help)
  9. "Another man conquers highest peak". Aiken Standard. 10 May 1990.
  10. {{cite web}}: Empty citation (help)
  11. {{cite web}}: Empty citation (help)