ଅପା ଶେରପା

ଉଇକିପିଡ଼ିଆ‌ରୁ

ଅପା (born ଲାକପା ତେଞ୍ଜିଙ୍ଗ ଶେରପା ; ୨୦ ଜାନୁଆରୀ ୧୯୬୦ )[୧] ଯାହାଙ୍କୁ "ସୁପର ଶେରପା " ବୋଲି ଡକା ଯାଉଥିଲା ,[୨] ଜଣେ ନେପାଲୀ ପର୍ବତାରୋହୀ। ସେ ଅନ୍ୟତମ ପର୍ବତାରୋହୀ ଫୁରବା ତାଷୀଙ୍କ ସହ ଏଭେରେଷ୍ଟ ଶ୍ରୁଙ୍ଗକୁ ସବୁଠାରୁ ବେଶୀ ଥର ଆରୋହଣର ବିଶ୍ୱ ରେକର୍ଡ କରିଛନ୍ତି । ୨୦୧୧ରେ ସେ Eco-Everest ଅଭିଯାନରେ ଯାଇ ୨୧ ତମ ଥର ଏଭେରେଷ୍ଟ ଆରୋହଣ କରିଥିଲେ । [୩]

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ଲାକପା ତେଞ୍ଜିଙ୍ଗ ଶେରପା ( ଅପା ଶେରପା )ଙ୍କ ଜନ୍ମ ଥାମେ ନାମକ ହିମାଲୟ ପଦ ଦେଶରେ ଅବସ୍ଥିତ ନେପାଲର ଏକ ଗ୍ରାମରେ ହେଇଥିଲା । ଏହି ଗ୍ରାମ ଚୀନ ସୀମା ପାଖରେ ଅବସ୍ଥିତ । ମାତ୍ର ୧୨ ବର୍ଷ ହେଇଥିଲା ବେଳେ ତାଙ୍କର ବାପାଙ୍କ ପରଲୋକ ହେଇଯିବାରୁ ଅପା ତାଙ୍କର ମାଁ , ଦୁଇ ଭଉଣୀ ଓ ତିନି ଭାଇଙ୍କ ପୋଷଣ ପାଇଁ କାର୍ଯ୍ୟ କଲେ । ସେ ହିମାଲୟକୁ ଆସୁଥିବା ପର୍ବତାରୋହୀ ଦଳ ମାନଙ୍କ ପାଇଁ କୁଲି ହିସାବରେ କାମ କଲେ । ତାଙ୍କ ପାଠ ପଢା ମଧ୍ୟ ବନ୍ଦ ହେଇଗଲା । ସେ ୧୯୮୫ରୁ ପର୍ବତାରୋହଣ ଆରମ୍ଭ କରିଥିଲେ । ସେ ଦଳ ମାନଙ୍କ ସହ ଯାଉଥିଲେ ମଧ୍ୟ ଏଭେରେଷ୍ଟ ଶିଖର ଯିବା ସୁଯୋଗ ୧୯୯୦ରେ ପାଇଲେ । [୧] 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

୧୯୮୮ରେ ନିଜ ଗ୍ରାମର ଝିଅ ଯାଂଜିନଙ୍କୁ ବାହା ହେଲା ପରେ ତାଙ୍କର ଦୁଇଟି ପୁତ୍ର ତେଞ୍ଜିଙ୍ଗ ଓ ପେମ୍ବା ତଥା ଗୋଟିଏ ଝିଅ ଦାୱା ରହିଛନ୍ତି । ସେ ତାଙ୍କର ପର୍ବତାରୋହୀ ବନ୍ଧୁ ଆମେରିକା ଯୁକ୍ତରାଷ୍ଟ୍ରର ଜେରୀ ମିକାଙ୍କ ସହାୟତାରେ ଆମେରିକା ଯାଇ ରହିଥିଲେ । ସେମାନେ ଡ୍ରପର ନାମକ ଉତାହର ଏକ ସ୍ଥାନରେ ରହନ୍ତି । [୪][୫]

ଏପ୍ରିଲ ୨୦୦୯ରେ ସେ " ଅପା ଶେରପା ଫାଉଣ୍ଡେସନ" ନାମକ ଏକ ପ୍ରତିଷ୍ଠାନ ଖୋଲିଥିଲେ । ଏହା ଜରିଆରେ ସେ ନେପାଲ ଅଧିବାସୀଙ୍କ ଶିକ୍ଷା ଓ ଅର୍ଥିକାବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଅପା ନିଜେ Diamond Mold ନାମକ କାରଖାନାରେ କାମ କରିଥାନ୍ତି । [୬][୭]

ପର୍ବତାରୋହଣ ଜୀବନ [ସମ୍ପାଦନା]

ଅପା ପ୍ରଥମ ଥର ଏଭେରେଷ୍ଟ ଶିଖରକୁ ତାଙ୍କର ଚତୁର୍ଥ ଉଦ୍ୟମରେ ସଫଳ ହେଲେ । ସେ ମେ ୧୦, ୧୯୯୦ରେ ନିଉଜିଲାଣ୍ଡ ଦଳ ସହ ରବ ହଲ , ଓ ଏଡମଣ୍ଡ ହିଲାରୀ ଙ୍କ[୮] ପୁତ୍ର ପିଟର ହିଲାରୀଙ୍କ ସହ ଯାଇଥିଲେ ।ସେ ଅନେକ ଅଭିଯାନରେ ମୁଖ୍ୟ ଶେରପା ଭାବରେ ଯାଇଥିଲେ । ସେ ୧୯୯୦ରୁ ୨୦୧୧ ମଧ୍ୟରେ ପ୍ରତିବର୍ଷ ଏଭେରେଷ୍ଟ ଶିଖର ପହଞ୍ଚିଥିଲେ । ୨୦୧୦ ପରେ ବେଶି ବରଫ ତରଳିବା କାରଣରୁ ଏଭେରେଷ୍ଟ ଆରୋହଣ ଅଧିକ କଠିଣ ହେଇଯାଉଥିବା କଥା ସେ କହିଥିଲେ । ଏହା ଗ୍ଲୋବାଲ ୱାର୍ମିଂର ଏକ ପରିଚାୟକ ।     

ମାଉଣ୍ଟ ଏଭେରେଷ୍ଟ ଆରୋହଣ ସମୂହ [ସମ୍ପାଦନା]

ଅପା ସମୁଦାଯ ୨୧ ଥର ଏଭେରେଷ୍ଟ ଶ୍ରୁଙ୍ଗ ଆରୋହଣ କରିଛନ୍ତି । ନିମ୍ମରେ ତାହାର ଏକ ସାରଣୀ ପ୍ରଦତ୍ତ । 

# Date Expedition
1 May 10, 1990 International
2 May 8, 1991 Sherpa Support/American Lhotse
3 May 12, 1992 New Zealand
4 October 7, 1992 Everest International
5 May 10, 1993 American
6 October 10, 1994 Everest International
7 May 15, 1995 American On Sagarmatha
8 April 26, 1997 Indonesian
9 May 20, 1998 EEE
10 May 26, 1999 Asian-Trekking
11 May 24, 2000 Everest Environmental Expedition
12 May 16, 2002 Swiss Everest 50th Anniversary Expedition 1952–2002
13 May 26, 2003 American Commemorative Expedition
14 May 17, 2004 Dream Everest Expedition 2004
15 May 31, 2005 Climbing for a cure
16 May 19, 2006 Team No Limit
17 May 16, 2007 Super Sherpas
18 May 22, 2008 The Eco Everest Expedition
19 May 21, 2009 The Eco Everest Expedition
20 May 22, 2010 The Eco Everest Expedition
21 May 11, 2011 The Eco Everest Expedition

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Mount Everest summiters by number of times to the summit
  • List of 20th-century summiters of Mount Everest
  • Lhakpa Sherpa

ଆଧାର [ସମ୍ପାଦନା]

  1. ୧.୦ ୧.୧ "The Sherpas of Everest Series: Apa Sherpa". EverestHistory.com. Archived from the original on 2009-06-25. Retrieved 2009-05-21. {{cite news}}: More than one of |accessdate= and |access-date= specified (help)
  2. "The world's most renowned Sherpa talks Mt. Everest". Washington Post. 5 May 2014. Retrieved 2016-03-01. {{cite news}}: More than one of |accessdate= and |access-date= specified (help)
  3. "World Record: Apa Sherpa's Everest summit no 21". Archived from the original on 2017-06-30. Retrieved 2016-11-05.
  4. "Sixteen summits later:Everest climber begins a new life in Utah". The Santa Fe New Mexican. 2006-12-28.
  5. Gorrell, Mike. "Climber from Nepal reaches for personal summit in SLC". The Salt Lake Tribune. Archived from the original on 18 May 2009. Retrieved 2009-05-21. {{cite news}}: More than one of |accessdate= and |access-date= specified (help)
  6. [୧] Archived 2010-11-12 at the Wayback Machine.Wayback Machine.
  7. [୨][dead link]
  8. "Another man conquers highest peak". Aiken Standard. 10 May 1990.