ଅମରକଣ୍ଟକ
ଅମରକଣ୍ଟକ, ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ଏକ ତୀର୍ଥ ସ୍ଥଳ ଓ ନଗର ପଞ୍ଚାଯତ । ବିନ୍ଧ୍ୟ ପର୍ବତମାଳା ଓ ସାତପୁରା ରେଞ୍ଜ ର ମିଳନ ସ୍ଥଳ ରେ ଅବସ୍ଥିତ ଏହି ସ୍ଥାନ ଟି ପ୍ରକୃତିକ ସମ୍ପଦ ତଥା ସୁନ୍ଦରତା ରେ ଭର୍ତି ହେଇଥାଏ । ଏହା ଏକ ଶୈଳନିବାସ ଓ ଏଠାରୁ ନର୍ମଦା ନଦୀ , ସୋନା ନଦୀ ଓ ଜିହିଲା ନଦୀ ର ଉପତ୍ତି ହେଇଛି ।
୧୫ ଶ ଶତାବ୍ଦୀ ର ଜନପ୍ରିଯ ସନ୍ଥ କବୀର ଏହି ସ୍ଥଳ ରେ କବୀର ଚବୁତରା[୧] ନିର୍ମାଣ କରି ତପସ୍ୟା କରିଥିଲେ ।
ବ୍ୟୁପତ୍ତି
ଦୁଇଟି ସଂସ୍କୃତ ନାମ amara ( ଅମର ) ଓ kantaa ( ବାଧକ ) କୁ ନେଇ ଏହି ନାମକରଣ ହେଇଛି । କବି କାଳିଦାସ ଙ୍କ ଲେଖା ରେ ଏହାର ଉଲ୍ଲେଖ ରହିଛି । [୨]
Location
ଅମରକଣ୍ଟକ ର ଭୌଗୋଳିକ ଅବସ୍ଥିତି 22.67°N 81.75°E. ଏହାର ଉଚ୍ଛତା ୩୪୩୮ ଫୁଟ । ଏଠାକୁ ପହଞ୍ଚିବାକୁ ରେବା , ଶାହଦଲ , ଅନୁପୁର ଜବଲପୁର , କଟନୀ ଓ ପେଣ୍ଡରା ଠାରୁ ରାସ୍ତା ରହିଥିବା ବେଳେ ଏହାର ନିକଟତମ ରେଳ ଷ୍ଟେସନ ପେଣ୍ଡରା ରୋଡ ଏଠାରୁ ୪୩ କିଲୋମିଟର । ଜବଲପୁର ବିମାନ ବନ୍ଦର ଏହାର ନିକଟତମ ଏୟାର ପୋର୍ଟ । ଜବଲପୁର ରୁ ଦିଲ୍ଲୀ କୁ ଦୈନିକ ଫ୍ଲାଇଟ ରହିଛି । [୩][୪]
ଜନ ଆବାଦୀ
୨୦୦୧ ଜନଗଣନା ଅନୁସାରେ ଅମରକଣ୍ଟକ ର ଜନସଂଖ୍ୟା ୭୦୭୪ ଥିଲା । ଏଥିରୁ ପୁରୁଷ ସଂଖ୍ୟା ୫୪ % ଓ ମହିଳା ସଂଖ୍ୟା ୪୬% । ସାକ୍ଷ୍ୟରତା ହାର ୬୨% ଥିଲା । ମହିଳା ସାକ୍ଷ୍ୟରତା ହାର ମାତ୍ର ୨୧% ଥିଲା ।
ବଣ ଜଙ୍ଗଲ ଓ ପଶୁ ପକ୍ଷୀ
ଅମରକଣ୍ଟକ ସହର କୁ ଘେରି ରହିଥିବା ଅରଣ୍ୟ ରେ ବିଭନ୍ନ ଜାତୀୟ ଔଷଧୀୟ ବୃକ୍ଷ୍ୟ [୫]ରହିଥାଏ । ଏଠାରୁ ୪୦ କିଲୋମିଟର ଦୂର ରେ ଅଚଙ୍କମାର ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟ ଛତିଶଗଡ ରାଜ୍ୟ ରେ ଅଛି ଓ ଏଠାରୁ ବିଳାସପୁର [୬]ରାସ୍ତା ରେ ରହିଛି । ଅମରକଣ୍ଟକ ର ଜଙ୍ଗଲ କାହ୍ନା ଜାତୀୟ ପାର୍କ ର ଜଙ୍ଗଲ ସହ ସାମଞ୍ଜସ୍ଯ ରହିଛି । ଏହି ଜଙ୍ଗଲ ରେ ଭାରତ ର ବିଖ୍ୟାତ ବେଙ୍ଗଲ ଟାଇଗର[୭] ମଧ୍ୟ ରହନ୍ତି । ଏଠାରେ ଅରଣ୍ୟ ରେଶାଲ ଜଙ୍ଗଲ ଥିଲା । ତାହାକୁ କାଟି ବିଶ୍ଵ ବେଙ୍କ ସହାୟତା ରେ ପାଇନ ଗଛ ର ଅରଣ୍ୟ ସୃଷ୍ଟି କରିବାକୁ ଉଦ୍ୟମ ହେଇଥିଲା । ତେବେ ଏହାକୁ ପରିତ୍ୟାଗ କରା ଯାଇଥିଲା ।[୮]
କାଳଚୁରୀ ମନ୍ଦିର
ଶିକ୍ଷ୍ୟାନୁଷ୍ଠାନ
ଏଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ଟ୍ରାଇବାଳ ବିଶ୍ୱବିଦ୍ୟାଳୟ ଆଇନ[୯] ଅନୁସାରେ ଏଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଇଛି । ସେଠାରେ ସ୍ଥାନୀୟ ଆଦିବାସୀ ଛତ୍ର ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରା ଯାଉଛି ।[୧୦][୧୧]
ଆଧାର ସମୂହ
- ↑ "Kabir Chabutra".
- ↑ Bhattacharyya, P.K. (1977), Historial Geography of Madhya Pradesh from Earlier Records, Motilal Banarsidass, p. 76
- ↑ http://www.spicejet.com/newspage.aspx?strNews=Flights_Jabalpur
- ↑ "Amarkantak PinCode". citypincode.in.
- ↑ "Medicinal Plants of Amarkantak". academia.edu.
- ↑ "The Hindu".
- ↑ "Kanha-Achanakmar".
- ↑ Yugdharm, Raipur, Forest Wealth Special Issue, 1979
- ↑ http://igntu.nic.in/act.pdf
- ↑ Emerging Trends in Indian Politics.
- ↑ Economic Development in India.