ମୋରଣୀ
ମୋରନୀ ଏକ ଗ୍ରାମ ତଥା ଶୈଳ ନିବାସ । ଏହା ଭାରତୀୟ ରାଜ୍ୟ ହରିୟଣା ର ପଞ୍ଚକୁଲା ଜିଲ୍ଲା ର ମୋରଣୀ ପାର୍ବତ୍ୟ ଅଞ୍ଚଳ ରେ ୧୨୬୭ମିଟର ଉତ୍ଛ ରେ ଅବସ୍ଥିତ । ଏହା ଚଣ୍ଡିଗଡ ଠାରୁ ପ୍ରାୟ 45 କିଲୋମିଟର ଓ ପଞ୍ଚକୁଲା ସହର ଠାରୁ ୩୫ କିଲୋମିଟର ଦୂର ରେ ଅବସ୍ଥିତ। ଏଠାରେ ହିମାଳୟ ପାର୍ବତ୍ୟ ଇଲାକା ର ଦୃଶ୍ୟ ସହ ଅରଣ୍ୟ ଓ ହ୍ରଦ [୧]ଥିବାରୁ ଏହା ଖୁବ ରମଣୀୟ ପର୍ଯ୍ୟଟନ ସ୍ଥଳ ହିସାବ ରେ ଜଣାଶୁଣା । " ମୋରଣୀ " ନାମ ଟି ଜେନ ରାଣୀ ଙ୍କ ନାମାନୁସାରେ ହେଇଥିବା କୁହା ଯାଏ ।
ଭୌଗୋଳିକ ସ୍ଥିତି
ମ୍ରନୀ ଠାରେ ଥିବା ପର୍ବତ ମାଲା ହିମାଲୟ ର ଶିବାଳିକ ରେଞ୍ଜ ରେ ରହିଛି । ଏହା ଦୁଇଟି ସମାନ୍ତରାଳ ଧାଡି ରେ ଅଛି । ସମୁଦ୍ରପତ୍ତାନ ଠାରୁ 4,000 ଫୁଟ ଉପରେ ଥିବା ମୋରଣୀ ନିକଟ ରେ ୨ ଟି ହ୍ରଦ ରହିଛି ।
ବହିଃଦୃଶ୍ୟ
ଏଠାରେ ହରିୟଣା ସରକାର ଙ୍କ ନିର୍ମିତ ମାଉଣ୍ଟେନ କୁଏଲ ନାମକ ହୋଟେଲ ରହିଛି । ରାଜ୍ୟ ରାଜପଥ ରୁ ସଂଯୋଗ କରୁଥିବା ରାସ୍ତା ପର୍ବତ ତଳ ଯାଏ ଯାଇଛି ।
ରହଣି ସୁବିଧା
ସନ୍ନିକଟ ରେ ଥିବା ଟିକକର ତାଳ ଅଞ୍ଚଳ ରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ କୁଟୀର ବ୍ୟବସ୍ଥା ରହିଛି ।[୧]
ଭାରତୀୟ ଅରଣ୍ୟ ବିଭାଗ ତରଫ ରୁ ମଧ୍ୟ ଏଠାରେ ରେଷ୍ଟ ହାଉସ କରାଯାଇଛି । ପିଡ଼ବଲଇଉଡ଼ି ର ମଧ୍ୟ ରେଷ୍ଟ ହାଉସ ମିରମିତ ହେଇଛି । ସ୍ଵୀମିଂ ପୁଲ ସମେତ ସ୍କେଟିଙ୍ଗ ସୁବିଧା ମଧ୍ୟ ଉପଲବ୍ଧ । [୧]
ମୋରଣୀ ହିଲ ଦୁର୍ଗ
ଏକ ପ୍ରାଚୀନ ଦୁର୍ଗ ଏହି ଅଞ୍ଚଳ ରେ ରହିଛି , ଯାହା ବର୍ତମାନ ଭଗ୍ନ ଅବସ୍ଥା ରେ ଅଛି । ପର୍ବତ ରେ ପାଇଁ ଗଛ ର ଅରଣ୍ୟ ଥିବା ସହ ଟ୍ରେକିଙ୍ଗ ପାଇଁ ଏହା ବହୁ ଉପଯୋଗୀ ।[୧]
ଟିକକର ତାଳ
ହିଲ୍ଲ ଠାରେ ଥିବା 2 ଟି ହ୍ରଦ ମଧ୍ୟ ରୁ ବଡ ହ୍ରଦ କୁ ଟିକକର ତାଳ ନାମ ଦିଆଯାଇଥାଏ । ଛୋଟ ହ୍ରଦ କୁ ଛୋଟା ଟିକକର ତାଳ କୁହାଯାଏ । ଦୁଇଟି ହ୍ରଦ ଭିନ୍ନ ସ୍ଥାନ ରେ ଥିଲେ ମଧ୍ୟ ଉଭୟ ର ଜଳ ସ୍ତର ସମାନ ରହୁଥିବାରୁ ଏକ ଲୁପ୍ତ ଚାନେଲ ଦ୍ଵାରା ଉଭୟ ସଂଯୁକ୍ତ ହେଇଥିବାର ବିଶ୍ଵାସ କରାଯାଏ। [୨]
ମୋରଣୀ ହିଲ ମନ୍ଦିର
ଏଠାରେ ଏକ ୧୨ ଶ ଶତାବ୍ଦୀ ର ମନ୍ଦିର ରହିଛି । ପ୍ରତ୍ନତତ୍ଵିକ ଖନନ ପରେ ଏହି ମନ୍ଦିର ର ଭଗ୍ନାବଶେଷ ବାହାରିଥିଲା । [୨]
ଗେଲେରୀ
ପୁନଶ୍ଚ ଦେଖଣା
- Mohali
- Geography of Haryana
- List of National Parks & Wildlife Sanctuaries of Haryana, India
- List of mountains in India
- List of mountains by elevation
- World Herbal Forest
ଆଧାର ସମୂହ
- ↑ ୧.୦ ୧.୧ ୧.୨ ୧.୩ "Morni hills".
- ↑ ୨.୦ ୨.୧ Tikker lake
ବାହ୍ୟ ସଂଯୋଗ ସବୁ External links
- Morni Hills at TripAdvisor
- Morni Hills View