ମୋରଣୀ

Coordinates: 30°42′N 77°05′E / 30.700°N 77.083°E / 30.700; 77.083
ଉଇକିପିଡ଼ିଆ‌ରୁ

Morni Hills
ମୋରଣୀ is located in Haryana
Morni Hills
Morni Hills
ମୋରଣୀ is located in India
Morni Hills
Morni Hills
Location of in Haryana
Elevation୧,୨୨୦ m (୪,୦୦୩ ft)
ListingList of Indian states and territories by highest point
Location
LocationPanchkula district, Haryana
RangeShivalik Hills of Himalayas
Coordinates30°42′N 77°05′E / 30.700°N 77.083°E / 30.700; 77.083
Climbing
Easiest routeHike / scramble


ମୋରନୀ ଏକ ଗ୍ରାମ ତଥା ଶୈଳ ନିବାସ । ଏହା ଭାରତୀୟ ରାଜ୍ୟ ହରିୟଣାର ପଞ୍ଚକୁଲା ଜିଲ୍ଲାର ମୋରଣୀ ପାର୍ବତ୍ୟ ଅଞ୍ଚଳରେ ୧୨୬୭ମିଟର ଉତ୍ଛରେ ଅବସ୍ଥିତ । ଏହା ଚଣ୍ଡିଗଡଠାରୁ ପ୍ରାୟ 45 କିଲୋମିଟର ଓ ପଞ୍ଚକୁଲା ସହରଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ହିମାଳୟ ପାର୍ବତ୍ୟ  ଇଲାକାର ଦୃଶ୍ୟ ସହ ଅରଣ୍ୟ ଓ ହ୍ରଦ [୧]ଥିବାରୁ ଏହା ଖୁବ ରମଣୀୟ ପର୍ଯ୍ୟଟନ ସ୍ଥଳ ହିସାବରେ ଜଣାଶୁଣା । " ମୋରଣୀ " ନାମଟି ଜଣେ ରାଣୀଙ୍କ ନାମାନୁସାରେ ହେଇଥିବା କୁହା ଯାଏ ।  

ଭୌଗୋଳିକ ସ୍ଥିତି [ସମ୍ପାଦନା]

Sign board showing the altitude of Morni Hills

ମ୍ରନୀଠାରେ ଥିବା ପର୍ବତ ମାଲା ହିମାଲୟର ଶିବାଳିକ ରେଞ୍ଜରେ ରହିଛି । ଏହା ଦୁଇଟି ସମାନ୍ତରାଳ ଧାଡିରେ ଅଛି । ସମୁଦ୍ରପତ୍ତାନଠାରୁ 4,000 ଫୁଟ ଉପରେ ଥିବା ମୋରଣୀ ନିକଟରେ ୨ଟି ହ୍ରଦ ରହିଛି । 

ବହିଃଦୃଶ୍ୟ [ସମ୍ପାଦନା]

ହରିୟଣାର ଟୁରିଷ୍ଟ ହୋଟେଲ 

ଏଠାରେ ହରିୟଣା ସରକାରଙ୍କ ନିର୍ମିତ ମାଉଣ୍ଟେନ କୁଏଲ ନାମକ ହୋଟେଲ ରହିଛି । ରାଜ୍ୟ ରାଜପଥରୁ ସଂଯୋଗ କରୁଥିବା ରାସ୍ତା ପର୍ବତ ତଳ ଯାଏ ଯାଇଛି । 

ରହଣି ସୁବିଧା [ସମ୍ପାଦନା]

ସନ୍ନିକଟରେ ଥିବା ଟିକକର ତାଳ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ କୁଟୀର ବ୍ୟବସ୍ଥା ରହିଛି ।[୧] 

ଭାରତୀୟ ଅରଣ୍ୟ ବିଭାଗ ତରଫରୁ ମଧ୍ୟ ଏଠାରେ ରେଷ୍ଟ ହାଉସ କରାଯାଇଛି । ପିଡ଼ବଲଇଉଡ଼ିର ମଧ୍ୟ ରେଷ୍ଟ ହାଉସ ମିରମିତ ହେଇଛି । ସ୍ୱୀମିଂ ପୁଲ ସମେତ ସ୍କେଟିଙ୍ଗ ସୁବିଧା ମଧ୍ୟ ଉପଲବ୍ଧ । [୧]

ମୋରଣୀ ହିଲ ଦୁର୍ଗ [ସମ୍ପାଦନା]

ଏକ ପ୍ରାଚୀନ ଦୁର୍ଗ ଏହି ଅଞ୍ଚଳରେ ରହିଛି , ଯାହା ବର୍ତ୍ତମାନ ଭଗ୍ନ ଅବସ୍ଥାରେ ଅଛି । ପର୍ବତରେ ପାଇଁ ଗଛର ଅରଣ୍ୟ ଥିବା ସହ ଟ୍ରେକିଙ୍ଗ ପାଇଁ ଏହା ବହୁ ଉପଯୋଗୀ ।[୧] 

ଟିକକର ତାଳ [ସମ୍ପାଦନା]

ହିଲ୍ଲଠାରେ ଥିବା 2ଟି ହ୍ରଦ ମଧ୍ୟରୁ ବଡ ହ୍ରଦକୁ ଟିକକର ତାଳ ନାମ ଦିଆଯାଇଥାଏ । ଛୋଟ ହ୍ରଦକୁ ଛୋଟା ଟିକକର ତାଳ କୁହାଯାଏ । ଦୁଇଟି ହ୍ରଦ ଭିନ୍ନ ସ୍ଥାନରେ ଥିଲେ ମଧ୍ୟ ଉଭୟର ଜଳ ସ୍ତର ସମାନ ରହୁଥିବାରୁ ଏକ ଲୁପ୍ତ ଚାନେଲଦ୍ୱାରା ଉଭୟ ସଂଯୁକ୍ତ ହେଇଥିବାର ବିଶ୍ୱାସ କରାଯାଏ। [୨]


ମୋରଣୀ ହିଲ ମନ୍ଦିର [ସମ୍ପାଦନା]

ଏଠାରେ ଏକ ୧୨ ଶ ଶତାବ୍ଦୀର ମନ୍ଦିର ରହିଛି । ପ୍ରତ୍ନତତ୍ତ୍ୱିକ ଖନନ ପରେ ଏହି ମନ୍ଦିରର ଭଗ୍ନାବଶେଷ ବାହାରିଥିଲା । [୨]

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Mohali
  • Geography of Haryana
  • List of National Parks & Wildlife Sanctuaries of Haryana, India
  • List of mountains in India
  • List of mountains by elevation
  • World Herbal Forest

ଆଧାର [ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Morni hills".
  2. ୨.୦ ୨.୧ "Tikker lake". Archived from the original on 17 ମଇ 2017. Retrieved 28 ଅକ୍ଟୋବର 2016.

ବାହାର ଲିଙ୍କ External links[ସମ୍ପାଦନା]