ଚମ୍ଫାଈ
ଚମ୍ଫାଈ, ଭାରତୀୟ ରାଜ୍ୟ ମିଜୋରମ ର ଏକ ସୀମା ବର୍ତୀ ସହର । ଏହା ଚମ୍ଫାଈ ଜିଲ୍ଲା ର ସଦର ମହକୁମା ମଧ୍ୟ । ଇଣ୍ଡୋ- ମିଆଁମାର ସୀମା ରେ ଥିବା ହେତୁ ଏହା ଗୁରୁତ୍ଵପୂର୍ଣ ।ଏହି ସହର ଦେଇ ମିଆଁମାର ସଙ୍ଗେ ଭାରତ ର ବହୁତ ବାଣିଜ୍ୟ କାରବାର ହେଇଥାଏ ।
ଚମ୍ଫାଈ ସହର ର ଆୟତନ ୩,୧୮୫.୮୩ ବର୍ଗ କିଲୋମିଟର ହେଇଥିବା ବେଳେ ବାର୍ଷିକ ବର୍ଷାଜଳ ୧,୮୧୪ ମିଲିମିଟର ହେଇଥାଏ ।
ଇତିହାସ
ଚମ୍ଫାଈ , ପୂର୍ବତନ ମିଜୋ ମୁଖ୍ୟ ଲାଳବୁରା ସାଇଲୋ ଙ୍କ ମୁଖ୍ୟ ଦପ୍ତର ଥିଲା । ବ୍ରିଟିଶ ଶାସକ ମାନେ ୧୮୭୧-୭୨ ରେ ତାଙ୍କୁ ପରାଜିତ କରି ଚମ୍ଫାଈ କୁ ଏକ ଦୁର୍ଗ ର ମାନ୍ୟତା ଦେଇଥିଲେ । [୧]
ଅର୍ଥନୈତିକ ପରିସ୍ଥିତି
ମୁଖ୍ୟତଃ କୃଷି ଉପରେ ନିର୍ଭର ଶୀଳ ଚମ୍ଫାଈ ରେ ସୀମାବର୍ତୀ ବାଣିଜ୍ୟ ମଧ୍ୟ ହେଇଥାଏ । ମିଆଁମାର ଦେଶ[୨] ସହ ଏହାର ବାଣିଜ୍ୟିକ ସମ୍ପର୍କ ଥାଏ । ଏଠାରେ ଉପପନ୍ନ ଧାନ ଓ ଅଙ୍ଗୁର ଦେଶ ଓ ବିଦେଶ କୁ ରପ୍ତାନି ହୁଏ ।[୩]
ପାଗ
ଚମ୍ଫାଈ ର ପାଗ ଖୁବ ଆରାମଦାୟକ । ଶୀତକାଳୀନ ତାପମାତ୍ରା ୧୦ ଡିଗ୍ରୀ ରୁ ୨୦ ଡିଗ୍ରୀ ରହି , ଗ୍ରୀଷ୍ମ ଦିନ ରେ ଏହା ୧୫ ରୁ ୩୦ ଡିଗ୍ରୀ ମଧ୍ୟ ରେ ରହେ ।
ଶିକ୍ଷ୍ୟା ବ୍ୟବସ୍ଥା
ଚମ୍ଫାଈ କଲେକ ସେଠାରେ ଏକମାତ୍ର ଉଛ ଶିକ୍ଷ୍ୟା କେନ୍ଦ୍ର ହେଇଥିବା ବେଳେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ରହିଛି ।
Tourism
ଚ୍ୟାମ୍ଫାଈ ଏକ ସୁରମ୍ୟ ସ୍ଥାନ । ଏହାର ଚତୁଃପାର୍ଶ୍ଵ ରେ ପାର୍ବତ୍ୟ ଅଞ୍ଚଳ ଥିବା ବେଳେ ଏହାର ସଂସ୍କୃତି ମଧ୍ୟ ଖୁବ ଉତ୍ତମ । ଚମ୍ଫାଈ ନିକଟସ୍ଥ ଅନ୍ୟ ସୁନ୍ଦର ଦର୍ଶନୀୟ ସ୍ଥାନ ସବୁ ରହିଛି ।
ମିଡିଆ
- Lenrual
- Pasaltha
- Rihlipui
- CCN (Cable TV Operator)
- LCN (Cable TV Operator)
ଯାତାୟାତ ସୁବିଧା
ଚମ୍ଫାଈ[୪] ଓ ଆଇଜ୍ଵାଳ ମଧ୍ୟ ରେ ଦୂରତା ୧୯୪ କିଲୋମିଟର ଓ ଏହି ଦୁଇ ସ୍ଥାନ ବସ ଓ ସୁମୋ[୫] ଗାଡି ଦ୍ଵାରା ସଂଯୁକ୍ତ । 'ପବନ ହଂସ " [୬]ଦ୍ଵାରା ହେଲିକେପ୍ଟର ସେବା ଆରମ୍ଭ ହେଇ ଗମନାଗମନ ର ସୁବିଧା ହେଇପାରିଛି ।
ଆଧାର ସବୁ
- ↑ K. C. Kabra (2008). Economic Growth of Mizoram: Role of Business & Industry. Concept Publishing Company.
- ↑
{{cite web}}
: Empty citation (help) - ↑ "Miz poised for border trade boom". The Sangai Express. Retrieved 29 August 2012.
{{cite news}}
: More than one of|accessdate=
and|access-date=
specified (help) - ↑ "Nilaini atangin 'Helicopter Service". The Zozam Times. Retrieved 20 August 2012.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)