ଚମ୍ଫାଈ
Champhai | |
---|---|
Town | |
![]() Champhai town | |
Country | India |
State | Mizoram |
District | Champhai |
କ୍ଷେତ୍ରଫଳ | |
• ମୋଟ | 3,185.3 km2 (1,229.9 sq mi) |
Elevation | 1,678 m (5,505 ft) |
ଜନସଂଖ୍ୟା (2011) | |
• ମୋଟ | ୩୨,୭୩୪ |
• ଘନତା | 10/km2 (27/sq mi) |
Languages | |
• Official | Mizo |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 796321 |
Telephone code | 03831 |
ଗାଡ଼ି ପଞ୍ଜିକରଣ | MZ-04 |
ୱେବସାଇଟ | champhai |
ଚମ୍ଫାଈ, ଭାରତୀୟ ରାଜ୍ୟ ମିଜୋରମର ଏକ ସୀମା ବର୍ତୀ ସହର । ଏହା ଚମ୍ଫାଈ ଜିଲ୍ଲାର ସଦର ମହକୁମା ମଧ୍ୟ । ଇଣ୍ଡୋ- ମିଆଁମାର ସୀମାରେ ଥିବା ହେତୁ ଏହା ଗୁରୁତ୍ୱପୂର୍ଣ ।ଏହି ସହର ଦେଇ ମିଆଁମାର ସଙ୍ଗେ ଭାରତର ବହୁତ ବାଣିଜ୍ୟ କାରବାର ହେଇଥାଏ ।
ଚମ୍ଫାଈ ସହରର ଆୟତନ ୩,୧୮୫.୮୩ ବର୍ଗ କିଲୋମିଟର ହେଇଥିବା ବେଳେ ବାର୍ଷିକ ବର୍ଷାଜଳ ୧,୮୧୪ ମିଲିମିଟର ହେଇଥାଏ ।
ଇତିହାସ [ସମ୍ପାଦନା]
ଚମ୍ଫାଈ , ପୂର୍ବତନ ମିଜୋ ମୁଖ୍ୟ ଲାଳବୁରା ସାଇଲୋଙ୍କ ମୁଖ୍ୟ ଦପ୍ତର ଥିଲା । ବ୍ରିଟିଶ ଶାସକ ମାନେ ୧୮୭୧-୭୨ରେ ତାଙ୍କୁ ପରାଜିତ କରି ଚମ୍ଫାଈକୁ ଏକ ଦୁର୍ଗର ମାନ୍ୟତା ଦେଇଥିଲେ । [୧]
ଅର୍ଥନୈତିକ ପରିସ୍ଥିତି [ସମ୍ପାଦନା]
ମୁଖ୍ୟତଃ କୃଷି ଉପରେ ନିର୍ଭର ଶୀଳ ଚମ୍ଫାଈରେ ସୀମାବର୍ତୀ ବାଣିଜ୍ୟ ମଧ୍ୟ ହେଇଥାଏ । ମିଆଁମାର ଦେଶ ସହ ଏହାର ବାଣିଜ୍ୟିକ ସମ୍ପର୍କ ଥାଏ । ଏଠାରେ ଉପପନ୍ନ ଧାନ ଓ ଅଙ୍ଗୁର ଦେଶ ଓ ବିଦେଶକୁ ରପ୍ତାନି ହୁଏ ।[୨]
ପାଗ [ସମ୍ପାଦନା]
ଚମ୍ଫାଈର ପାଗ ଖୁବ ଆରାମଦାୟକ । ଶୀତକାଳୀନ ତାପମାତ୍ରା ୧୦ ଡିଗ୍ରୀରୁ ୨୦ ଡିଗ୍ରୀ ରହି , ଗ୍ରୀଷ୍ମ ଦିନରେ ଏହା ୧୫ରୁ ୩୦ ଡିଗ୍ରୀ ମଧ୍ୟରେ ରହେ ।
ଶିକ୍ଷା ବ୍ୟବସ୍ଥା [ସମ୍ପାଦନା]
ଚମ୍ଫାଈ କଲେକ ସେଠାରେ ଏକମାତ୍ର ଉଛ ଶିକ୍ଷା କେନ୍ଦ୍ର ହେଇଥିବା ବେଳେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ରହିଛି ।
Tourism[ସମ୍ପାଦନା]
ଚ୍ୟାମ୍ଫାଈ ଏକ ସୁରମ୍ୟ ସ୍ଥାନ । ଏହାର ଚତୁଃପାର୍ଶ୍ୱରେ ପାର୍ବତ୍ୟ ଅଞ୍ଚଳ ଥିବା ବେଳେ ଏହାର ସଂସ୍କୃତି ମଧ୍ୟ ଖୁବ ଉତ୍ତମ । ଚମ୍ଫାଈ ନିକଟସ୍ଥ ଅନ୍ୟ ସୁନ୍ଦର ଦର୍ଶନୀୟ ସ୍ଥାନ ସବୁ ରହିଛି ।
ମିଡିଆ [ସମ୍ପାଦନା]
- Lenrual
- Pasaltha
- Rihlipui
- CCN (Cable TV Operator)
- LCN (Cable TV Operator)
ଯାତାୟାତ ସୁବିଧା [ସମ୍ପାଦନା]
ଚମ୍ଫାଈ[୩] ଓ ଆଇଜ୍ୱାଳ ମଧ୍ୟରେ ଦୂରତା ୧୯୪ କିଲୋମିଟର ଓ ଏହି ଦୁଇ ସ୍ଥାନ ବସ ଓ ସୁମୋ ଗାଡିଦ୍ୱାରା ସଂଯୁକ୍ତ । 'ପବନ ହଂସ "ଦ୍ୱାରା ହେଲିକେପ୍ଟର ସେବା ଆରମ୍ଭ ହେଇ ଗମନାଗମନର ସୁବିଧା ହେଇପାରିଛି ।
ଗେଲେରୀ[ସମ୍ପାଦନା]
ଆଧାର ସବୁ [ସମ୍ପାଦନା]
- ↑ K. C. Kabra (2008). Economic Growth of Mizoram: Role of Business & Industry. Concept Publishing Company.
- ↑ "Miz poised for border trade boom". The Sangai Express. Retrieved 29 August 2012. More than one of
|accessdate=
and|access-date=
specified (help) - ↑ "Nilaini atangin 'Helicopter Service". The Zozam Times. Retrieved 20 August 2012. More than one of
|accessdate=
and|access-date=
specified (help)