ଜାତୀୟ ରାଜପଥ ୧୬ ( ଭାରତ)
ଜାତୀୟ ରାଜପଥ ୧୬ (NH 16) , (ପୂର୍ବ ନାମ NH-୫ ), ଭାରତ ର ଏକ ମୁଖ୍ୟ ରାଜପଥ । ଏହା ଭରତ ର ପୂର୍ବ ତଟବର୍ତୀ ରାଜ୍ୟ ସମୂହ ପଶ୍ଚିମ ବଙ୍ଗ , ଓଡିଶା , ଆନ୍ଧ୍ର ପ୍ରଦେଶ , ତେଲେଙ୍ଗନା ଓ ତାମିଲନାଡୁ ଦେଇ ଯାଇଛି । ପରେ ଏହା ପୁନଃ ନାମିତ ହେଇଥିବା ରାଜପଥ , କଲିକତା ଠାରେ ଜାତୀୟ ରାଜପଥ -୧୯ ସଙ୍ଗେ ମଧ୍ୟ ମିଳିତ ହେଇଥାଏ । ଏହା ଦକ୍ଷିଣ ଭାରତ ର ଚେନ୍ନଇ ଠାରେ ଶେଷ ହୁଏ । ଏହା ଭାରତ ସରକାର ଙ୍କ ରାଜପଥ ଉନ୍ନୟନ ପାଇଁ କରା ଯାଇଥିବା 'ସୁବର୍ଣ ଚତୁର୍ଷ୍କୋଣ' ପ୍ରକଳ୍ପ ର ଅନ୍ତର୍ଭୁକ୍ତ । [୧][୨]
Route
ଏହି ରାଜପଥ ପୂର୍ବ, ଓ ଦକ୍ଷିଣ ଭାରତ ର ଅନେକ ମୁଖ୍ୟ ସହର , ବାଣିଜ୍ୟ କେନ୍ଦ୍ର , ଶିଳ୍ପାଞ୍ଚଳ ଦେଇ ଯାଇଛି । ଏହା କଟକ , ଭୁବନେଶ୍ବର , ଭଦ୍ରଖ , ବାଲେଶ୍ଵର , ବାରିପଦା ଦେଇ ଗଲା ପରେ ଝାଡପୋଖରିଆ ଠାରେ ଜାତୀୟ ରାଜପଥ NH-୬ ସହ ମିଳିତ ହୁଏ। ତତ୍ ପରେ ଏହା ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମ , ବିଶାଖାପାଟନା , ରାଜାମୁଣ୍ଡି , ଏକୁରୁ ,ବିଜୟୱାଡା , ଗୁନ୍ଟୂର , ଓ ତାମିଲନାଡୁ ର ନେଲୋର ଦେଇ ଚେନ୍ନଇ ରେ ପ୍ରବେଶ କରେ ।
NH - ୧୬ ର ସମୁଦାଯ ଦୈର୍ଘ୍ୟ ୧,୫୩୩ କିଲୋମିଟର ।
ଭିନ୍ନ ରାଜ୍ୟ ରେ ଏହାର ଦୈର୍ଘ୍ୟ :[୩]
- ପଶ୍ଚିମ ବଙ୍ଗ -୧୬୧ କିଲୋମିଟର
- ଓଡିଶା -୪୮୮ କିଲୋମିଟର
- ଆନ୍ଧ୍ର ଓ ତେଲେଙ୍ଗନା -୧,୦୨୪ କିଲୋମିଟର
- ତାମିଲନାଡୂ -୪୫ କିଲୋମିଟର
ପୁନଶ୍ଚ ଦେଖଣା
- List of National Highways in India by highway number