ଅଜିତ ୱାଡ଼େକର
ଅଜିତ ଲକ୍ଷ୍ମଣ ୱାଦେକର ଜଣେ ପୂର୍ବତନ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ୧୯୬୬ ରୁ ୧୯୭୪ ଯାଏ ଖେଳିଥିଲେ । ଜଣେ ବିସ୍ଫୋରକ ବେଟସମେନ ଭାବରେ ପରିଚିତ ୱାଦେକର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ୧୯୫୮ ରେ ଆରମ୍ଭ କରିଥିଲେ ଓ ଅନ୍ତର୍ଜାତିକ ସ୍ତର କୁ ୧୯୬୬ ରେ ଆସିଥିଲେ । ୩ ନମ୍ବର ସ୍ଥାନ ରେ ବେଟିଙ୍ଗ କରୁଥିବା ୱାଦେକର ସ୍ଲିପ ଅଞ୍ଚଳ ରେ ଜଣେ ଦକ୍ଷ କ୍ଷେତ୍ରରକ୍ଷଣକାରୀ ଥିଲେ । ତାଙ୍କ ଅଧିନାୟକତ୍ଵ ରେ ଭାରତ ପ୍ରଥମ କରି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ରେ ସିରିଜ ଜିତି ଆସିଥିଲା ।
ସଂକ୍ଷିପ୍ତ ଜୀବନୀ
ବମ୍ବେ ରେ ଜନ୍ମିତ ୱାଦେକର ଙ୍କ ବାପା ସେ ଜଣେ ଇଞ୍ଜିନିଅର ହୁଅନ୍ତୁ ବୋଲି ଚାହୁଥିଲେ ଭି , ଅଜିତ ତାଙ୍କ ପଢା ସମୟ ରୁ ହିଁ ତାଙ୍କର କ୍ରିକେଟ ପ୍ରତିଭା ର ପ୍ରଦର୍ଶନ କରି ୧୯୫୮/୫୯ ସିଜନ ରେ ବମ୍ବେ ଦଳ ପକ୍ଷ ରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଲେ । ଡିସେମ୍ବର ୧୯୬୬ ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ରେ ବମ୍ବେ ଠାରେ ଖେଳି ସେ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ତାହା ପରେ ସେ ନିୟମିତ ଭାବରେ ଭାରତୀୟ ଦଳ ରେ ସ୍ଥାନ ପାଇ ୧୯୬୬ ରୁ ୧୯୭୪ ମଧ୍ୟ ରେ ୩୭ ତି ଟେଷ୍ଟ ଖେଳିଥିଲେ ।
ଅଧିନାୟକତ୍ଵ ଓ ବିଦେଶ ରେ ବିଜୟ
ବମ୍ବେ ଟିମ ର ଅଧିନାୟକ ନିଯୁକ୍ତ ହେଲା ପରେ ସେ ଭାରତୀୟ ଜାତୀୟ ଦଳ ର ଅଧିନାଯକ ଭାବେ ୧୯୭୧ ରେ ନିଯୁକ୍ତ ହେଇଥିଲେ । ତାଙ୍କ ନେତୃତ୍ଵ ରେ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର , ନିର୍ଭରଯୋଗ୍ୟ ବେଟସମେନ ଗୁଣ୍ଡାପ୍ପା ବିଶ୍ଵନାଥ , ୱିକେଟ କିପର ଫାରୁଖ ଇଞ୍ଜିନିଅର ଙ୍କ ପରି ଖେଳାଳି ସହ , ବିଶ୍ଵ ର ଶ୍ରେଷ୍ଠ ସ୍ପିନ ବୋଲର ( spin quartet) ଭାବରେ ପରିଗଣିତ ବେଦୀ, ଚନ୍ଦ୍ରଶେଖର , ପ୍ରସନ୍ନା ଓ ଭେଙ୍କଟରାଘବନ ଖେଳୁଥିଲେ । ଏହି କୃତିସମ୍ପନ୍ନ ଦଳ କୁ ଦୃଢ ନେତୃତ୍ଵ ଦେଇ , ୱାଦେକର ଭାରତ ପାଇଁ ବିଦେଶ ମାଟି ରେ ପ୍ରଥମ ସିରିଜ ବିଜୟ ଆଣି ଦେଇଥିଲେ । ୧୯୭୧ ରେ ପ୍ରଥମେ ଇଂଲଣ୍ଡ ଓ ତା ପରେ ୱେଷ୍ଟ ଇଣ୍ଡିଜ କୁ ତାଙ୍କ ଦେଶ ରେ ପରାସ୍ତ କରି ନୂଆ କୀର୍ତିମାନ ହାସଲ କରିବା ପରେ , ୧୯୭୨-୭୩ ରେ ପୁଣି ଇଂଲଣ୍ଡ କୁ ଘରେଇ ସିରିଜ ରେ ୨-୧ ରେ ପରାସ୍ତ କରିଥିଲେ ।
୧୯୭୪ ରେ ଭାରତୀୟ ଦଳ ର ଇଂଲଣ୍ଡ ଗସ୍ତ ରେ ୱାଦେକର ଅଧିନାଯକ ଥିଲେ , କିନ୍ତୁ ଦଳ ଆଉ ଭଲ ପ୍ରଦର୍ଶନ ଦେଇ ପାରିନଥିଲା । ସେହି ସିରିଜ ରେ ଖେଲାଯାଇଥିବା ଏକମାତ୍ର ଏକଦିବସୀୟ ଅନ୍ତର୍ଜାତିକ ମେଚ ( ଯାହାକି ଭାରତ ର ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ମେଚ ଥିଲା ) ରେ ୱାଦେକର ନିଜେ ୬୭ ରନ କରିଥିଲେ ମଧ୍ୟ ଦଳ କୁ ପରାଜୟ ରୁ ବଞ୍ଚେଇ ପାରି ନଥିଲେ । ସେ ସେହି ସିରିଜ ପରେ ଅନ୍ତର୍ଜାତିକ କ୍ରିକେଟ ରୁ ଅବସର ନେଇଥିଲେ । ତାହା ପରେ ଆଉ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମେଚ ଖେଳି ସମସ୍ତ ପ୍ରକାର କ୍ରିକେଟ ରୁ ତାଙ୍କର ଅବସର ଘୋଷଣା କରିଥିଲେ ।
ଅବସର ପରେ ଅବଦାନ
ଅବସର ପରେ ୱାଦେକର ଭାରତୀୟ କ୍ରିକେଟ ଦଳ ର ମେନେଜର ଭାବରେ ୧୯୯୦ ପରେ ରହିଥିଲେ । ସେତେବେଳେ ଅଝାରୁଦ୍ଦିନ ଦଳ ର ଅଧିନାୟକ ଥିଲେ ।ପରେ ସେ ଭାରତୀୟ କ୍ରିକେଟ ପାଇଁ ସିଲେକସନ ବୋର୍ଡ ର ଚେୟାରମେନ ରହିଥିଲେ । ଜଣେ ବ୍ୟକ୍ତି ଟେଷ୍ଟ ଖେଳାଳି , ଅଧିନାଯକ , କୋଚ ବା ମେନେଜର ତଥା ସିଲେକସନ ବୋର୍ଡ ର ଚେୟାରମେନ ସବୁ ରହିଥିବାର ବିରଳ ସମ୍ମାନ ର ଅଧିକାରୀ ଥିଲେ ଅଜିତ ୱାଦେକର ।ଲାଲା ଅମରନାଥ ଓ ଚନ୍ଦୁ ବୋଡେ ହଉଛନ୍ତି ଅନ୍ୟ ଦୁଇଜଣ ସେପରି ସମ୍ମାନ ର ଅଧିକାରୀ ।
ପରିସଙ୍ଖ୍ୟାନ
Records against opponents
Opponent | Matches | Runs scored | Highest score | Average | 100's | Catches |
---|---|---|---|---|---|---|
Australia | 9 | 548 | 99 | 32.23 | 0 | 8 |
England | 14 | 840 | 91 | 31.11 | 0 | 15 |
New Zealand | 7 | 495 | 143 | 38.07 | 1 | 16 |
West Indies | 7 | 230 | 67 | 20.90 | 0 | 7 |
ଟେଷ୍ଟ ଶତକ
No. | Score | Against | Pos. | Inn. | Venue | Date | Result |
---|---|---|---|---|---|---|---|
1 | 143 | New ZealandNew Zealand | 3 | 2 | Basin Reserve, Wellington | 000000001968-02-29-000029 February 1968 | Won[୨] |
ପୁରସ୍କାର ସମୂହ ଆଉ ସମ୍ମାନ
ଅଜିତ ୱାଦେକର ତାଙ୍କର କ୍ରିକେଟ ପାଇଁ ଅବଦାନ ହେତୁ ଭାରତ ସରକାର ଙ୍କ ଦ୍ଵାରା ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ସେ ୧୯୭୨ ମସିହା ରେ ଭରତ ର ୪ ର୍ଥ ସର୍ବୋଛ ନାଗରିକ ପୁରସ୍କାର ' ପଦ୍ମଶ୍ରୀ ' ଦ୍ଵାରା ସମ୍ମାନିତ ହେଇଥିଲେ । ଅନ୍ୟ ସମ୍ମାନ ମଧ୍ୟ ରେ ସି॰ କେ॰ ନାଇଡୁ ପୁରସ୍କାର ଆଜୀବନ ଅବଦାନ ପାଇଁ ଓ କାସ୍ତ୍ରାଳ ଆଜୀବନ ଅବଦାନ ପୁରସ୍କାର ଅନ୍ତର୍ଭୁକ୍ତ ।