ଅଜିତ ୱାଡ଼େକର

ଉଇକିପିଡ଼ିଆ‌ରୁ

ଅଜିତ ଲକ୍ଷ୍ମଣ ୱାଦେକର ଜଣେ ପୂର୍ବତନ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ୧୯୬୬ରୁ ୧୯୭୪ ଯାଏ ଖେଳିଥିଲେ । ଜଣେ ବିସ୍ଫୋରକ ବେଟସମେନ ଭାବରେ ପରିଚିତ ୱାଦେକର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ୧୯୫୮ରେ ଆରମ୍ଭ କରିଥିଲେ ଓ ଅନ୍ତର୍ଜାତିକ ସ୍ତରକୁ ୧୯୬୬ରେ ଆସିଥିଲେ । ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ୱାଦେକର ସ୍ଲିପ ଅଞ୍ଚଳରେ ଜଣେ ଦକ୍ଷ କ୍ଷେତ୍ରରକ୍ଷଣକାରୀ ଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ କରି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ  ରେ ସିରିଜ ଜିତି ଆସିଥିଲା । 

ସଂକ୍ଷିପ୍ତ ଜୀବନୀ [ସମ୍ପାଦନା]

ବମ୍ବେରେ ଜନ୍ମିତ ୱାଦେକରଙ୍କ ବାପା ସେ ଜଣେ ଇଞ୍ଜିନିଅର ହୁଅନ୍ତୁ ବୋଲି ଚାହୁଥିଲେ ଭି , ଅଜିତ ତାଙ୍କ ପଢ଼ା ସମୟରୁ ହିଁ ତାଙ୍କର କ୍ରିକେଟ ପ୍ରତିଭାର ପ୍ରଦର୍ଶନ କରି ୧୯୫୮/୫୯ ସିଜନରେ ବମ୍ବେ ଦଳ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଲେ । ଡିସେମ୍ବର ୧୯୬୬ରେ  ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ବମ୍ବେଠାରେ ଖେଳି ସେ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ତାହା ପରେ ସେ ନିୟମିତ ଭାବରେ ଭାରତୀୟ ଦଳରେ ସ୍ଥାନ ପାଇ ୧୯୬୬ରୁ ୧୯୭୪ ମଧ୍ୟରେ ୩୭ ତି ଟେଷ୍ଟ ଖେଳିଥିଲେ ।  

ଅଧିନାୟକତ୍ୱ ଓ ବିଦେଶରେ ବିଜୟ[ସମ୍ପାଦନା]

ବମ୍ବେ ଟିମର ଅଧିନାୟକ ନିଯୁକ୍ତ  ହେଲା ପରେ ସେ ଭାରତୀୟ ଜାତୀୟ ଦଳର ଅଧିନାୟକ ଭାବେ ୧୯୭୧ରେ ନିଯୁକ୍ତ ହେଇଥିଲେ । ତାଙ୍କ ନେତୃତ୍ୱରେ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର , ନିର୍ଭରଯୋଗ୍ୟ ବେଟସମେନ ଗୁଣ୍ଡାପ୍ପା ବିଶ୍ୱନାଥ , ୱିକେଟ କିପର ଫାରୁଖ ଇଞ୍ଜିନିଅରଙ୍କ ପରି ଖେଳାଳି ସହ , ବିଶ୍ୱର ଶ୍ରେଷ୍ଠ ସ୍ପିନ ବୋଲର ( spin quartet) ଭାବରେ   ପରିଗଣିତ  ବେଦୀ, ଚନ୍ଦ୍ରଶେଖର , ପ୍ରସନ୍ନା ଓ ଭେଙ୍କଟରାଘବନ ଖେଳୁଥିଲେ । ଏହି କୃତିସମ୍ପନ୍ନ ଦଳକୁ ଦୃଢ଼ ନେତୃତ୍ୱ ଦେଇ , ୱାଦେକର ଭାରତ ପାଇଁ ବିଦେଶ ମାଟିରେ ପ୍ରଥମ ସିରିଜ ବିଜୟ ଆଣି ଦେଇଥିଲେ । ୧୯୭୧ରେ ପ୍ରଥମେ ଇଂଲଣ୍ଡ  ଓ ତା ପରେ ୱେଷ୍ଟ ଇଣ୍ଡିଜକୁ ତାଙ୍କ ଦେଶରେ ପରାସ୍ତ କରି ନୂଆ କୀର୍ତିମାନ ହାସଲ  କରିବା ପରେ , ୧୯୭୨-୭୩ରେ ପୁଣି ଇଂଲଣ୍ଡକୁ ଘରେଇ ସିରିଜରେ ୨-୧ରେ ପରାସ୍ତ କରିଥିଲେ ।  

୧୯୭୪ରେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ୱାଦେକର ଅଧିନାୟକ ଥିଲେ , କିନ୍ତୁ ଦଳ ଆଉ ଭଲ ପ୍ରଦର୍ଶନ ଦେଇ ପାରିନଥିଲା । ସେହି ସିରିଜରେ ଖେଲାଯାଇଥିବା ଏକମାତ୍ର ଏକଦିବସୀୟ ଅନ୍ତର୍ଜାତିକ ମେଚ ( ଯାହାକି ଭାରତର ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ମେଚ ଥିଲା )ରେ ୱାଦେକର ନିଜେ ୬୭ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚେଇ ପାରି ନଥିଲେ । ସେ ସେହି ସିରିଜ ପରେ ଅନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ । ତାହା ପରେ ଆଉ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମେଚ ଖେଳି ସମସ୍ତ ପ୍ରକାର କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ ।  

ଅବସର ପରେ ଅବଦାନ [ସମ୍ପାଦନା]

ଅବସର ପରେ ୱାଦେକର ଭାରତୀୟ କ୍ରିକେଟ ଦଳର ମେନେଜର ଭାବରେ ୧୯୯୦ ପରେ ରହିଥିଲେ । ସେତେବେଳେ ଅଝାରୁଦ୍ଦିନ ଦଳର ଅଧିନାୟକ ଥିଲେ ।ପରେ ସେ ଭାରତୀୟ କ୍ରିକେଟ ପାଇଁ ସିଲେକସନ ବୋର୍ଡର ଚେୟାରମ୍ୟାନ ରହିଥିଲେ । ଜଣେ ବ୍ୟକ୍ତି ଟେଷ୍ଟ ଖେଳାଳି , ଅଧିନାୟକ , କୋଚ ବା ମେନେଜର  ତଥା ସିଲେକସନ ବୋର୍ଡର ଚେୟାରମ୍ୟାନ   ସବୁ ରହିଥିବାର ବିରଳ ସମ୍ମାନର ଅଧିକାରୀ ଥିଲେ ଅଜିତ ୱାଦେକର ।ଲାଲା ଅମରନାଥ ଓ ଚନ୍ଦୁ  ବୋଡେ ହଉଛନ୍ତି ଅନ୍ୟ ଦୁଇଜଣ ସେପରି ସମ୍ମାନର ଅଧିକାରୀ ।  

ପରିସଙ୍ଖ୍ୟାନ[ସମ୍ପାଦନା]

Records against opponents[ସମ୍ପାଦନା]

Wadekar's performance in Test matches[୧]
Opponent Matches Runs scored Highest score Average 100's Catches
 Australia 9 548 99 32.23 0 8
 England 14 840 91 31.11 0 15
 New Zealand 7 495 143 38.07 1 16
 West Indies 7 230 67 20.90 0 7

ଟେଷ୍ଟ ଶତକ [ସମ୍ପାଦନା]

No. Score Against Pos. Inn. Venue Date Result
1 143  New ZealandNew Zealand 3 2 Basin Reserve, Wellington 000000001968-02-29-000029 February 1968 Won[୨]

ପୁରସ୍କାର ସମୂହ ଆଉ ସମ୍ମାନ [ସମ୍ପାଦନା]

ଅଜିତ ୱାଦେକର ତାଙ୍କର କ୍ରିକେଟ ପାଇଁ ଅବଦାନ ହେତୁ ଭାରତ ସରକାରଙ୍କଦ୍ୱାରା ସମ୍ମାନ ଜନକ ଅର୍ଜୁନ ପୁରସ୍କାର   ଲାଭ କରିଥିଲେ । ସେ ୧୯୭୨ ମସିହାରେ ଭରତର ୪ ର୍ଥ ସର୍ବୋଛ ନାଗରିକ ପୁରସ୍କାର ' ପଦ୍ମଶ୍ରୀ 'ଦ୍ୱାରା ସମ୍ମାନିତ ହେଇଥିଲେ । ଅନ୍ୟ ସମ୍ମାନ ମଧ୍ୟରେ ସି॰ କେ॰ ନାଇଡୁ ପୁରସ୍କାର ଆଜୀବନ ଅବଦାନ ପାଇଁ  ଓ କାସ୍ତ୍ରାଳ ଆଜୀବନ ଅବଦାନ ପୁରସ୍କାର ଅନ୍ତର୍ଭୁକ୍ତ । 

ଅଧିନାୟକତ୍ୱ ଓ ବିଦେଶରେ ବିଜୟ[ସମ୍ପାଦନା]

ବମ୍ବେ ଟିମର ଅଧିନାୟକ ନିଯୁକ୍ତ  ହେଲା ପରେ ସେ ଭାରତୀୟ ଜାତୀୟ ଦଳର ଅଧିନାୟକ ଭାବେ ୧୯୭୧ରେ ନିଯୁକ୍ତ ହେଇଥିଲେ । ତାଙ୍କ ନେତୃତ୍ୱରେ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର , ନିର୍ଭରଯୋଗ୍ୟ ବେଟସମେନ ଗୁଣ୍ଡାପ୍ପା ବିଶ୍ୱନାଥ , ୱିକେଟ କିପର ଫାରୁଖ ଇଞ୍ଜିନିଅରଙ୍କ ପରି ଖେଳାଳି ସହ , ବିଶ୍ୱର ଶ୍ରେଷ୍ଠ ସ୍ପିନ ବୋଲର ( spin quartet) ଭାବରେ   ପରିଗଣିତ  ବେଦୀ, ଚନ୍ଦ୍ରଶେଖର , ପ୍ରସନ୍ନା ଓ ଭେଙ୍କଟରାଘବନ ଖେଳୁଥିଲେ । ଏହି କୃତିସମ୍ପନ୍ନ ଦଳକୁ ଦୃଢ଼ ନେତୃତ୍ୱ ଦେଇ , ୱାଦେକର ଭାରତ ପାଇଁ ବିଦେଶ ମାଟିରେ ପ୍ରଥମ ସିରିଜ ବିଜୟ ଆଣି ଦେଇଥିଲେ । ୧୯୭୧ରେ ପ୍ରଥମେ ଇଂଲଣ୍ଡ  ଓ ତା ପରେ ୱେଷ୍ଟ ଇଣ୍ଡିଜକୁ ତାଙ୍କ ଦେଶରେ ପରାସ୍ତ କରି ନୂଆ କୀର୍ତିମାନ ହାସଲ  କରିବା ପରେ , ୧୯୭୨-୭୩ରେ ପୁଣି ଇଂଲଣ୍ଡକୁ ଘରେଇ ସିରିଜରେ ୨-୧ରେ ପରାସ୍ତ କରିଥିଲେ ।  

References[ସମ୍ପାଦନା]