ଝାରସୁଗୁଡା ରେଳ ଷ୍ଟେସନ
ଝାରସୁଗୁଡା ରେଳ ଷ୍ଟେସନ, ଓଡିଶା ରାଜ୍ୟ ର ଏକ ପ୍ରମୁଖ ତଥା ସର୍ବପୁରାତନ ରେଳ ଜଙ୍କସନ ମଧ୍ୟ ରେ ଗୋଟିଏ । ଏହା ଓଡିଶା ର ଉତ୍ତର - ପଶ୍ଚିମ ଭାଗ ରେ ଥିବା ଝାରସୁଗୁଡା ଜିଲ୍ଲା ର ସଦର ମହକୁମା ଠାରେ ଅବସ୍ଥିତ ।
ଇତିହାସ
୧୮୯୧ ରେ ତତ୍କାଳୀନ ବେଙ୍ଗଲ ନାଗପୁର ରେଳବାଇ ଦ୍ଵାରା ନାଗପୁର ଅସାନସୋଲ ମୁଖ୍ୟ ରେଳପଥ ନିର୍ମାଣ ହେଲା ପରେ ଝାରସୁଗୁଡା ଠାରେ ଏହି ଷ୍ଟେସନ ଖୋଲିଥିଲା । ପୁଣି 1900 ମସିହା ରେ ହାବଡା -ନାଗପୁର - ମୁମ୍ବାଇ ଲାଇନ ଏହି ଷ୍ଟେସନ ଦେଇ ଗଲା ପରେ ଏହା ଏକ ଜଙ୍କସନ ର ମାନ୍ୟତା ପ୍ରାପ୍ତ ହେଲା । ସାଂପ୍ରତିକ ଏହି ଷ୍ଟେସନ ଦେଇ କୋରାପୁଟ - ଜଯପୁର , ଟିଟିଲାଗଡ-ଝାରସୁଗୁଡା , ରାଉରକେଲା - କିରିବୁରୁ ରେଳପଥ ମଧ୍ୟ ଯାଇଛି । ୧୯୬୯ ରୁ ଏହି ଷ୍ଟେସନର ଲାଇନ ରେ ବିଦ୍ୟୁତିକରଣ ହେଇଥିଲା ।
ଭୌଗୋଳିକ ସ୍ଥିତି
ଇବ ନଦୀ ର ଉପତ୍ୟକା ରେ ଥିବା ଏହି ଷ୍ଟେସନ ର ନିକଟବରତି ଇଲାକା ରେ ମହାନଦୀ କୋଇଲା ଖଣି ସାନୁହ ସହିତ ବହୁ ସଂଖ୍ୟା ରେ କଳା କାରଖାନା ମାନେ ହେଇ ଏହା ଏକ ଶିଳ୍ପ ବହୁଳ ଅଞ୍ଚଳ ରେ ପରିଣତ ହେଇଛି । ଏହି ଷ୍ଟେସନ ଦେଇ ଦେଇ 52 ଟି ଟ୍ରେନ ଯାତାୟାତ କରିଥାଏ ।