ଝାରସୁଗୁଡା ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ

ଝାରସୁଗୁଡ଼ା ରେଳ ଷ୍ଟେସନ ଭାରତର ଓଡ଼ିଶାସ୍ଥିତ ଝାରସୁଗୁଡ଼ା ଜିଲ୍ଲାରେ ଥିବା ଏକ ପ୍ରମୁଖ ରେଳଷ୍ଟେସନ । ଏହା ଓଡ଼ିଶାର ସର୍ବପୁରାତନ ରେଳ ଜଙ୍କସନ ମଧ୍ୟରେ ଅନ୍ୟତମ । ଏହା ଓଡ଼ିଶାର ଉତ୍ତର-ପଶ୍ଚିମ ଭାଗରେ ଥିବା ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ।

ଝାରସୁଗୁଡ଼ା ରେଳ ଷ୍ଟେସନ

ଇତିହାସ [ସମ୍ପାଦନା]

୧୮୯୧ ମସିହାରେ ତତ୍କାଳୀନ ବେଙ୍ଗଲ ନାଗପୁର ରେଳବାଇଦ୍ୱାରା ନାଗପୁର ଅସାନସୋଲ ମୁଖ୍ୟ ରେଳପଥ ନିର୍ମାଣ ହେଲା ପରେ ଝାରସୁଗୁଡ଼ାଠାରେ ଏହି ଷ୍ଟେସନ ଖୋଲିଥିଲା । ପୁଣି ୧୯୦୦ ମସିହାରେ ହାଉଡ଼ା-ନାଗପୁର-ମୁମ୍ବାଇ ଲାଇନ ଏହି ଷ୍ଟେସନ ଦେଇ ଗଲା ପରେ ଏହା ଏକ ଜଙ୍କସନର ମାନ୍ୟତା ପାଇଲା ।[୧] ଅଧୁନା ଏହି ଷ୍ଟେସନ ଦେଇ କୋରାପୁଟ-ଯାଜପୁର, ଟିଟିଲାଗଡ଼-ଝାରସୁଗୁଡ଼ା, ରାଉରକେଲା-କିରିବୁରୁ ରେଳପଥ ମଧ୍ୟ ଯାଇଛି ।[୨] ୧୯୬୯ରୁ ଏହି ଷ୍ଟେସନର ଲାଇନରେ ବିଦ୍ୟୁତିକରଣ ହେଇଥିଲା ।[୩]

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଝାରସୁଗୁଡ଼ା ରେଳ ଷ୍ଟେସନର ବହିର୍ଭାଗସ୍ଥ ବଗିଚା

ଇବ ନଦୀର ଉପତ୍ୟକାରେ ଥିବା ଏହି ଷ୍ଟେସନର ନିକଟବର୍ତୀ ଅଞ୍ଚଳରେ ମହାନଦୀ କୋଇଲା ଖଣି ସମେତ ସହିତ ବହୁ ସଂଖ୍ୟାରେ କଳକାରଖାନାମାନେ ହେଇ ଏହା ଏକ ଶିଳ୍ପ ବହୁଳ ଅଞ୍ଚଳରେ ପରିଣତ ହୋଇଛି । ଏହି ଷ୍ଟେସନ ଦେଇ ଦେଇ ୫୨ଟି (କେତେକ ସାପ୍ତାହିକୀ ଓ ଦ୍ୱି-ସାପ୍ତାହିକୀ ମିଶି) ଟ୍ରେନ ଯାତାୟତ କରିଥାଏ ।[୪]

ଆଧାର [ସମ୍ପାଦନା]

  1. "Major Events in the Formation of S.E. Railway". South Eastern Railway. Archived from the original on 1 April 2013. Retrieved 2012-12-05.
  2. Baral, Chitta. "History of Indian Railways in Orissa" (PDF). Retrieved 2012-11-27.
  3. "History of Electrification". IRFCA. Retrieved 2012-12-05.
  4. "Jharsuguda". Geographical position. Jharsuguda district administration. Retrieved 2012-12-05.