Jump to content

ମାଳବ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ
୧୩:୨୨, ୨୦ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Malwa Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମାଳବ ଏକ୍ସପ୍ରେସ ( ହିନ୍ଦୀ ରେ : मालवा एक्सप्रेस): ଭାରତୀୟ ରେଳବାଇ ର ଏକ ଦୈନିକ ଟ୍ରେନ । ଏହା ମଧ୍ୟ ପ୍ରଦେଶ ର ବୃହତ ସହର ଇନ୍ଦୋର ର ଇନ୍ଦୋର ଜଙ୍କସନ ସହ ଜମ୍ମୁ ଓ  କାଶ୍ମୀର ରାଜ୍ୟ ର ଜମ୍ମୁ ତୱି ଷ୍ଟେସନ ସହ ସଂଯୋଗ ରଖେ । 

ଇତିହାସ 

ପ୍ରଥମରୁ ନୂଆ ଦିଲ୍ଲୀ ଓ ଇନ୍ଦୋର ମଧ୍ୟ ରେ ଚଳାଚଳ ଆରମ୍ଭ କରିଥିବା ଏହି ଟ୍ରେନ ପରେ ଜମ୍ମୁ ତୱି ପର୍ଯ୍ୟନ୍ତ ପରିବର୍ଧିତ ହେଇଥିଲା । ୨୨ ଅକ୍ଟୋବର , ୧୯୮୫ ରେ ଏହି ଟ୍ରେନ କୁ ଇନ୍ଦୋର-ଲାହୋରେ ସ୍ପେଶାଲ ହିସାବ ରେ ପାକିସ୍ତାନ ର ଲାହୋରେ ପର୍ଯ୍ୟନ୍ତ ଚଳା ଯିବା ପରେ ଏହା ପାକିସ୍ତାନ କୁ ଯାଉଥିବା ପ୍ରଥମ ଭାରତୀୟ ଟ୍ରେନ ହେଇଥିଲା । ଭରତ ଓ ପାକିସ୍ଥାନ ମଧ୍ୟ ରେ କୂଟନୈତିକ ଦାସଭାବନା ସୃଷ୍ଟି ପାଇଁ ଏହା ଲାହୋର ଚଲାଯାଇଥିଲା । ମାତ୍ର ୫୫ ଦିନ ଚାଲିବା ପରେ ବିବାଦୀୟ ପରିସ୍ଥିତି ପାଇଁ ଏହାକୁ ଲାହୋର ଔ ନିଆ ଗଲା ନାହିଁ ।  ମାଳବ ଏକ୍ସପ୍ରେସ ଭାରତ ରେ ୫ ଟି ଟ୍ରେନ ISO ମାନନ୍ୟତା ପାଇଥିବା ଟ୍ରେନ ମଧ୍ୟ ରୁ ଗୋଟିଏ । ଆଇଏସଓ ମାନ୍ୟତା ପାଇଥିବା ଅନନ୍ୟ ଟ୍ରେନ ଗୁଡିକ ହେଲା ଭୋପାଲ ଏକ୍ସପ୍ରେସ , ରେୱାଞ୍ଚଳ ଏକ୍ସପ୍ରେସ ଓ ଅହିଲ୍ୟାନଗରୀ ଏକ୍ସପ୍ରେସ।  

Arrival and departure

ଇନ୍ଦୋର ଠାରେ ମାଳବ ଏକ୍ସପ୍ରେସ 

ଏହି ଟ୍ରେନ ଜମ୍ମୁ ତୱି ରୁ ୦୯.୦୦ ରେ ଛାଡି ଇନ୍ଦୋର ରେ ପରଦିନ ୧୨.୫୦ ରେ ପହଞ୍ଚେ । ଫେରନ୍ତା ଯାତ୍ରା ରେ ଏହା ଇନ୍ଦୋର ରୁ 12॰  ୨୫ ରେ ଛାଡି ପରଦିନ ୦୪.୦୫ ରେ ଜମ୍ମୁ ତୱି ରେ ପହଞ୍ଚେ।  ଏହି ଟ୍ରେନ ତାର ଯାତ୍ରାପଥ ରେ ୨୭ ଘଣ୍ଟା ରେ ୧୫୪୦ କିଲୋମିଟର ପଥ ଅତିକ୍ରମ କରେ । ଏହାର ହାରାହାରି ବେଗ ୬୨.୭ କିଲୋମିଟର ( ରହଣି ସମୟ ବ୍ଯତୀତ )। ବାଟରେ ଏହା ୩୯ ଟି ରହଣି କରିଥାଏ। 

Route and halts

ଲୁଧିଆନା ଜଙ୍କସନ ଠାରେ ମାଳବ ଏକ୍ସପ୍ରେସ 

ମାଳବ ଏକ୍ସପ୍ରେସ ୭ ଟି ଭାରତୀୟ ରାଜ୍ୟ ଦେଇ ଯାତାୟାତ କରିଥାଏ । ସେଗୁଡିକ ହେଲା ମଧ୍ୟ ପ୍ରଦେଶ , ଉତ୍ତର ପ୍ରଦେଶ , ନୂଆ ଦିଲ୍ଲୀ , ରାଜସ୍ଥାନ , ହରିୟଣା , ପଞ୍ଜାବ ଓ ଜାମୁ ଓ କାଶ୍ମୀର । ଏହାର ମୁଖ୍ୟ ରହଣି ଷ୍ଟେସନ ଗୁଡିକ ଭୋପାଲ ,ଝାଁସୀ ,ଗ୍ଵାଲିୟର , ମଥୁରା , ନୂଆ ଦିଲ୍ଲୀ ଓ ଲୁଧିଆନା । 

ବଗି ବିବରଣୀ 

ସାଧାରଣତଃ ଏଥିରେ ୨୪ ଟି ବଗି ଥାଏ 

  • ୧୩ ଟି ସ୍ଳିପର 
  • ୧ ଟି ୨-  AC
  • ୫ ଟି ୩-AC 
  • ୪ ଟି ସାଧାରଣ
  • ୧ ଟି ପାନ୍ତରି କାର 

ପୁନଶ୍ଚ ଦେଖଣା 

  • Ahilyanagari Express
  • Avantika Express

ବାହ୍ୟ ସଂଯୋଗ ସମୂହ