Jump to content

ବୁଧି କୁନ୍ଦେରନ

ଉଇକିପିଡ଼ିଆ‌ରୁ
୦୯:୧୨, ୨୦ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Budhi Kunderan") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବୁଧିସାଗର କୃଷ୍ଣପ୍ପା କୁନ୍ଦେରନ ( ଟୁଲୁ ଭାଷା ରେ ಬುಧಿಸಾಗರ ಕೃಷ್ಣಪ್ಪ ಕುಂದೆರನ್ ) ୨ ଅକ୍ଟୋବର , 1939 ରେ ମୁଲକି ନାମକ ସ୍ଥାନ , ଯାହା କର୍ଣାତକ ର ମାଙ୍ଗାଲୋର ନିକଟ ରେ ଅବସ୍ଥିତ , ସେଇଠି ଜନ୍ମ ଗ୍ରହଣ କରିଥିଲେ । ସେ ଭାରତ ର ଜଣେ ପ୍ରାକ୍ତନ ୱିକେଟ କିପର ତଥା ବେଟସ ମେନ । ଦ୍ରୁତ ଗତି ରେ ରଣ ସଂଗ୍ରହ କରି ପଡ଼ୁଥିବା ବୁଧି ଭାରତୀୟ ଦଳ ରେ ଫରୁଖ ଇଞ୍ଜିନିଅର ଙ୍କ ଉପସ୍ଥିତି ପାଇଁ ବେଶୀ ସଂଖ୍ୟା ରେ ମେଚ ଖେଳି ପାରି ନ ଥିଲେ । 

ସେ ୧୯୫୮/୫୯ ରେ ପ୍ରଥମ ଶ୍ରେଣୀ କ୍ରିକେଟ ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ ଦଳ ସହ କ୍ରିକେଟ କ୍ଲବ ଓଫ ଇଣ୍ଡିଆ ତରଫ ରୁ ଖେଳିଥିଲେ । ପରବର୍ଷ ସେ ମାତ୍ର ଦୁଇଟି ପ୍ରଥମ ଶ୍ରେଣୀ ମେଚ ଖେଳିବା ପରେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇ ଅଷ୍ଟ୍ରେଲିଆ ଗସ୍ତ ରେ ଯାଇଥିଲେ । ସେ ସେଠାରେ ତୃତୀୟ ଟେଷ୍ଟ ଖେଳିବାର ସୁଯୋଗ ପାଇ ହିତ ୱିକେଟ ହେଇ ଔତ ହେଇଯାଇଥିଲେ ହେଁ 4 ର୍ଥ ଟେଷ୍ଟ ରେ ୭୧  ଓ ୩୩ ରଣ କରିଥିଲେ । 


କୁନ୍ଦେରନ ସେହି ବିରଳ ଖେଳାଳି ଙ୍କ ଭିତରେ ଜଣେ  ଯିଏ କି ଘରେଇ ରଣଜୀ ଟ୍ରଫି ରେ ଖେଳିବା  ଆଗରୁ ହିଁ ଟେଷ୍ଟ ଦଳ ରେ ସ୍ଥାନ ପାଇଥିଲେ । 1960 ମସିହା ରେ ପ୍ରଥମ ରଣଜୀ ମେଚ ଖେଳିଥିଲେ । ସେ ପ୍ରଥମ ପଦାର୍ପଣ ମେଚ ରେ ୨୦୫ ରନ କରିଥିଲେ । ଏହି ସମୟ ରେ ଭାରତୀୟ ଟେଷ୍ଟ ଦଳ ରେ ଫାରୋଖ ଇଞ୍ଜିନିଅର ଙ୍କ ଆବିର୍ଭାବ ଘଟିବାରୁ ବୁଧି ଟିମ ରେ ଥିଲେ ମଧ୍ୟ କେବଳ ବେଟସ ମେନ ହିସାବ ରେ ଖେଳିଲେ ।

ଇଂଲଣ୍ଡ ର ୧୯୬୩/୬୪ ଭରତ ଗସ୍ତ ରେ ଇଞ୍ଜିନିଅର ଆହତ ହେବା କାରଣ ରୁ ବୁଧି ସ୍ଥାନ ପାଇ ପ୍ରଥମ ଟେଷ୍ଟ ରେ ଓପନିଂ ବେତସ ମେନ ଭାବରେ ସେ ୧୯୨ରନ କରିବା ସହ ସମଗ୍ର ସିରିଜ ରେ 525 ରଣ କରିଥିଲେ ।  

ତାହା ପରେ ଉଭୟ କୁନ୍ଦେରନ ଓ ଇଞ୍ଜିନିଅର ଭାରତୀୟ ଦଳ ରୁ ବାହାରି ଗଲେ । ଇନ୍ଦ୍ରଜିତ ସିଂହ ନୂଆ ଭାବେ ୱିକେଟ କିପର ହେଲେ । ପରେ ଇଞ୍ଜିନିଅର ନିଊ ଜିଲାଣ୍ଡ ସିରିଜ ପାଇଁ ୱିକେଟ କିପର ତଥା ବୁଧି ଅପନର ହିସାବ ରେ ଆହତ ଦିଲୀପ ସରଦେଶାଇ ଙ୍କ ବଦଳ ଖେଳାଳି ଭାବେ ଖେଳିଥିଲେ । 

୧୯୬୫ ରେ କୁନ୍ଦେରନ ତାଙ୍କ ଭାରତୀୟ ରେଳ ଚାକିରି ଛାଡି ମହିଶୂର ଗଲେ ଓ ମହିଶୂର ତରଫ ରୁ ରଣଜୀ ମେଚ ଖେଳିଲେ । ଏଠାରେ ସେ ଚନ୍ଦ୍ରଶେଖର , ପ୍ରସନ୍ନା , ଭେଙ୍କଟରଘବନ ଙ୍କ ପରି ସ୍ପିନ ବୋଲର ଙ୍କ ପାଇଁ ୱିକେଟ ରକ୍ଷ୍ୟଣ କରିପାରିଲେ । ୧୯୬୬/୬୭ ୱେଷ୍ଟ ଇଣ୍ଡିଜ ସିରିଜ ରେ ସେ ୭୯ ରନ ର ପରି ଖେଳିଥିଲେ ମଧ୍ୟ ତାହା ପରେ ପୁଣି ଦଳ ରୁ ବାହାରି ଯାଇଥିଲେ । ପୁନର୍ବାର ସେ ୧୯୬୭ ରେ ଇଂଲଣ୍ଡ ଗସ୍ତ ରେ ଯିବା ଦଳ ରେ ସ୍ଥାନ ପାଇଲେ । ସେଠାରେ ସେ ସରଦେଶାଇ ଙ୍କ ଅନୁପସ୍ଥି ରେ ଖେଳିଥିଲେ ଓ ତାହା ତାଙ୍କର ସେଶ ଟେଷ୍ଟ ଥିଲା । 

ସେ ସ୍କଟଲାଣ୍ଡ ରେ ମଧ୍ୟ ଲିଗ  ମେଚ ଖେଳୁଥିଲେ 1970 ଦଶକ ଯାଏ ।ସେ 1980 ପରେ ସ୍କଟଲ୍ଯାଡ ରେ ସ୍ଥାୟୀ ଭାବରେ ରହିଗଲେ ।  

୬୬ ବର୍ଷ ବୟସ ରେ କେନସର ରେ ତାଙ୍କର  ପରଲୋକ ହେଇଥିଲା ।  

ବିଶେଷ କଥା ସବୁ 

  • He changed his surname from Kunderam to Kunderan in 1964. Budhisagar literally means ocean of wisdom.
  • Three Indian cricketers of the Ranji Trophy era played Test cricket before they appeared in a Ranji match - Kunderan, Vivek Razdan and Parthiv Patel.
  • Kunderan is one of the eight players to score a double century on their first appearance in Ranji Trophy. The others are
George Abell, 210, Northern India v Army, 1934-35 [୧]
Gundappa Viswanath, 230, Mysore v Andhra, 1966-67 [୨]
Amol Mazumdar, 260, Bombay v Haryana, 1993-94 [୩]
Anshuman Pandey, 209*, Madhya Pradesh v Uttar Pradesh, 1995-96 [୪]
Manprit Juneja, 201* Gujarat v Tamil Nadu, 2010/11 [୫]
Jiwanjot Singh, 213 Punjab v Hyderabad, 2012/13 [୬]
Vijay Zol, 200* Maharashtra v Tripura, 2013/14 [୭]
  • ବୁଧି କୁନ୍ଦେରନ ଙ୍କ ଦ୍ଵାରା ୧୯୬୩/୫୪ ରେ ଇଂଲଣ୍ଡ ବିପକ୍ଷ୍ୟ ରେ କରାଯାଇଥିବା ୫୨୫ ରନ ର ରେକର୍ଡ  ପରେ ଅଫିକା ର ଲିଣ୍ଡସ୍ଲେ ଓ ଜିମାୱେ ର ଆଣ୍ଡି ଫ୍ଲାୱାର ମାତ୍ର ଦୁଇଜଣ ୱିକେଟ କିପର ବେତସ ମେନ ଯିଏ ଗୋଟିଏ ସିରିଜ ରେ ୫୦୦ ରୁ ଅଧିକ ରନ କରିଥିଲେ । 

References

  • Sujit Mukherjee, Matched Winners, Orient Longman (1996), p 61-75
  • Christopher Martin-Jenkins, The Complete Who's Who of Test Cricketers

ବାହ୍ୟ ସଂଯୋଗ ସବୁ