ବୁଧି କୁନ୍ଦେରନ

ଉଇକିପିଡ଼ିଆ‌ରୁ

ବୁଧିସାଗର କୃଷ୍ଣପ୍ପା କୁନ୍ଦେରନ ( ଟୁଲୁ ଭାଷା ରେ ಬುಧಿಸಾಗರ ಕೃಷ್ಣಪ್ಪ ಕುಂದೆರನ್ ) ୨ ଅକ୍ଟୋବର , 1939ରେ ମୁଲକି ନାମକ ସ୍ଥାନ , ଯାହା କର୍ଣାତକର ମାଙ୍ଗାଲୋର ନିକଟରେ ଅବସ୍ଥିତ , ସେଇଠି ଜନ୍ମ ଗ୍ରହଣ କରିଥିଲେ । ସେ ଭାରତର ଜଣେ ପ୍ରାକ୍ତନ ୱିକେଟ କିପର ତଥା ବେଟସ ମେନ । ଦ୍ରୁତ ଗତିରେ ରଣ ସଂଗ୍ରହ କରି ପଡ଼ୁଥିବା ବୁଧି ଭାରତୀୟ ଦଳରେ ଫରୁଖ ଇଞ୍ଜିନିଅରଙ୍କ ଉପସ୍ଥିତି ପାଇଁ ବେଶୀ ସଂଖ୍ୟାରେ ମେଚ ଖେଳି ପାରି ନ ଥିଲେ । 

ସେ ୧୯୫୮/୫୯ରେ ପ୍ରଥମ ଶ୍ରେଣୀ କ୍ରିକେଟ ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ ଦଳ ସହ କ୍ରିକେଟ କ୍ଲବ ଓଫ ଇଣ୍ଡିଆ ତରଫରୁ ଖେଳିଥିଲେ । ପରବର୍ଷ ସେ ମାତ୍ର ଦୁଇଟି ପ୍ରଥମ ଶ୍ରେଣୀ ମେଚ ଖେଳିବା ପରେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ସେ ସେଠାରେ ତୃତୀୟ ଟେଷ୍ଟ ଖେଳିବାର ସୁଯୋଗ ପାଇ ହିତ ୱିକେଟ ହେଇ ଔତ ହେଇଯାଇଥିଲେ ହେଁ 4 ର୍ଥ ଟେଷ୍ଟରେ ୭୧  ଓ ୩୩ ରଣ କରିଥିଲେ । 


କୁନ୍ଦେରନ ସେହି ବିରଳ ଖେଳାଳିଙ୍କ ଭିତରେ ଜଣେ  ଯିଏ କି ଘରେଇ ରଣଜୀ ଟ୍ରଫିରେ ଖେଳିବା  ଆଗରୁ ହିଁ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ । 1960 ମସିହାରେ ପ୍ରଥମ ରଣଜୀ ମେଚ ଖେଳିଥିଲେ । ସେ ପ୍ରଥମ ପଦାର୍ପଣ ମେଚରେ ୨୦୫ ରନ କରିଥିଲେ । ଏହି ସମୟରେ ଭାରତୀୟ ଟେଷ୍ଟ ଦଳରେ ଫାରୋଖ ଇଞ୍ଜିନିଅରଙ୍କ ଆବିର୍ଭାବ ଘଟିବାରୁ ବୁଧି ଟିମରେ ଥିଲେ ମଧ୍ୟ କେବଳ ବେଟସ ମେନ ହିସାବରେ ଖେଳିଲେ ।

ଇଂଲଣ୍ଡର ୧୯୬୩/୬୪ ଭରତ ଗସ୍ତରେ ଇଞ୍ଜିନିଅର ଆହତ ହେବା କାରଣରୁ ବୁଧି ସ୍ଥାନ ପାଇ ପ୍ରଥମ ଟେଷ୍ଟରେ ଓପନିଂ ବେତସ ମେନ ଭାବରେ ସେ ୧୯୨ରନ କରିବା ସହ ସମଗ୍ର ସିରିଜରେ 525 ରଣ କରିଥିଲେ ।  

ତାହା ପରେ ଉଭୟ କୁନ୍ଦେରନ ଓ ଇଞ୍ଜିନିଅର ଭାରତୀୟ ଦଳରୁ ବାହାରି ଗଲେ । ଇନ୍ଦ୍ରଜିତ ସିଂହ ନୂଆ ଭାବେ ୱିକେଟ କିପର ହେଲେ । ପରେ ଇଞ୍ଜିନିଅର ନିଊ ଜିଲାଣ୍ଡ ସିରିଜ ପାଇଁ ୱିକେଟ କିପର ତଥା ବୁଧି ଅପନର ହିସାବରେ ଆହତ ଦିଲୀପ ସରଦେଶାଇଙ୍କ ବଦଳ ଖେଳାଳି ଭାବେ ଖେଳିଥିଲେ । 

୧୯୬୫ରେ କୁନ୍ଦେରନ ତାଙ୍କ ଭାରତୀୟ ରେଳ ଚାକିରି ଛାଡି ମହିଶୂର ଗଲେ ଓ ମହିଶୂର ତରଫରୁ ରଣଜୀ ମେଚ ଖେଳିଲେ । ଏଠାରେ ସେ ଚନ୍ଦ୍ରଶେଖର , ପ୍ରସନ୍ନା , ଭେଙ୍କଟରଘବନଙ୍କ ପରି ସ୍ପିନ ବୋଲରଙ୍କ ପାଇଁ ୱିକେଟ ରକ୍ଷ୍ୟଣ କରିପାରିଲେ । ୧୯୬୬/୬୭ ୱେଷ୍ଟ ଇଣ୍ଡିଜ ସିରିଜରେ ସେ ୭୯ ରନର ପରି ଖେଳିଥିଲେ ମଧ୍ୟ ତାହା ପରେ ପୁଣି ଦଳରୁ ବାହାରି ଯାଇଥିଲେ । ପୁନର୍ବାର ସେ ୧୯୬୭ରେ ଇଂଲଣ୍ଡ ଗସ୍ତରେ ଯିବା ଦଳରେ ସ୍ଥାନ ପାଇଲେ । ସେଠାରେ ସେ ସରଦେଶାଇଙ୍କ ଅନୁପସ୍ଥିରେ ଖେଳିଥିଲେ ଓ ତାହା ତାଙ୍କର ସେଶ ଟେଷ୍ଟ ଥିଲା । 

ସେ ସ୍କଟଲାଣ୍ଡରେ ମଧ୍ୟ ଲିଗ  ମେଚ ଖେଳୁଥିଲେ 1970 ଦଶକ ଯାଏ ।ସେ 1980 ପରେ ସ୍କଟଲ୍ଯାଡରେ ସ୍ଥାୟୀ ଭାବରେ ରହିଗଲେ ।  

୬୬ ବର୍ଷ ବୟସରେ କେନସରରେ ତାଙ୍କର  ପରଲୋକ ହେଇଥିଲା ।  

ବିଶେଷ କଥା ସବୁ [ସମ୍ପାଦନା]

  • He changed his surname from Kunderam to Kunderan in 1964. Budhisagar literally means ocean of wisdom.
  • Three Indian cricketers of the Ranji Trophy era played Test cricket before they appeared in a Ranji match - Kunderan, Vivek Razdan and Parthiv Patel.
  • Kunderan is one of the eight players to score a double century on their first appearance in Ranji Trophy. The others are
George Abell, 210, Northern India v Army, 1934-35 [୧][permanent dead link]
Gundappa Viswanath, 230, Mysore v Andhra, 1966-67 [୨][permanent dead link]
Amol Mazumdar, 260, Bombay v Haryana, 1993-94 [୩][permanent dead link]
Anshuman Pandey, 209*, Madhya Pradesh v Uttar Pradesh, 1995-96 [୪][permanent dead link]
Manprit Juneja, 201* Gujarat v Tamil Nadu, 2010/11 [୫]
Jiwanjot Singh, 213 Punjab v Hyderabad, 2012/13 [୬]
Vijay Zol, 200* Maharashtra v Tripura, 2013/14 [୭]
  • ବୁଧି କୁନ୍ଦେରନଙ୍କଦ୍ୱାରା ୧୯୬୩/୫୪ରେ ଇଂଲଣ୍ଡ ବିପକ୍ଷ୍ୟରେ କରାଯାଇଥିବା ୫୨୫ ରନର ରେକର୍ଡ  ପରେ ଅଫିକାର ଲିଣ୍ଡସ୍ଲେ ଓ ଜିମାୱେର ଆଣ୍ଡି ଫ୍ଲାୱାର ମାତ୍ର ଦୁଇଜଣ ୱିକେଟ କିପର ବେତସ ମେନ ଯିଏ ଗୋଟିଏ ସିରିଜରେ ୫୦୦ରୁ ଅଧିକ ରନ କରିଥିଲେ । 

References[ସମ୍ପାଦନା]

  • Sujit Mukherjee, Matched Winners, Orient Longman (1996), p 61-75
  • Christopher Martin-Jenkins, The Complete Who's Who of Test Cricketers

ବାହାର ଲିଙ୍କ [ସମ୍ପାଦନା]