କୀର୍ତନିଆ ବନ୍ଦର , ଓଡିଶା
କୀର୍ତନିଆ ବନ୍ଦର , ଓଡିଶା ର ବାଲେଶ୍ଵର ଜିଲ୍ଲା ରେ ବହିଯାଉଥିବା ।ସୁବର୍ଣରେଖା ନଦୀ ର ମୁହାଣ ଠାରେ ଗଭୀର ଜଳ ଥିବା ସମୁଦ୍ରକୂଳ ରେ ଅବସ୍ଥିତ .
ପ୍ରଚ୍ଛଦପଟ
ଦୀର୍ଘ ୪୦ ବର୍ଷ ଧରି ଓଡିଶା ରେ କେବଳ ପାରାଦୀପ ବନ୍ଦର ବୃହତ ବନ୍ଦର ହିସାବରେ ଥିବା ସହ ଗୋପାଳପୁର ଠାରେ ଏକ କ୍ଷୁଦ୍ର ପୋତାଶ୍ରୟ ଥିଲା । କିନ୍ତୁ ବିଗତ କିଛି ବର୍ଷ ମଧ୍ୟ ରେ ଏହି ଚିତ୍ର ବଦଳିବାକୁ ଆରମ୍ଭ କଲା । .[୧]
ଓଡିଶା ର ସମୁଦ୍ର ତଟ ଦୀର୍ଘ ୪୮୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ତଟ ମଧ୍ୟରୁ ୧୩ ଜାଗା କୁ ବନ୍ଦର ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ କରା ଯାଇଛି । ବେସରକାରୀ ସହାୟତା ରେ ଏହି ସ୍ଥାନ ମାନଙ୍କରେ ବନ୍ଦର ନିର୍ମାଣ ପାଇଁ ଓଡିଶା ସରକାର ଙ୍କ ତରଫ ରୁ ୨୦୦୪ ମସିହା ରୁ ନୂତନ ବନ୍ଦର ନୀତି ଗ୍ରହଣ କରାଯାଇ ଏଠି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।
ଏହି ନୀତି ଅନୁସାରେ ଧାମରା ଠାରେ ଏକ ବୃହତ ବନ୍ଦର ସହ ସୁବର୍ଣ ରେଖା ମୁହାଣ ରେ କୀର୍ତନିଆ ବନ୍ଦର ର କାର୍ଯ୍ୟ ଆରମ୍ଭ ହେଇଛି । ଏହା ସହିତ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବନ୍ଦର ଓ ଭଦ୍ରକ ନିକଟସ୍ଥ ଚୂଡାମଣି ବନ୍ଦର କାର୍ଯ୍ୟକ୍ଷମ ହେଲେ ଓଡିଶା ଦେଶ ରେ ସମୁଦ୍ର ପଥ ରେ ଆମଦାନୀ , ରପ୍ତାନି କରୁଥିବା ଏକ ଅଗ୍ରଣୀ ରାଜ୍ୟ ରେ ପରିଣତ ହେବ । ସମଦ୍ରା ତଟ ନ ଥିବା ନିକଟବର୍ତୀ ରାଜ୍ୟ, ଯଥା ଛତିଶଗଦ , ମଧ୍ୟ ପ୍ରଦେଶ , ଝାରଖଣ୍ଡ , ବିହାର ଆଦି ମଧ୍ୟ ଏହି ସବୁ ବନ୍ଦର ଦେଇ ଆମଦାନୀ ଓ ରପ୍ତାନି କରି ପାରିବେ ।
ଭୌଗୋଳିକ ଅବସ୍ଥିତି
କୀର୍ତନିଆ ବନ୍ଦର ର ଅବସ୍ଥିତି ହେଲା 21°33′40″N 87°19′45″E / 21.561210°N 87.329280°E
ବନ୍ଦର ଉନ୍ନୟନ
କୀର୍ତନିଆ ବନ୍ଦର ର ଉନ୍ନତିକରଣ ପାଇଁ ଓଡିଶା ସରକାର ଚେନ୍ଣେଇ ସ୍ଥିତ କ୍ରିଏଟିଭ୍ ବନ୍ଦର ଉନ୍ନୟନ କମ୍ପାନୀ ସହ ୫୦ ବର୍ଷ ପାଇଁ ରାଜିନାମା କରିଛନ୍ତି । ଏହି ରାଜିନାମା ଭିତରେ ବନ୍ଦର ର ନିର୍ମାଣ ସହ ପରିଚାଳନା , ବନ୍ଦର କୁ ରେଳ ପଥ ସଂଯୋଗ , ଜାତୀୟ ରାଜପଥ NH -୫ ରୁ ସଡକପଥ ସଂଯୋଗ ଅନ୍ତର୍ଭୁକ୍ତ । ବନ୍ଦର କାର୍ଯ୍ୟକାରୀ ହେଲେ ଏହା ଦେଇ ବାର୍ଷିକ ୧ କୋଟି ଟନ ର ପରିବହନ ପ୍ରଥମ ପର୍ଯ୍ୟାୟ ରୁ ହେଇ ପାରିବ ।
ତେବେ କିଛି ଆଇନଗତ ବିବାଦ ଗ୍ରସ୍ତ ହେଇପଡିଥିବାରୁ ଏହି ପ୍ରକଳ୍ପ ର କାମ ଧିମେଇ ଯାଇଛି ।