ସୁବର୍ଣ୍ଣରେଖା ନଦୀ
ସୁବର୍ଣରେଖା ନଦୀ ପୂର୍ବ ଭାରତୀୟ ରାଜ୍ୟ ଝାରଖଣ୍ଡ , ଓଡିଶା ଓ ପଶ୍ଚିମ ବଙ୍ଗ ଦେଇ ପ୍ରବାହିତ ଏକ ଖରସ୍ରୋତା ନଦୀ ।
ଗତିପଥ
ଝାରଖଣ୍ଡ ରାଜ୍ୟ ର ରାଜଧାନୀ ରାଞ୍ଚି ନିକଟସ୍ଥ ପିସକା/ନାଗରୀ ଅଞ୍ଚଳ ରୁ ବାହାରି ଥିବା ଏହି ନଦୀ ରାଞ୍ଚି , ସରେଇକେଲା , ଖରସୁଆ , ସିଂହ ଭୂମି ଜିଲ୍ଲା ଦେଇ ପଶ୍ଚି ବଙ୍ଗ ର ମେଦିନୀପୁର କୁ ପ୍ରବେଶ କରେ । ପଶ୍ଚିମ ବଙ୍ଗ ରେ ୮୩ କିଲୋମିଟର ପ୍ରବାହିତ ହେଲା ପରେ ଏହା ଓଡିଶା ର ବାଲେଶ୍ଵର ଜିଲ୍ଲା ରେ ପ୍ରବେଶ କରି ୭୯ କିଲୋମିଟର ଯାତ୍ରା କରି ବଂଗୋପ ସାଗର ରେ ବିଲୀନ ହୁଏ । ନଦୀ ର ସମୁଦାୟ ଦୈର୍ଘ୍ୟ ୩୯୫ କିଲୋମିଟର । (୨୪୫ ମାଇଲ )
ବହୁ ରାଜ୍ୟ ଦେଇ ଯାଇଥିବା ଅନେକ ନଦୀ ଅପେକ୍ଷ୍ୟା ସୁବର୍ଣରେଖା ର ଜଳ ଆହରଣ ବେସିନ ଅଞ୍ଚଳ କମ ଥିବା ବେଳେ ଏହା ପ୍ରାୟ ୧୮,୯୫୧ ବର୍ଗକିଲୋମିଟର ପରିମିତ ଅଞ୍ଚଳ ର ବର୍ଷା ଜଳ ଧାରଣ କରେ ।
ଶାଖାନଦୀ
ଏହାର ମୁଖ୍ୟ ଉପନଦୀ ଗୁଡିକ ହେଲା ଖାରଖାଇ , ରୋରୋ ,କାଞ୍ଚି ,କାରୁ , ଚିଙ୍ଗୁରୁ ଗୁରମା , ସିଙ୍ଗଦୁବା , କୋଡିଆ ଖାଇଜୋରି ଆଦି । ସୁବର୍ଣରେଖା ଓ ଖାରଖାଇ ଜାମସେଦପୁର ନିକଟସ୍ଥ ସୋନାରୀ ଠାରେ ମିଲନ ହୁଅନ୍ତି ।