ଭାଇ ଜିଉନ୍ତିଆ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଭାଇ ଜିଉନ୍ତିଆ | |
---|---|
ଅନ୍ୟ ନାମ | ଭାଇ ଜିଉନ୍ତିଆ |
ପର୍ବ ପାଳନ | ଉପବାସ, ପୂଜା |
ତାରିଖ | ଆଶ୍ଵିନ ଶୁକ୍ଳ ମହାଷ୍ଟମୀ |
ଭାଇ ଜିଉନ୍ତିଆ ଓଡ଼ିଶାରେ ପାଳିତ ଏକ ଓଷା। ଏହି ଓଷାରେ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହି ଓଷା ଭାଇ-ଭଉଣୀର ନିବିଡ ଆତ୍ମୀୟତା ଶୁକ୍ଳପକ୍ଷ ଅଷ୍ଟମୀ ହୋଇଥିବାରସାଣିତ କରେ ।
ପୌରାଣିକ
ମାଳତୀ ଓ ମଦନସୁନ୍ଦର
ଭାଇ ଜିଉଁନ୍ତିଆ ପର୍ବ ପାଳନ ପ୍ରଚ୍ଛଦରେ ଏକ ଅମୂଲ୍ୟ କାହାଣୀ ନିହିତ ଅଛି । ରାଜକୁମାରୀ ଅରୁଣା ଥିଲା ଚମ୍ପାବତୀ ନଗରୀର ରାଜା ବିକ୍ରମ ସେନଙ୍କ କନ୍ୟା । ସୁନ୍ଦରୀ ଓ ଅଲିଅଳି । ବିବାହ ବୟସ ଉପନୀତ ହୁଅନ୍ତେ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କୁ ପତି ରୂପେ ପ୍ରାପ୍ତ ହେବା ପାଇଁ ଅଳି କଲା ପିତୃଦେବଙ୍କ ନିକଟରେ । ଏମିତି ଏକ ଅସମ୍ଭବ ଯୋଗାଯୋଗକୁ ରାଜା ବିରୋଧ ପୂର୍ବକ କ୍ରୋଧ ପ୍ରକାଶ କଲେ । ମନ୍ତ୍ରୀଙ୍କ ପୁତ୍ରକୁ ହତ୍ୟା କରିବା ପାଇଁ ଅବିଚାର ଢଙ୍ଗରେ ଆଦେଶ ଦେଲେ ଘାତକକୁ କ୍ରୁର କାର୍ଯ୍ୟ ସମ୍ପାଦନ ସକାଶେ । ଅସଫଳ ହୋଇ ଫେରି ଆସିଲା ଘାତକ । ଗୋଟିଏ ପଟେ ଅଲିଅଳି କନ୍ୟାର ଆକର୍ଷଣ, ଅନ୍ୟ ପଟେ ମନ୍ତ୍ରୀଙ୍କ ପୁତ୍ର ସହ ବିବାହ ପ୍ରତି କୁଠାର ଘାତ କିଂକର୍ତ୍ତବ୍ୟବିମୂଢ ରାଜା ବିକ୍ରମ ସେନ୍ । ମନ୍ତ୍ରୀ କୁମର ମଦନ ସୁନ୍ଦର ବଞ୍ଚିବାର କାହାଣୀର ପୃଷ୍ଠଭୂମି ଥିଲା ଏହିପରି । ସେଦିନ ଥିଲା ଆଶ୍ୱିନ ମାସର ଶୁକ୍ଳ ମହାଷ୍ଟମୀ ତିଥି । ଶୁଭମୟ ମାଙ୍ଗଳିକ ଲଗ୍ନ । ମଦନ ସୁନ୍ଦରଙ୍କ ଭଉଣୀ ମାଳତୀ । ମାଳତୀର ମା' କହିଥିଲେ ନିଷ୍ଠା- ସାଧନା ସହ ପାଳନ କରିବାକୁ ଭାଇ ଜିଉଁନ୍ତିଆ ଓଷା ଭାଇର ଚିର ମଙ୍ଗଳ ପାଇଁ ।
କହିଲେ ଜନନୀ, ଆଜି ଲୋ ମହାଅଷ୍ଟମୀ ବ୍ରତ ଉପବାସେ ଦୁର୍ଗା ପୂଜିଲେ ହୁଏ ଭାଇର ହିତ । ଭଉଣୀର ଭାଇ ଭରସା- କଥା ସଂସାରେ ଅଛି ଭାଇ ସୁଖେ ତୋହର ଊଣା ନୋହିବ କିଛି ।
ଶୁଭାନୁଧ୍ୟାୟୀ ମାଆର ଆଶୀର୍ବଚନକୁ ଏକତରଫା ଭାବେ ଗ୍ରହଣ କରି ନେଲା ମାଳତୀ । ପବିତ୍ର ଦୁର୍ଗାଷ୍ଟମୀରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହିତ ପାଳନ କଲା । ସମସ୍ତ ବିଷଦ-ଦୁଃଖ-ଦୁର୍ଦ୍ଦଶାରୁ ମୁକୁଳି ଭାଇ ସୁଖରେ ରହୁ- ମା' ଦୁର୍ଗାଙ୍କୁ ନିବେଦନ କଲା ।ମାଳତୀର ଆକୁଳ ଭକ୍ତିପୂତ ପ୍ରାର୍ଥନା ମା' ଦୁର୍ଗାଙ୍କ କର୍ଣ୍ଣପାତ ହେଲା । ଏକ ଅବଶ୍ୟମ୍ଭାବୀ ବିପଦରୁ ମାଳତୀର ଭାଇ ମଦନ ସୁନ୍ଦରକୁ ପ୍ରଚ୍ଛନ୍ନ ଭାବରେ ଘଣ୍ଟଘୋଡେଇ ରଖିଲେ । ମନ୍ତ୍ରୀ କୁମର ମଦନ ସୁନ୍ଦର ମୃତ୍ୟୁମୁଖରୁ ବଞ୍ଚିଗଲେ । ମାଳତୀର "ଭାଇ ଜିଉଁନ୍ତିଆ' ଓଷା ପାଇଁ ଭ୍ରାତୃପ୍ରେମ ଅତୁଟ ରହିଲା ଅସଫଳ ହୋଇ ଘାତକ ଫେରି ଆସିବାର ସମ୍ବାଦରେ ବିକ୍ରମ ସେନଙ୍କ କନ୍ୟା ଅରୁଣା ଆତ୍ମତୃପ୍ତିରେ ପୁଲକି ଉଠିଲା । ରାଜା ଅନ୍ୟନ୍ୟୋପାୟ ହୋଇ ନିଜର ଅଲିଅଳ କନ୍ୟାକୁ ମନ୍ତ୍ରୀଙ୍କ କୁମର ମଦନ ସୁନ୍ଦରଙ୍କ ହାତରେ ସମର୍ପି ଦେଲେ ।
ଅନ୍ୟ ଏକ କାହାଣୀର ପୃଷ୍ଠଭୂମି ଗୌରଚନ୍ଦ୍ର ନିଜ କାହାଣୀରେଲେଖିଛନ୍ତି, କୋଶଳ ରାଜଜେମାଙ୍କ ପୁତ୍ର ଶ୍ରୀ ରାମଚନ୍ଦ୍ର । ସେ ଥିଲେ କୋଶଳ ରାଜକୁମାରୀମାନଙ୍କର ମାମୁଁ ପୁଅ ଭାଇ । ତେଣୁ ସେମାନେ ନିଜ ଭାଇର ସର୍ବକୁଶଳ କାମନା କରି ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ "ଭାଇ ଜିଉଁନ୍ତିଆ' ଓଷା ପାଳନ କରୁଥିଲେ । ବୋଧହୁଏ, କୋଶଳ ରାଜ୍ୟ ବା ପଶ୍ଚିମ ଓଡ଼ିଶାରେ ଭ୍ରାତୃସ୍ନେହର ପ୍ରତୀକ "ଭାଇ ଜିଉଁନ୍ତିଆ' ଓଷା ବିଧିବିଧାନ ସହ ମହାଡମ୍ବରରେ ପାଳନ କରାଯାଉଥିବାର ନଜିର ରହିଛି ।
ଆଶ୍ୱିନ ମାସରେ ମା' ଦୁର୍ଗାଙ୍କର ଆରାଧନା ସାଧାରଣତଃ ପୂଜାପୀଠରେ ନଅଦିନ ବ୍ୟାପୀ ପାଳନ କରାଯାଏ । ଏହାକୁ ନବରାତ୍ରି ବୋଲି କୁହାଯାଏ । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଥିଲେ ହେଁ ସଧବା, ବିଧବା, ବୃଦ୍ଧା ରମଣୀମାନେ ମନଯୋଗ ସହକାରେ ପାଳନ କରନ୍ତି । ସଧବାମାନେ ମଣ୍ଡଳ ପୂଜା କରୁଥିଲାବେଳେ ବିଧବାମାନେ ଉପବାସ ରହିଥାନ୍ତି । ଶ୍ୱଶୁରାଳୟରୁ ବିବାହିତ ଭଉଣୀକୁ ଭାଇ ନିଜେ ଯାଇ ଡାକି ଆଣିଥାଏ । ଏ ବିଧି ହେଉଛି ପବିତ୍ର ପ୍ରେମ- ବନ୍ଧନର ମୂକସାକ୍ଷୀ । ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ଭଉଣୀମାନେ ପ୍ରାତଃ ସ୍ନାନ କରି ନଈ ତୁଠ ଏବଂ ପୋଖରୀ ହୁଡାରେ ଗୋଲାକାର ବାଲୁକା ବେଦି ସ୍ଥାପନା କରନ୍ତି । ଦିବସ ବ୍ୟାପୀ ଉପବାସ ରହନ୍ତି । ସନ୍ଧ୍ୟା ବେଳେ ଦୁର୍ଗା ମା'ଙ୍କ ନିକଟରେ କଳସ ବସାଇ ଦୀପଜାଳି ୧୦୮ ଦୁର୍ବାକ୍ଷତ ସହ ବ୍ରତ ବାନ୍ଧି ଚଢାଇ ଥାନ୍ତି । ମା'ଙ୍କ ପାଖରେ ଜାଗର ଜାଳି ୧୦୮ ଦୁବ ଜିଉଁନ୍ତିଆ ସହିତ କଖାରୁ ଫୁଲ, ମନ୍ଦାର ଫୁଲ, ଅଁଳା ଡାଳ, ବେଲପତ୍ର, ନଡିଆ, କଦଳୀ, ଆତ ଫଳ ପ୍ରଭୃତି ସମର୍ପି ଦିଅନ୍ତି । ଜୁଗାର (ଲିଆଉଖୁଡା) ପ୍ରସ୍ତୁତ କରି ନାନା ପ୍ରକାର ପିଠା ସହିତ ନଡିଆ, କଦଳୀ ଭୋଗ ଆଦି ଲାଗି କରନ୍ତି । "ଭାଇ ଜିଉଁନ୍ତିଆ' ବ୍ରତକଥା ବହିକୁ ମନଧ୍ୟାନରେ ପାଠ କରନ୍ତି ଏବଂ ବ୍ରାହ୍ମଣମାନଙ୍କ ପଠନକୁ ବି ଆଗ୍ରହରେ ଶୁଣନ୍ତି । ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା' ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ଶତ ସ୍ୱର୍ଣ୍ଣ କମଳ ଯୁକ୍ତ ହୋଇଥାଏ । ଭକ୍ତିଚିତ୍ତ ମନରେ ମା' ଦୁର୍ଗାଙ୍କୁ ଆରାଧନା କରାଯାଏ । ଭକ୍ତି ମିଶ୍ରିତ ପୂଜା ମାହୋଲ ଭିତରେ ରାତ୍ରି ପାହେ । ପ୍ରାତଃ ନିତ୍ୟକର୍ମ ସମାପ୍ତ କରନ୍ତି ଭଉଣୀମାନେ । ତତ୍ପରେ ଭାଇମାନଙ୍କୁ ଆସନରେ ଉପବିଷ୍ଟ କରାଇ ଦୀପ ଜାଳି, ପ୍ରସାଦ ବାଢି ଦିଅନ୍ତି ସ୍ନେହ-ଶ୍ରଦ୍ଧାରେ । ମା' ଦୁର୍ଗାଙ୍କ ନିକଟରେ ଲାଗି ହୋଇଥିବା ଦୁର୍ବାକ୍ଷତ ଆଣି ନିଜ ଭାଇକୁ ସାତଥର ଝାଡି ଦିଅନ୍ତି । ନିବିଡ ଆତ୍ମୀୟତାରେ ଭାଇର ସର୍ବକୁଶଳ କାମନା କରନ୍ତି । ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମିଷ୍ଟାନ୍ନ ଖୁଆନ୍ତି । ଏହାଦ୍ୱାରା ଭକ୍ତି ତଥା ଭାବମୟ ପରିବେଶ ସୃଷ୍ଟି ହୋଇଥାଏ । ଭାଇ ଜିଉଁନ୍ତିଆ ଓଷାର ମାଙ୍ଗଳିକ ଲଗ୍ନର ଚାକ୍ଷୁଷ ଉପଲବ୍ଧି ଭାଇ ପ୍ରତି ଭଉଣୀର ଅନାବିଳ ସ୍ନେହ-ପ୍ରେମ-ଆଦରର ବାର୍ତ୍ତା ବହନ କରେ । ଆଶ୍ୱିନ ମାସର ଶୁକ୍ଳାଷ୍ଟମୀ ପଶ୍ଚିମ ଓଡ଼ିଆବାସୀଙ୍କର ପାର୍ବଣର ଋତୁ ପାଲଟିଯାଏ ।