ବିଶାର ଆଲ-ଖାସାଓନେହ

ଉଇକିପିଡ଼ିଆ‌ରୁ
ବିଶାର ଆଲ-ଖାସାଓନେହ‌
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବିଶାର ହନି ଆଲ-ଖାସାଓନେହ‌

(1969-01-27) ୨୭ ଜାନୁଆରୀ ୧୯୬୯ (ବୟସ ୫୫)
ଜାତୀୟତା Jordan
ଜୀବନ ସାଥୀରାଣା ସୁଲତାନ୍
ସନ୍ତାନହନି, ଜୈନ୍ ଏବଂ ନୁର୍
ପୁରସ୍କାରଅର୍ଡ଼ର୍ ଅଫ୍ ଦ ଷ୍ଟାର୍‌ସ୍ ଅଫ୍ ଜୋର୍ଡ଼ାନ୍, ଅର୍ଡ଼ର୍ ଅଫ୍ ଇନ୍‌ଡିପେଣ୍ଡେ୍ନସ୍

ବିଶାର ଆଲ-ଖାସାଓନେହ ଜଣେ ଜୋର୍ଡ଼ାନୀୟ କୂଟନୀତିଜ୍ଞ ଏବଂ ରାଜନୀତିଜ୍ଞ ଯିଏକି ରାଜା ଆବଦୁଲ୍ଲାହଙ୍କ ପରାମର୍ଶଦାତା ଭାବରେ ରୟେଲ ହାଶେମାଇଟ କୋର୍ଟରେ ଯୋଗାଯୋଗ ଓ ସମନ୍ବୟକାରୀ ଭାବରେ ଦାୟିତ୍ବ ପାଲନ କରୁଛନ୍ତି ।[୧][୨] ସେ ୨୦୧୭ରୁ ୨୦୧୮ ମସିହାଯାଏଁ ଆଇନ ବିଭାଗର ମନ୍ତ୍ରୀ ଥିଲେ[୩] ଏବଂ ୨୦୧୬ ମସିହାରୁ ୨୦୧୭ ମସିହାଯାଏଁ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।[୪] ଆଲ-ଖାସୋନେହ ମିଶର, ଫ୍ରାନ୍ସ,[୫] କେନିୟା, ଇଥିଓପିୟା, ଆଫ୍ରିକାନ ଇଉନିୟନ, ଲୀଗ ଅଫ ଆରବ ସ୍ଟେଟସ ଏବଂ ଇଉନେସ୍କୋତ ପାଇଁ ଜୋର୍ଡ଼ାନ୍‌ର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ । ସେ ଜୋର୍ଡ଼ାନ୍‌ର ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବିଭିନ୍ନ ଆଲୋଚନାର ମୁଖ୍ୟ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ ।[୬]

ଶିକ୍ଷା[ସମ୍ପାଦନା]

  • ଜୋର୍ଡ଼ାନ୍ ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ
  • ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଲୟରୁ ସନ୍ତ୍ରାସବାଦ ବିରୋଧୀ ବିଷୟରେ ଏକ୍ସିକିଉଟିଭ ଡିପ୍ଲୋମା
  • ହାର୍ଭାର୍ଡ ବିଶ୍ବବିଦ୍ୟାଲୟର ଜନ୍ ଏଫ. କେନେଡି ସ୍କୁଲ ଅଫ ଗଭର୍ନମେନ୍ଟେର ସାର୍ବଜନିକ ନୀତିରେ ଏକ୍ସିକିଉଟିଭ ଡିପ୍ଲୋମା
  • ଲଣ୍ଡନ ବିଶ୍ବବିଦ୍ୟାଳୟର, ଏସଓଏଏସରୁ ଆନ୍ତର୍ଜାତିକ ସମ୍ବନ୍ଧ, କୂଟନୀତି ଏବଂ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ
  • ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ଅ୍ଯାଣ୍ଡ ପଲିଟିକାଲ ସାଇନ୍ସ୍‌ରୁ ଆନ୍ତର୍ଜାତିକ ଆଇନ ବିଷୟରେ ସ୍ନାତକୋତ୍ତର ଏବଂ ଆଇନ୍‌ରେ ପିଏଚ୍‌ଡି[୭]

ପଦବୀ[ସମ୍ପାଦନା]

  • ବୈଦିଶିକ ମନ୍ତ୍ରୀ
  • ଆଇନ ମନ୍ତ୍ରୀ
  • ଜୋର୍ଡାନ୍‌ର ଆଇନୀ କମିଟିର ମନ୍ତ୍ରିପରିଷଦର ସଭାପତି
  • ଜୋର୍ଡାନ୍‌ର ମନ୍ତ୍ରୀ ପରିଷଦରେ ଅର୍ଥନୈତିକ ଉନ୍ନୟନ ଓ ପରିଷେବା ଓ ସାମାଜିକ ବିଷୟ କମିଟିର ସଦସ୍ଯ
  • ଜୋର୍ଡାନ୍‌ ବିଶ୍ବବିଦ୍ୟାଲୟରେ ଆଇନ ଅନୁଷଦ ଏବଂ ଜୋର୍ଡାନ୍‌ ଇନସ୍ଟିଟିଉଟ ଅଫ୍ ଡିପ୍ଲୋମାସିରେ ଅଧ୍ୟାପକ
  • ଜୋର୍ଡାନ୍‌ର ତଥ୍ୟ କେନ୍ଦ୍ରରେ ମୁଖ୍ୟ ପରିଚାଳକ
  • ଜୋର୍ଡାନ୍‌ର ପ୍ରଧାନମନ୍ତ୍ରୀଙ୍କର ଉପଦେଷ୍ଟା
  • କୋଇରୋରେ ଜୋର୍ଡାନ୍‌ର ରାଷ୍ଟ୍ରଦୂତ

ପୁରସ୍କାର[ସମ୍ପାଦନା]

  • ଅର୍ଡ଼ର୍ ଅଫ୍ ଦ ଷ୍ଟାର୍‌ସ୍ ଅଫ୍ ଜୋର୍ଡ଼ାନ୍
  • ଅର୍ଡ଼ର୍ ଅଫ୍ ଇନ୍‌ଡିପେଣ୍ଡେ୍ନସ୍

ଆଧାର[ସମ୍ପାଦନା]

  1. petra.gov.jo.
  2. Jordan embassy us.
  3. worldscience forum.
  4. "Cabinet reshuffle sees 5 new ministers in, 7 out". Jordan Times. Retrieved 2019-06-03.
  5. petra jordan.
  6. The External Dimension of EU Justice and Home Affairs.
  7. Jordan times.

ବାହାର ଆଧାର[ସମ୍ପାଦନା]