ବିଶଲ୍ୟକରଣୀ

ଉଇକିପିଡ଼ିଆ‌ରୁ

Tridax procumbens
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Asterales
କୁଳ: Asteraceae
ଗୋଷ୍ଠୀ: Heliantheae
ପ୍ରଜାତି: Tridax
ଜାତି: T. procumbens
ବାଇନୋମିଆଲ ନାମ
Tridax procumbens

ବିଶଲ୍ୟକରଣୀ (Tridax procumbens) ସାଧାରଣତଃ Coatbuttons କିମ୍ବା Tridax Daisy ଭାବରେ ଜଣାଶୁଣା। ଏହା Daisy ପରିବାରର ଏକ ସପୁଷ୍ପକ ଉଦ୍ଭିଦ । ଏହା ଏକ ବ୍ୟାପକ ତୃଣକ ଏବଂ ମାଡୁଥିବା ଉଦ୍ଭିଦଭାବରେ ଜଣାଶୁଣା। ଟ୍ରପିକାଲ୍ ଆମେରିକା ଏହାର ମୂଳ ଦେଶ, କିନ୍ତୁ ଏହା ଟ୍ରପିକାଲ୍, ସବଟ୍ରୋପିକାଲ୍ ଏବଂ ମୃଦୁ ତାପମାତ୍ରା ଅଞ୍ଚଳ ସହିତ ମଧ୍ୟ ପରିଚିତ ହୋଇଛି | ଯୁକ୍ତରାଷ୍ଟ୍ରରେ ଏହା ଏକ ବିଷାକ୍ତ ତୃଣକ ଭାବରେ ତାଲିକାଭୁକ୍ତ ହୋଇଛି ଏବଂ ନଅଟି ରାଜ୍ୟରେ ଏହା ଅନିୟନ୍ତ୍ରିତ ଭାବେ ବଢୁଥିବା ଯୋଗୁଁ ସେଠାରେ ଚିନ୍ତାର ବିଷୟ ପାଲଟିଛି [୧][୨]

ସାଧାରଣ ନାମ ଗୁଡ଼ିକ[ସମ୍ପାଦନା]

ଇଂରାଜୀ ଭାଷାରେ coatbuttons (କୋଟବଟନ୍ସ) ଓ tridax daisy (ଟ୍ରାଇଡାଲ ଡେସି), କନ୍ନଡ ଭାଷାରେ ଜୟନ୍ତୀ(ಜಯoತಿ), ସ୍ପାନିସ ଭାଷାରେ cadillo chisaca (କାଡିଲୋ ଚିସାକା), ପ୍ରେଞ୍ଚ ଭାଷାରେ herbe caille (ହର୍ବ କାଇଲ), ସଂସ୍କୃତ ଭାଷାରେ ଜୟନ୍ତୀ ବେଦ (जयंती वेद), ମାଲୟଲମ ଭାଷାରେ ଟେଲକୁଟି (തെക്കുത്തി), ଅହମିଆ ଭାଷାରେ ବିଖଲ୍ୟକରଣୀ, ହିନ୍ଦୀ ଭାଷାରେ ଘମ୍ରା, ବଙ୍ଗଳା ଭାଷାରେ ତ୍ରିଧାରା(ত্রিধারা), ଓଡ଼ିଆ ଭାଷାରେ ବିଶଲ୍ୟକରଣୀ, ମରାଠୀ ଭାଷାରେ କମ୍ବରମୋଡ଼ି, ଜଖମଜୁଡ଼ି (कंबरमोडी, जखमजुडी )ଆଦି ନାମରେ, ତେଲୁଗୁ ଭାଷାରେ ଗାୟାପାକୁ (గాయపాకు), ଗଡ଼ଡି ଚେମନ୍ତି (గడ్డి చామంతి), ବଲପାକୁ (బలపాకు) ଆଦି ନାମରେ, ଗୁଜରାଟୀ ଭାଷାରେ ଘାବୁରୀ (ઘાબુરી), ଜାପାନୀ ଭାଷାରେ କୋତୋବୁକିଗିକୁ, ଏବଂ ଉର୍ଦ୍ଦୁ ଭାଷାରେ ଜଖମ - ଏ - ହାୟାତ ନାମରେ ପରିଚିତ।

ବର୍ଣ୍ଣନା[ସମ୍ପାଦନା]

ଏହି ଉଦ୍ଭିଦ ଈଷତ ହଳଦିଆ ରଙ୍ଗ, ଧଳା କିମ୍ବା ଗାଢ଼ ହଳଦିଆ ରଙ୍ଗ ଫୁଲ ସହିତ ତିନି ଟିକିଆ ଶୀର୍ଷ ଥାଇ ପାଖୁଡ଼ାଗୁଡ଼ିକ (three-toothed ray florets) ଧାରଣ କରିଥାଏ | ପତ୍ରଗୁଡ଼ିକ ଦାନ୍ତଯୁକ୍ତ ଏବଂ ସାଧାରଣତ ତୀର (Arrowhead) ଆକାରର | ଏହାର ଫଳ ଏକ କଠୋର ଖୋଳପା (achene) ଉପରେ ଗୁଡ଼ିଏ ଡେମ୍ଫ ଥାଇ ପର (feather) ଭଳି ଦିଶୁଥିବା ଧଳା ତନ୍ତୁ (plumelike pappus)ଦ୍ୱାରା ଘୋଡାଇ ହୋଇ ରହି ଥାଏ। ଉଦ୍ଭିଦଟି ପାଖାପାଖି 1500 ପର୍ଯ୍ୟନ୍ତ achene ଉତ୍ପାଦନ କାରିଥାଏ ଏବଂ ପ୍ରତ୍ୟେକ achene ଏହାର pappusରେ ପବନ ଧରି କିଛି ଦୂର ବହନ କରିଥାନ୍ତି। ତେଣୁ ଏହି ଉଦ୍ଭିଦ କ୍ଷେତ, ମାଳଭୂମି, ଫସଲ ଜମି, ବିଶୃଙ୍ଖଳିତ ଅଞ୍ଚଳ, ଲନ୍, ଏବଂ ଟ୍ରପିକାଲ୍ କିମ୍ବା ଅର୍ଦ୍ଧ-ଟ୍ରପିକାଲ୍ ଜଳବାୟୁ ଥିବା ଅଞ୍ଚଳରେ ରାସ୍ତା କଡ଼ରେ ମିଳିପାରିବ | ଏହା ଏକ ବିଷାକ୍ତ ଉଦ୍ଭିଦ ( Noxious Weed ) ଭାବରେ ଆମେରିକା ତାଲିକାଭୁକ୍ତ ଏବଂ Federal Noxious Weed Act ଅଧୀନରେ ଅଛି।

Tridax procumbens

ଆଧାର[ସମ୍ପାଦନା]

  1. "Tridax procumbens". Natural Resources Conservation Service PLANTS Database. USDA. Retrieved 14 January 2022.
  2. Tridax procumbens L. at the Encyclopedia of Life