ବିର୍ଲା ମନ୍ଦିର ଜୟପୁର
ବିର୍ଲା ମନ୍ଦିର ଜୟପୁର, ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁର ସହରରେ ଭାରତର ଅନନ୍ୟ ପ୍ରାନ୍ତ ପରି ଏକ ବିର୍ଲା ମନ୍ଦିର ଅବସ୍ଥିତ । ଏହି ଭବ୍ୟ ମନ୍ଦିରଟି ମୋତି ଡ଼ୁଙ୍ଗୁରୀ ପାହାଡର ପଦ ଦେଶରେ ଏକ ଉଥ୍ହିତ ସ୍ଥାନରେ ନିର୍ମିତ । ଏହାକୁ ଲକ୍ଷ୍ମୀନାରାୟଣ ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ ।
Gallery
[ସମ୍ପାଦନା]ଜୟପୁର ସହରର ମୁଖ୍ୟ ଦର୍ଶନୀୟ ସ୍ଥାନ ମଧ୍ୟରୁ ଏହା ଗୋଟିଏ । ରାତ୍ର ସମୟରେ ଆଲୋକ ମାଲାରେ ସଜ୍ଜିତ ଏହି ମନ୍ଦିର ଖୁବ ସୁନ୍ଦର ଦେଖାଯାଇଥାଏ । ଏହି ମନ୍ଦିର ୧୯୮୮ ମସିହାରେ ବିରଳ ଗ୍ରୁପଦ୍ୱାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ଏହା ନିର୍ମିତ । ଏଠାରେ ମାଁ ଲକ୍ଷ୍ମୀଙ୍କ ମଧ୍ୟ ଆରାଧନା ହେଇଥାଏ । ସ୍ଥାପତ୍ୟ ସମ୍ପୂର୍ଣ୍ଣ ମନ୍ଦିରଟି ଧଳା ମର୍ବଳରେ ତିଆରି ଏଇ ଏହାର ଝରକା ସମୂହରେ ରଙ୍ଗୀନ କାଚକାମ ହେଇଥିବାରୁ ରାତ୍ରରେ ଆଲୋକଦ୍ୱାରା ଏହାର ବହୁଳ ପ୍ରତିଫଳନ ଏହାକୁ ସୁନ୍ଦର କରିଥାଏ ।
ଅନ୍ୟ ଧର୍ମ ପ୍ରତି ସମ୍ମାନ ଏହି ମନ୍ଦିର କେବଳ ଦେବା ଦେବୀଙ୍କ ପ୍ରତିକୃତି ଣ ରହି ଏହାର ବାହାର କାନ୍ଥରେ ଖ୍ରୀଷ୍ଟ , ବୁଦ୍ଧହ , ସାକ୍ରେଟସ ଆଦି ଭିନ୍ନ ଧର୍ମର ମହାପୁରୁଷମାନଙ୍କ ପ୍ରତିକୃତି ରହିଛି । ତେଣୁ ଏହାକୁ ଆଧୁନିକ ମନ୍ଦିର କୁହାଯାଏ । ମନ୍ଦିର ଚତୁର୍ପାର୍ଶ୍ୱ ବଗିଚାଦ୍ୱାରା ଘେରି ରହିଥାଏ ।
ବାହାର ଲିଙ୍କ
[ସମ୍ପାଦନା]This article about an Indian Hindu place of worship is a stub. You can help Wikipedia by expanding it. |