ବିରଳା ମନ୍ଦିର, କୋଲକାତା

Coordinates: 22°31′50″N 88°21′54″E / 22.53056°N 88.36500°E / 22.53056; 88.36500
ଉଇକିପିଡ଼ିଆ‌ରୁ
ବିରଳା ମନ୍ଦିର, କୋଲକାତା
বিড়লা মন্দির
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKolkata
ଦେବାଦେବୀLakshminarayan[୧]
Location
ସ୍ଥାନKolkata
Stateପଶ୍ଚିମ ବଙ୍ଗ
Countryଭାରତ
ବିରଳା ମନ୍ଦିର, କୋଲକାତା is located in West Bengal
ବିରଳା ମନ୍ଦିର, କୋଲକାତା
Location in West Bengal
ଭୌଗଳିକ ଅବସ୍ଥିତି22°31′50″N 88°21′54″E / 22.53056°N 88.36500°E / 22.53056; 88.36500
Architecture
TypeMandir
Completed1970–1996[୧]

ବିରଳା ମନ୍ଦିର କୋଲକାତାର ଏକ ହିନ୍ଦୁ ମନ୍ଦିର ଯାହାକୁ ବାଲିଗଞ୍ଜର ଆଶୁତୋଷ ଚୌଧୁରୀ ଆଭେନ୍ୟୁରେ ଉଦ୍ୟୋଗପତି ବିରଳା ପରିବାର ତିଆରି କରେଇଥିଲେ ।[୧] ଏହି ମନ୍ଦିର ବିଷ୍ଣୁଙ୍କର ରାମ ଓ କୃଷ୍ଣ ଅବତାରକୁ ସମର୍ପିତ ହୋଇଛି । ସକାଳ ୫.୩୦ରୁ ୧୧ ଏ.ଏମ ଓ ସନ୍ଧ୍ୟା ୪.୩୦ରୁ ୯ ପି.ଏମ ପର୍ଯ୍ୟନ୍ତ ଖୋଲା ରହେ । କୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀରେ ଦୂର ଦୁରାନ୍ତରୁ ଭକ୍ତମାନେ ଠାକୁରଙ୍କୁ ସମ୍ମାନ ଦେବାକୁ ଆସନ୍ତି ।

ଇତିହାସ[ସମ୍ପାଦନା]

ଜୁଲାଇ ୨୨ ଦିନ ବାଲିଗଞ୍ଜର ବିରଳା ମନ୍ଦିରର ଉପରବେଳାର ଦୃଶ୍ୟ

ମନ୍ଦିର ତିଆରି ୧୯୭୦ ମସିହାରେ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଭାବେ ତିଆରି କରିବାକୁ ପ୍ରାୟ ୨୬ ବର୍ଷ ଲାଗିଥିଲା । ମନ୍ଦିର ତିଆରିର ପରିଚାଳନା ଭାର ସୋମପୁର ନେଇଥିଲେ ।[୨] ମନ୍ଦିରର ପ୍ରାଣ ପ୍ରତିଷ୍ଠା ୨୧ ଫେବୃୟାରୀ ୧୯୯୬ ଦିନ ସକାଳେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କରିଥିଲେ । ସେହି ଦିନ ଡକ୍ଟର କରଣ ସିଂହ ଏହାର ଉନ୍ମୋଚନ କରିଥିଲେ ।

ସ୍ଥାନ[ସମ୍ପାଦନା]

ବାଲିଗଞ୍ଜର ବିରଳା ମନ୍ଦିର, ଜୁଲାଇ ୨୦୨୨
ମନ୍ଦିରର ପ୍ରବେଶ ଦ୍ୱାର, ବାଲିଗଞ୍ଜର ଏସି ଆଭେନୟୁ

କୋଲକାତାର ବାଲିଗଞ୍ଜରେ ଥିବା ଆଶୁତୋଷ ଆଭେନ୍ୟୁରେ ବିରଳା ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ଲକ୍ଷ୍ମୀ ନାରାୟଣ ମନ୍ଦିର ମଧ୍ୟ କୁହାଯାଏ । ବିରଳା ମନ୍ଦିର ପାଖରେ ମେଟ୍ରୋ ଷ୍ଟେସନ ଅଛି ଓ.ଭି.ଆଇ ପି ମେଟ୍ରୋ ଷ୍ଟେସନ ତିଆରି ହେଉଛି । ଏଠାରୁ କୋଲକାତା ଏୟାର ପୋର୍ଟ ୧୬ କିମି ଦୂର ଓ ସିଆଲଡା ଷ୍ଟେସନ ୫ କିମି ଦୂର । ଏହି ସବୁ ବ୍ୟତୀତ ଏଠାରେ ସର୍ବଦା ବସ, ଟ୍ରାମ ଓ ଟାକ୍ସି ଇତ୍ୟାଦି ଉପଲବ୍ଧ ହୁଏ ।

ମନ୍ଦିର[ସମ୍ପାଦନା]

  • ମୂଖ୍ୟ ମନ୍ଦିରରେ କୃଷ୍ଣରାଧାଙ୍କର ବିଗ୍ରହ ଅଛି ।
  • ମନ୍ଦିର ବାମ ପାର୍ଶ୍ୱରେ ଥିବା ଶିଖରରେ ହିନ୍ଦୁ ଦେବୀ ଦୂର୍ଗା ବା ଶୁକ୍ତିଙ୍କ ବିଗ୍ରହ ଅଛି ।
  • ମନ୍ଦିରର ଡାହାଣ ପାଖରେ ଯୋଗମୁଦ୍ରାରେ ଥିବା ଶିବଙ୍କର ବିଗ୍ରହ ଅଛି ।
  • ୪୪ କଠା ଜମି ଉପରେ ଧଳା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ଏହି ମନ୍ଦିର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭଳି ଦୃଶ୍ୟମାନ ହୁଏ ।

ମନ୍ଦିରର ପ୍ରସ୍ତର ଗାତ୍ରରେ ରାଜସ୍ଥାନୀ ସ୍ଥାପତ୍ୟ କଳା ଅନୁସାରେ ଭଗବତ ଗୀତା ଖୋଦିତ ହୋଇଛି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]