ବିନୟଭାନୁ ଦାସ

ଉଇକିପିଡ଼ିଆ‌ରୁ

ବିନୟଭାନୁ ଦାସ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଗଦା ଗ୍ରାମରେ ୧୯୪୬ ମସିହା ମେ ୮ତାରିଖରେ ଜନ୍ମ।ସେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଥିବାବେଳେ ଭାରତୀୟ ନୌସେନାରେ ଅଫିସର ଭାବରେ ଯୋଗ ଦେଇ ଥିଲେ। ଦୀର୍ଘ ୩୩ ବର୍ଷ ଚାକିରି କାଳ ମଧ୍ୟରେ ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗରେ ସଫଳତାର ସହ କାର୍ଯ୍ୟକରି ଅନେକ ଥର ପୁରସ୍କୃତ ହୋଇଛନ୍ତି। ପ୍ରଥମ ଓଡ଼ିଆ ନୌସେନା କମୋଡର ଭାବରେ ସରକାରଙ୍କଦ୍ୱାରା ପୁରସ୍କୃତ। ନୌସେନା ବିଭାଗର ଆଇଏନଏସ ଭାଲସୁରାରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟକରି ବହୁ କୃତି ଛାତ୍ର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କଲେଜ ଅଫ ଡିଫେନ୍ସ ମ୍ୟାନେଜମେଣ୍ଟ, ସିକନ୍ଦରାବାଦରେ ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ୬ବର୍ଷ କାର୍ଯ୍ୟ କରିଛନ୍ତି। ଆଇଏନ ଏସ ବିକ୍ରାନ୍ତର ଆଧୁନିକୀକରଣକୁ ସଫଳତାର ସହିତ ପରିଚାଳିତ କରି ପ୍ରସସିଂତ ହୋଇଛନ୍ତି। ଡିଆରଡିଓର ବୈଷୟିକ ନିର୍ଦ୍ଦେଶକ ଥିବାବେଳେ ପୁର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବ୍ଦୁଲ କାଲମଙ୍କ ସହ ୪ବର୍ଷ କାମ କରିବାର ନିଆରା ଅନୁଭୁତି ହାସଲ କରିଛନ୍ତି। ସଂଗୀତ କ୍ଷେତ୍ରରେ ପାରଦର୍ଶିତା ଥିବାରୁ ସେ ପ୍ରଥମ ଭଏସ ଅଫ ଇଣ୍ଡିଆ କାର୍ଯ୍ୟକ୍ରମରେ ଅତିଥି ବିଚାରକ ଭାବରେ ଯୋଗଦେଇଥିଲେ। ଇକ୍ୱାଲିଟି ମ୍ୟାନେଜମେଣ୍ଟ ଏଜୁକେସନରେ ନିଜର ପାରଦର୍ଶିତା ଯୋଗୁ୨୦୧୧ ମସିହା ମେ ୧୨ତାରିଖରେ ତାଙ୍କୁ ବ୍ୟାଙ୍କକ୍ରେ ଗ୍ଲୋବାଲ୍ ଇଣ୍ଡିଆନ ଆଚିଭର୍ସ ଆବାର୍ଡ ଓ ଗୋଲ୍ଡମେଡାଲ ଆବାର୍ଡରେ ସମ୍ମାନିତ କରାଯାଇଛି।୨୦୦୨ ମସିହାରୁ ନୌସେନାରୁ ଅବସର ନେଲାପରେ ବି ବର୍ତ୍ତମାନ ଗ୍ରେଟର ନୋଇଡାରେ ଥିବା ଡିଆଇଟିରେ ଡାଇରେକ୍ଟର ଗେନେରାଲ ଭାବେ କାର୍ଯ୍ୟରତ ।[୧]

ଆଧାର[ସମ୍ପାଦନା]

  1. ସାମାଜ,ରବିବାର ୪ ନଭେମ୍ବର ପୃଷ୍ଠା ୩