ବିନ୍ଦୁ ଏ ବମ୍ବାଃ

ଉଇକିପିଡ଼ିଆ ରୁ
Jump to navigation Jump to search

ବିନ୍ଦୁ ଏ ବମ୍ବାଃ ଲେଖିଥିବା ଆତ୍ମକାହାଣୀ 'ମୁଁ କାହିଁକି ବିଜ୍ଞାନୀ ହେଲି'[୧]ର (Why I became a scientist) ଅନୁବାଦ ।
ପାରିପାର୍ଶ୍ୱିକ ଅବସ୍ଥା ‘ଜଣେ ମହିଳାଙ୍କର ବିଜ୍ଞାନରେ ଭାଗ ନେବା’ ଉପରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ସ୍କୁଲରେ ବିଜ୍ଞାନ ଓ ଗଣିତର ଚାପ ବୋଧ ହୁଏ ବିଜ୍ଞାନକୁ ଏକ ବୃତ୍ତି ଭାବରେ ନେବାକୁ ପ୍ରଭାବ ପକାଏ । ବିଜ୍ଞାନରେ କୃତକାର୍ଯ୍ୟ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମହିଳାଙ୍କ ଉପରେ ପ୍ରଭାବ ପକାନ୍ତି ।
ମୋର ସ୍କୁଲରେ ଅନେକ ଗୁଡିଏ ଉତ୍ତମ ଶିକ୍ଷକ ଥିଲେ ଯେଉଁମାନେ ମୋର ବିଜ୍ଞାନ ଚିନ୍ତାଧାରାକୁ ଉଜ୍ଜୀବିତ କରିବାକୁ ସଦା ସର୍ବଦା ଚେଷ୍ଟିତ ଥିଲେ । ମୋତେ ଦଶ ବର୍ଷ ବୟସ ହୋଇଥିଲା ବେଳେ ୧୯୬୭ ମସିହାରେ ଡାଃ କ୍ରିଷ୍ଟିଆନ ବର୍ନାଡ ପ୍ରଥମ ହୃତପିଣ୍ଡ ଟ୍ରାନ୍ସପ୍ଲାଣ୍ଟ ମୋ ଜୀବନରେ ପ୍ରଥମ ବିଜ୍ଞାନ କୃତି ବିଷୟରେ ଧାରଣା ଦେଇଥିଲା । ବିଜ୍ଞାନ ଆଗ୍ରହୀ ଆମର ଶିକ୍ଷୟିତ୍ରୀ ଜେସିକା କେଲର (Ms. Jessica Keller) ଗୋଟିଏ ଘୁଷୁରି ହୃତପିଣ୍ଡ ଶ୍ରେଣୀକୁ ଆଣି ତାହାର କାର୍ଯ୍ୟ ପ୍ରଣାଳୀ ବୁଝେଇ ଥିଲେ । ତା ପରେ ୧୯୬୯ ମସିହାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ଆମକୁ ଚନ୍ଦ୍ରର ଶିଳା ଦେଖେଇବାକୁ ନେଇଥିଲେ । ଆକାଶର ଏହି ବାହ୍ୟ ସଂସାର ମୋତେ ପ୍ରକୃତିକୁ ଅନୁଶୀଳନ କରିବାକୁ ପ୍ରରୋଚିତ କରିଥିଲା ।
ହାଇ ସ୍କୁଲରେ ସିଷ୍ଟର ଭିନସେଣ୍ଟ ଆମକୁ କ୍ୱାଣ୍ଟମ ମେକାନିକ୍ସର ବୈଜ୍ଞାନିକ ରହସ୍ୟ ବିଷୟକୁ ପରିଚିତ କରେଇ ଥିଲେ । ଆମର କେମିଷ୍ଟ୍ରି ଶିକ୍ଷକ ବେଞ୍ଜିନର ଆକାର ବୁଝେଇବାକୁ ଯାଇ କେକ୍ୟୁଲ ସର୍ପ ଗଳ୍ପ (tale of Kekule’s snake) କହି ବୁଝେଇ ଥିଲେ । ପୁଅ ଝିଅ ପ୍ରତି କୌଣସି ଭେଦ ଭାବ ନ ରଖି ମୋର ଶିକ୍ଷକମାନେ ପଢେଇଥିବାରୁ ମୁଁ ସେମାନଙ୍କ ପାଖରେ କୃତଜ୍ଞ । ଆମେ ଝିଅମାନେ ଏକତ୍ର ହୋଇ ଆମର ଲକ୍ଷ ପୂରଣ କରିବା ନିମନ୍ତେ ଚେଷ୍ଟା କରିବାକୁ କହୁଥିଲେ । ଅଧୁନା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବସ୍ତୁବାଦ ଭେଦ ଥିବାରୁ ମୁଁ ଭାବୁଛି ସ୍କୁଲରେ ଆଗ୍ରହ ସୃଷ୍ଟି କରୁଥିବା ଶିକ୍ଷକ ଆବଶ୍ୟକ ।
ସ୍କୁଲରେ ମୋତେ ବିଜ୍ଞାନ ଯେଭଳି ଆନନ୍ଦ ଦେଇଥିଲା ସେ ଭଳି ଆନନ୍ଦ ପରେ ପାଇଲି ନାହିଁ । ସୁତରାଂ ବିଜ୍ଞାନ ମୋର ପ୍ରଥମ ପସନ୍ଦ ଥିଲା ।
ଜାତୀୟ ବିଜ୍ଞାନ ଟ୍ୟାଲେଣ୍ଟ ସର୍ଚ୍ଚରେ ଭଲ କରିଥିବାରୁ ମୋତେ ବିରଳା ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, କାନପୁରରୁ ପଢିବାକୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ମୁଁ ମୋର ଘର ଟାଉନରେ ଥିବା ପଞ୍ଜାବ ୟୁନିଭରସିଟିର ଇଣ୍ଟିଗ୍ରେଟେଡ ଫିଜିକ୍ସ ବିଷୟ ପଢିବାକୁ ବହୁତ ଚିନ୍ତା କରିବା ପରେ ସ୍ଥିର କଲି । ଲିଙ୍ଗଗତ ଭାବନା ଏହା ପଛରେ କାରଣ ଥିଲା, ମୋତେ ସହସା ସେହି ଅନୁଷ୍ଠାନରେ ପୁରୁଷମାନଙ୍କ ସାଥିରେ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିଥାଆନ୍ତା ।
ମୋ ଜୀବନରେ ଏହା ପ୍ରଥମ ଭୀରୁତା ଥିଲା । ଏହି ଭୀରୁତା ମୋତେ ମୋର ସମ୍ପୂର୍ଣ କ୍ଷମତାକୁ ଜୀବନ୍ତ କରିବାକୁ ଦେଲା ନାହିଁ । ଆମ ସମାଜ ଝିଅମାନଙ୍କ ମଧ୍ୟରେ ଏହି ଡରୁଆ ମନୋଭାବ ସୃଷ୍ଟି କରିଥାଏ । ମୁଁ ଗୋଟିଏ ପୁଅ ହୋଇଥିଲେ ଏହି ପ୍ରତିଦ୍ୱନ୍ଦିତା ମୂଳକ ସଂସାରରେ ଏହି ଭୟ ମୋ ମନକୁ ଆସି ନ ଥାଆନ୍ତା । ଆଜିକାଲି ସମୟ ବଦଳିଛି ଓ ମୁଁ ଭାବୁଛି ଭଲ ଅନୁଷ୍ଠାନରେ ଏ ଭଳି ମନୋଭାବ ନ ଥିବ ।
ପ୍ରଥମେ ମୋର ଲକ୍ଷ ମ୍ୟାଥମାଟିକାଳ ବାୟୋଫିଜିକ୍ସ ପଢିବାକୁ ଇଚ୍ଛା ଥିଲା ବେଳେ କିନ୍ତୁ ଅଚିହ୍ନା ଓ ଆଶ୍ଚର୍ଯ୍ୟ ଜନକ ଏଲିମେଣ୍ଟାରି ପାର୍ଟିକ୍ଳ ସଂସାରର ଆକର୍ଷଣ ହିସାବକୁ ନେଇ ନ ଥିଲି । ଏମ.ଏସ.ସି. ପଢିଲା ବେଳେ ଆମର ଦୁଇ ଜଣ ଶିକ୍ଷକ ଡଃ ଯତୀନ୍ଦ୍ର ବଜାଜ ଓ ପ୍ରଫେସର ଏମ.ପି.ଖାନ୍ନା ଥିଲେ ଯେଉଁମାନେ ଫଣ୍ଡାମେଣ୍ଟାଲ ପାର୍ଟିକ୍ଳ ଫିଜିକ୍ସ ପ୍ରତି ଆଗ୍ରହାନ୍ୱିତ ଥିଲେ ଓ ସେ ବିଷୟରେ ଉତ୍ସାହିତ କରୁଥିଲେ । ଏହି ବିଷୟରେ ଅନେକ ଗାଣିତିକ ଜଟିଳତା ଓ ସୂକ୍ଷ୍ମତା ଥିଲା ଯାହା ମୋତେ ବହୁତ ଭଲ ଲାଗୁଥିଲା । ତେଣୁ ମୁଁ ଏଲିମେଣ୍ଟାରି ପାର୍ଟିକ୍ଳ ଫିଜିକ୍ସରେ ପି.ଏଚ.ଡି. କରିବାକୁ ସ୍ଥିର କଲି । ସେତେବେଳେ ଏହା ପୃଥିବୀର ସବୁଠାରୁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଓ ପରସ୍ପର ତଣ୍ଟିକଟା ବିଷୟ ବୋଲି ଜାଣି ନ ଥିଲି। ମୁଁ ଗୋଟିଏ ଭୟାତୁରା ଛୋଟ ସହରୀ ଝିଅ ଯାହାର ଏହି ପୁରୁଷପ୍ରଧାନ ବିଷୟରେ ସ୍ୱଳ୍ପ ଜ୍ଞାନ ଅଛି ବୋଲି ଜାଣି ନ ଥିଲି ।
ମୁଁ ଶିକାଗୋ ୟୁନିଭରସିଟିରେ ପ୍ରବେଶ କରିବାରେ ଏକ ମାତ୍ର ମହିଳା ଥିଲି ଓ ମୋ ଚାରିପଟେ ପୁରୁଷ ପ୍ରତିଦ୍ୱନ୍ଦୀ ଘେରି ରହିଥିଲେ ଯେଉଁମାନେ ମୋତେ ଆଦୌ ଗମ୍ଭୀର ଭାବରେ ନେଉ ନ ଥିଲେ । ମୋତେ ବିଖ୍ୟାତ ଫିଜିକ୍ସ ବିଶାରଦ ପ୍ରଫେସର ୟୋଇଛିରୋ ନାମ୍ବୁଙ୍କ ସହ କାମ କରିବା ସୁଯୋଗ ମିଳିଥିଲା । ମୁଁ ତାଙ୍କଠାରୁ ବହୁତ କିଛି ଶିଖିଥିଲି ।
ଲିଙ୍ଗଗତ ବୈଷମ୍ୟ ମୋତେ ଆହୁରି ଶକ୍ତ କଲା ଓ ମୋର ଉଚ୍ଚାକାଙ୍ଖ୍ୟା ଫଳବତୀ ହେଲା । ମୋର ଅନୁଭୂତି ଆଜିର ଯୁବତୀ ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ଆଶା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

http://www.ias.ac.in/womeninscience/liladaug.html