ବିଦ୍ୟା ସିହ୍ନା ସାହା ମିମ୍

ଉଇକିପିଡ଼ିଆ‌ରୁ
ବିଦ୍ୟା ସିହ୍ନା ସାହା ମିମ୍
୨୦୧୨ରେ ବିଦ୍ୟା
ଜନ୍ମ
ରାଜସାହି, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାବଙ୍ଗଳା ସାହିତ୍ୟରେ ସ୍ନାତକ
ଶିକ୍ଷାନୁଷ୍ଠାନଦକ୍ଷିଣ-ପୂର୍ବ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୭- ଏବେଯାଏଁ
ପିତାମାତା(s)ବିରେନ୍ଦ୍ର ନାଥ ସାହା, ଛବି ସାହା

ବିଦ୍ୟା ସିହ୍ନା ସାହା ମିମ୍ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା । ବିଦ୍ୟା ୨୦୦୭ରେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗିତା ଜିତିବା ପରେ ଅଭିନୟରେ ତାଙ୍କର ପେଷା ଆରମ୍ଭ କରିଥିଲେ । ୨୦୦୭ରେ ସେ ଏକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ହୁମାୟୁନ୍ ଅହମଦଙ୍କର ଦୂରଦର୍ଶନ ଧାରାବାହିକ ଜଳ ତରଙ୍ଗରେ ସେ ମୁଖ୍ୟ ନାୟିକା ଭାବରେ ୨୦୦୭ରେ ଅଭିନୟ ଆରମ୍ଭ କରିଥିଲେ । ସେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେବା ପରେ ହୁମାୟୁନ ଅହମଦଙ୍କର ଚଳଚ୍ଚିତ୍ର ଅମର ଅଚେ ଝୋଲ୍ କଥାଚିତ୍ର ଜରିଆରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୨୦୦୮ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ଏବଂ ସମୀକ୍ଷକମାନେ ଅଧିକ ପସନ୍ଦ କରିଥିଲେ । ଏହାପରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଆମର ପ୍ରାଣର ପ୍ରିୟା ସବୁଠାରୁ ବଡ଼ ବ୍ୟବସାୟିକ ସଫଳତା ପାଇଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ୨୦୧୪ରେ ସେ ଗ୍ଲୋ ଅଫ୍ ଦ ଫାୟାରଫ୍ଲାଏରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଅନେକ ଆନ୍ତର୍ଜାତୀୟ ପୁରସ୍କାର ପାଇଥିଲା । ୧୨ତମ ଏସିଆନ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ସ‌ହ ୮୭ତମ ଆକାଡେମୀ ପୁରସ୍କାର ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ବଙ୍ଗଳାଦେଶକୁ ସ୍ଥାନ ମିଳିଥିଲା ।

ବିଦ୍ୟା କେତେକ ବଙ୍ଗଳାଦେଶୀ ଜିନିଷର ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଲକ୍ସ, ଗ୍ରାମୀଣଫୋନ୍, ୱାଲ୍‌ଟନ୍ ଭଳି ସଂସ୍ଥା ସ‌ହ ସେ ବିଜ୍ଞାପନ ପ୍ରଚାରକ ଭାବରେ ଜଡ଼ିତ । ୨୦୧୫ରେ ଦକ୍ଷିଣ ଏସିଆର ଟିଆର୍‌ଇସେମ୍ମେ ପାଇଁ ସେ ମୁଖ୍ୟ ବିଜ୍ଞାପନ ପ୍ରାଚରିକା ଭାବରେ ସ୍ଥାନ ପାଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିଦ୍ୟା ବଙ୍ଗଳାଦେଶର ରାଜସାହିର ବାଘାଠାରେ ଜନ୍ମଗ୍ରହଣ କରିଥିଏଲ । ତାଙ୍କ ବାପା ବିରେନ୍ଦ୍ର ନାଥ ସାହା ଏବଂ ମାଅ ଛବି ସାହା । ବିଦ୍ୟା କୋମିଲାର ନବାଜ ଫଇଜୁନେସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପାଠ ପଢ଼ା ଶେଷ କରିବା ପରେ ସେଠାକାର ଭିକ୍ଟୋରିଆ ସରକାରୀ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଏହାପରେ ସେ ଦକ୍ଷିଣ-ପୂର୍ବ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ବଙ୍ଗଳା ସାହିତରେ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୭ରେ ବିଦ୍ୟା ଲକ୍ସ ଚେଲାଇ ଆଇ ସୁପରଷ୍ଟାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ବିଜୟିନୀ ହୋଇଥିଲେ ।[୧] ଏହି ପ୍ରତିଯୋଗିତା ସମୟରେ ଏକ ବିଶେଷ ଘୋଷଣା କରାଯାଇଥିଲା । ଘୋଷଣା ଅନୁସାରେ ସେହି ପ୍ରତିଯୋଗିତାର ବିଜୟିନୀଙ୍କୁ ହୁମାୟୁନ ଅହ‌ମଦଙ୍କ ଚଳଚ୍ଚିତ୍ରରେ ନାୟିକା ଭାବରେ ନିଆଯିବ । ଏହାପରେ ସେ ହୁମାୟୁନ ଅହ‌ମଦଙ୍କ ଚଳଚ୍ଚିତ୍ର ଅମର ଅଛେ ଜଳ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କାହାଣୀ ଏକ ଉପନ୍ୟାସ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି କେବଳ ଅଳ୍ପ କେତୋଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବିଦ୍ୟାଙ୍କୁ ବଙ୍ଗଳାଦେଶ କଥାଚିତ୍ର ଜଗତରେ ପ୍ରବେଶର ସୁଯୋଗ ଦେଇଥିଲା ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେ ହୁୟୁନ ଅହ‌ମଦଙ୍କର ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ବିଦ୍ୟା କିଛି ଚଳଚ୍ଚିତ୍ର ସ‌ହ ଦୂରଦର୍ଶନ ଅଭିନୟରେ ଅଧିକ ସକ୍ରିୟ ଥିଲେ । ୨୦୧୨ରେ ବିଦ୍ୟା ଜୋନାକିର ଆଲୋ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଏଲ ଖଲିଦ ମହମଦ ମିତୁ । ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଅମର ଅଛେ ଜଳ
  • ଆମର ପ୍ରାଣର ପ୍ରିୟା
  • ଜୋନାକିର ଆଲୋ
  • ତରକତ୍ତା
  • ପଦ୍ମ ପତର ଜଳ
  • ବ୍ଲାକ୍
  • ସୁଇଟ୍ ହାର୍ଟ
  • ଆମି ତୁମାର ହୋତେ ଚାଇ
  • ଭଲବାସୋ ଏମୋନି ହୋଏ

ଆଧାର[ସମ୍ପାଦନା]

  1. Hassan, Mainul (8 September 2007). "Bidya Sinha Saha crowned Lux Channel-i Superstar '07". The Daily Star. Archived from the original on 8 July 2015. Retrieved 7 July 2015.
  2. Ganguly, Ruman (7 July 2015). "Bangladeshi actress Mim is 'too gorgeous', complains director!". Times of India. Retrieved 7 July 2015.

ବାହାର ଆଧାର[ସମ୍ପାଦନା]