ବିଜ୍ଞାନ କାହାଣୀ

ଉଇକିପିଡ଼ିଆ‌ରୁ

ବିଜ୍ଞାନ କାହାଣୀ (ସାଇ-ଫାଇ - sci-fi କିମ୍ବା SF ବୋଲି ସଂକ୍ଷେପରେ ଲେଖାଯାଏ) କଳ୍ପନାପ୍ରସୂତ ରଚନାର ଏକ ବିଭବ । ଏହା ସାଧାରଣତଃ ବିଜ୍ଞାନ ଏବଂ ପ୍ରଯୁକ୍ତି, ମହାକାଶ ଅନୁସନ୍ଧାନ, ସମୟ ଭ୍ରମଣ, ସାମାନ୍ତରାଳ ବ୍ରହ୍ମାଣ୍ଡଏବଂ ବିଶ୍ୱ ବାହାରେ ଜୀବନ ଭଳି ଭବିଷ୍ୟତଧାରଣା କଳ୍ପନାଶୀଳ ଓ ଭବିଷ୍ୟଧର୍ମୀ ରଚନା । ଏହାକୁ "ଚିନ୍ତାଧାରାର ସାହିତ୍ୟ" ମଧ୍ୟ କୁହାଯାଏ ଏବଂ ପ୍ରାୟତଃ ବୈଜ୍ଞାନିକ, ସାମାଜିକ ଏବଂ ପ୍ରଯୁକ୍ତିଗତ ନବସୃଜନର ସମ୍ଭାବ୍ୟ ପରିଣାମ ଅନୁସନ୍ଧାନ କରିଥାଏ ।[୧][୨]

ବିଜ୍ଞାନ କାହାଣୀର ଯାହାର ମୂଳ ପ୍ରାଚୀନ କାଳରେ ମଧ୍ୟ ରହିଥିଲା । ସେଥିରେ ଫାଣ୍ଟାସି, ଭୋତିକ, ସୁପରହିରୋ କାହାଣୀ ତଥା ଅନେକ ବିଜ୍ଞାନ କାହାଣୀ ଉପଶୈଳୀ ରହିଛି । ଏହାର ସଠିକ ପରିଭାଷା ଲେଖକ, ସମାଲୋଚକ, ବିଦ୍ୱାନ ଏବଂ ପାଠକମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିତର୍କ ହୋଇଛି ।

ବିଜ୍ଞାନ କାହାଣୀ ସାହିତ୍ୟ, ଚଳଚ୍ଚିତ୍ର, ଟେଲିଭିଜନ ଏବଂ ଅନ୍ୟ ମାଧ୍ୟମ ବିଶ୍ୱର ଅନେକ କ୍ଷେତ୍ରରେ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ହୋଇଛି । ମନୋରଞ୍ଜନ ପ୍ରଦାନ କରିବା ଛଡ଼ା ଏହା ବର୍ତ୍ତମାନର ସମାଜକୁ ମଧ୍ୟ ସମାଲୋଚନା କରିପାରେ ଏବଂ ପ୍ରାୟତଃ ଏକ "ଆଶ୍ଚର୍ଯ୍ୟ ଭାବନା"ର ପ୍ରେରଣା ଦିଏ ବୋଲି କୁହାଯାଏ ।[୩]

ଆଧାର[ସମ୍ପାଦନା]

  1. Marg Gilks; Paula Fleming; Moira Allen (2003). "Science Fiction: The Literature of Ideas". WritingWorld.com. {{cite web}}: Unknown parameter |last-author-amp= ignored (|name-list-style= suggested) (help)
  2. von Thorn, Alexander (August 2002). "Aurora Award acceptance speech". Calgary, Alberta. {{cite journal}}: Cite journal requires |journal= (help)
  3. Prucher, Jeff (ed.). Brave New Words. The Oxford Dictionary of Science Fiction (Oxford University Press, 2007) page 179