ବାହାଈ ଧର୍ମ

ଉଇକିପିଡ଼ିଆ ରୁ
Jump to navigation Jump to search
ପଦ୍ମ ମନ୍ଦିର, (ବାହାଈ ଉପାସନା ଗୃହ)
ପଦ୍ମ ମନ୍ଦିର (ବାହାଈ ଉପାସନା ଗୃହ), ନୂଆଦିଲ୍ଲୀ

ଇରାନ (ପର୍ସିଆ)ରେ ମୁଖ୍ୟତଃ ସିଆ ମୁସଲମାନମାନେ ବାସ କରନ୍ତି । ସେଠାରେ ୧୮୫୨ ମସିହାରେ ମିର୍ଜା ହୁସୈନ ଆହି ନାମକ ଜଣେ ୩୫ ବର୍ଷ ବୟସର ଯୁବକ ଜେଲରୁ ଘୋଷଣା କଲେ ଯେ ସେ ହିଁ ହେଉଛନ୍ତି ଈଶ୍ୱରଙ୍କର ଏକ ନୂତନ ଅବତାର । ତା’ପରେ ସେ ନିଜକୁ ବାହାଉଲ୍ଲା ଅର୍ଥାତ୍ ଈଶ୍ୱରଙ୍କ ଯଶସ୍ୱୀ ଅବତାର ବୋଲି ଘୋଷଣା କରିବାରୁ ତାଙ୍କୁ ଇରାନ୍ରୁ ବିତାଡ଼ିତ କରିଦିଆଗଲା । ନିର୍ବାସନ ଓ ବିତାଡ଼ିତ ଜୀବନରେ ମଧ୍ୟ ତାଙ୍କର ଜୀବଦ ଓ ଦର୍ଶନ ପ୍ରତି ଆକୃଷ୍ଟ ହୋଇ ଅନେକ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଇହୁଦି ଲୋକମାନେ ତାଙ୍କର ଆଦର୍ଶକୁ ଅନୁସରଣ କରିବାକୁ ଲାଗିଲେ । ଏହି ପ୍ରକାର ପରିସ୍ଥିତିରୁ ଉନବିଂଶ ଶତାବ୍ଦୀରେ ପୃଥିବୀର କନିଷ୍ଟତମ ଧର୍ମ ବାହାଈ ପନ୍ଥା ବା ଧର୍ମ ସୃଷ୍ଟି ହୋଇ କ୍ରମେ କ୍ରମେ ବିଭିନ୍ନ ଦେଶରେ ପରିବ୍ୟାପ୍ତ ହେବାକୁ ଲାଗିଲା । ତାଙ୍କ ଧର୍ମରେ ଦୁଇଟି ପ୍ରଧାନ ପୁସ୍ତକ ଅଛି । (୧) ସାତୋଟି ଉପତ୍ୟକା (୨) କିତାବ-ଇ-ଅଖତାବ । ବାହାଈମାନେ ସାଧାରଣତଃ ବଡ଼ ଉଦାରଧର୍ମୀ ଏବଂ ମାନବିକତା, ଆଦର୍ଶ ପ୍ରଚାର କରନ୍ତି । ତାଙ୍କର ତତ୍ତ୍ୱ ଏବଂ ଦର୍ଶନ ସଂକ୍ଷେପରେ ଦିଆଯାଇଛି-

  1. ଆମେମାନେ ସମସ୍ତେ ଯେଝା ମାର୍ଗରେ ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ
  2. କୌଣସି ପ୍ରକାର ଅନ୍ଧବିଶ୍ୱାସଦ୍ୱାରା ଆମେ ପ୍ରଭାବିତ ନହେଲେ ଭଲ
  3. ସମଗ୍ର ମାନବଜାତି ଏକ ବୋଲି ଆମେ ହୃଦୟରେ ଗ୍ରହଣ କରିବା ଉଚିତ୍
  4. ସବୁ ଧର୍ମରେ ଗୋଟିଏ ଦୃଢ଼ ଐକ୍ୟ ଭାବନା ରହିଛି ଏବଂ ବିଶ୍ୱାସ ହିଁ ସବୁ ଆଧ୍ୟାତ୍ମିକ ଭାବଧାରାର ମୂଳାଧାର
  5. ଜାତି, ଧର୍ମ, ସଂପ୍ରଦାୟ, ଗୋଷ୍ଠି ନାମରେ କୌଣସି କଠୋର ପନ୍ଥା ଅନୁସରଣ କରିବା ଆଦୌ ଉଚିତ୍ ନୁହେଁ
  6. ଆଧୁନିକ ବିଜ୍ଞାନ ଓ ଧର୍ମ ଭାବନା ମଧ୍ୟରେ ସହଯୋଗ ତଥା ସଂହତି ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ
  7. ନାରୀ ଓ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ୍ ।

ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।[୧]

ଦିଲ୍ଲୀରେ ଥିବା ‘ପଦ୍ମ ମନ୍ଦିର’ଟି ବାହାଈ ଧର୍ମର ଉପାସନା ଗୃହ ଅଟେ । ଫୁଟିଥିବା ପଦ୍ମ ଆକାରର ଏହି ସଂପୂର୍ଣ୍ଣ ଶଙ୍ଖ ମଲମଲ ପଥରରେ ନିର୍ମିତ ଉପାସନା ଗୃହ ପୃଥିବୀର ଏକ ବିସ୍ମୟ ସୃଷ୍ଟି । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ଖଣ୍ଡ ଶଙ୍ଖ ମଲମଲ ପଥର କମ୍ପ୍ୟୁଟରଦ୍ୱାରା ମାପଚୁପ ହୋଇ ନିର୍ମିତ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ବିରାଟ ମନ୍ଦିର ପ୍ରକଳ୍ପ ଏବଂ ଏହାର ଅତି ସୁନ୍ଦର ପରିବେଶ ଆଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ ବିରାଟ ଓ ମହାନ ସୃଷ୍ଟି ।

ଆଧାର[ସମ୍ପାଦନା]

  1. ଡା. କବିପ୍ରସାଦ ମିଶ୍ର, ରବିବାର ସମାଜ, ପୃଷ୍ଠା-୭, ମେ୨୦-୨୬, ୨୦୧୨

ବାହାର ତଥ୍ୟ[ସମ୍ପାଦନା]