ବାଲ୍ମିକୀ

ଉଇକିପିଡ଼ିଆ ରୁ
Jump to navigation Jump to search

ବାଲ୍ମିକୀ ସଂସ୍କୃତ ସାହିତ୍ୟର ଅଗ୍ରଗଣ୍ୟ କବି ତଥା ସଂସ୍କୃତ ରାମାୟଣର ସ୍ରଷ୍ଟା । ରାମାୟଣ ମହାକାବ୍ୟରେ ଭଗବାନ ରାମଙ୍କ ଜୀବନ ମାଧ୍ୟମରେ ସେ ବିଶ୍ୱବାସୀଙ୍କୁ ମାନବ ଜୀବନର ସତ୍ୟ ତଥା କର୍ତ୍ତବ୍ୟ ବିଷୟରେ ଅବଗତ କରାଇଛନ୍ତି । ପ୍ରଥମ ସଂସ୍କୃତ ମହାକାବ୍ୟ ଭାବେ ରାମାୟଣ ଗ୍ରନ୍ଥ ରଚନା କରିଥିବରୁ ସେ ମଧ୍ୟ ଆଦିକବି ଭାବେ ଖ୍ୟାତ ।

ଜୀବନୀ[ସମ୍ପାଦନା]

ବାଲ୍ମିକୀଙ୍କ ଜନ୍ମ ସମ୍ବନ୍ଧରେ ସଠିକ ପ୍ରାମାଣିକ ତଥ୍ୟ ନାହିଁ । ତେବେ ବାଲ୍ମିକୀ ରାମାୟଣର ପ୍ରାଚୀନତା ବିଷୟରେ ଲବ୍ଧ ତଥ୍ୟ ହିଁ ବାଲ୍ମିକୀଙ୍କ ଜନ୍ମ ସମୟ ବିଷୟରେ ସମ୍ୟକ ତଥ୍ୟ ପ୍ରଦାନ କରେ । ବାଲ୍ମିକୀଙ୍କ ରଚିତ ରାମାୟଣ ମହାକାବ୍ୟ ସାତ କାଣ୍ଡ ବା ସାତ ଭାଗ ବିଶିଷ୍ଟ । ଉତ୍ତରା କାଣ୍ଡ ସହ ଏହା ପ୍ରାୟ ୨୪,୦୦୦ ଶ୍ଳୋକ ବିଶିଷ୍ଟ । ଐତିହାସିକଙ୍କ ମତରେ ରାମାୟଣର ରଚନା ଖ୍ରୀଷ୍ଟପୂର୍ବ ୫୦୦ରୁ ଖ୍ରୀଷ୍ଟପୂର୍ବ ୧୦୦ ମଧ୍ୟରେ [୧]। ରାମାୟଣ ମହାକାବ୍ୟ ବିଭିନ୍ନ ସମୟରେ ବିଭିନ୍ନ କବି ମାନଙ୍କଦ୍ୱାରା ପରିବର୍ତ୍ତିତ ତଥା ପରିବର୍ଦ୍ଧିତ ହୋଇଥିବାରୁ ଏହାର ମୂଳ କାବ୍ୟର ରଚନା କାଳ ତଥା ବାଲ୍ମିକୀଙ୍କ ଜନ୍ମ ସମୟ ସଠିକ ଭାବେ ନିରୂପଣ ହୋଇପାରିନାହିଁ ।

ଭାରତୀୟ ବଂଶୋଦ୍ଭବ ଇଂରେଜୀ ଲେଖକ ମେନେନ୍‌ଙ୍କ ମତରେ ବାଲ୍ମିକୀ ହେଉଛନ୍ତି ମାନବ ଇତିହାସର ପ୍ରଥମ କବି ଯେ କି ରାମାୟଣ କାଳରେ ହିଁ ପ୍ରଥ୍ମ ମହାକାବ୍ୟ ରାମାୟଣ ରଚନା କରିପାରିଥିଲେ । କଥିତ ଅଛି ବାଲ୍ମିକୀ ରାମଙ୍କୁ ସାକ୍ଷାତ କରିଛନ୍ତି ଏବଂ ସୀତାଙ୍କ ନିର୍ବାସନ କାଳରେ ତାଙ୍କୁ ନିଜ କୁଟୀରରେ ଆଶ୍ରୟ ପ୍ରଦାନ କରିଛନ୍ତି । ଏପରିକି, ସୀତାଙ୍କ ଯମଜ ପୁତ୍ର ଲବ ଓ କୁଶ ବାଲ୍ମିକୀଙ୍କଠାରୁ ରାମାୟଣ ଶୁଣି ଅଶ୍ୱମେଧ ଯଜ୍ଞ ସମୟରେ ରାମଙ୍କ ଦରବାରରେ ଗାନ କରିଛନ୍ତି, ରାମ ମଧ୍ୟ ଏହି ତଥ୍ୟ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି । ଏହିପରି ଭାବରେ କେତେକଙ୍କ ମତରେ ବାଲ୍ମିକୀଙ୍କୁ ରାମଙ୍କ ସମସାମୟିକ ବୋଲି କୁହାଯାଇଛି ।

ଏକ କିମ୍ବଦନ୍ତୀ ଅନୁସାରେ ସୁମାଳୀ ନାମକ ବ୍ରାହ୍ମଣଙ୍କ ପୁତ୍ର ହେଉଛନ୍ତି ଅଗ୍ନି ଶର୍ମା । ଥରେ ଅଗ୍ନିଶର୍ମାଙ୍କର ଭେଟ ହୁଏ ଋଷି ନାରଦଙ୍କ ସହ । ଋଷି ନାରଦଙ୍କ କଥାରେ ନିଜ କର୍ତ୍ତବ୍ୟ ବିଷୟରେ ଜାଣି ଋଷିଙ୍କ ଆଦେଶରେ ସେ ମରା ଶବ୍ଦ ଉଚ୍ଚରଣ ପୂର୍ବକ ବର୍ଷ ବର୍ଷ ଧରି ତପସ୍ୟା କରିବାକୁ ଲାଗିଲେ । ପରବର୍ତ୍ତୀ ସମୟରେ ତପସିଦ୍ଧି ଫଳରେ ଏହି ମରା ଶବ୍ଦ ରାମ ଶବ୍ଦରେ ପରିବର୍ତ୍ତିତ ହୋଇଯାଇଛି ଏବଂ ଅଗ୍ନିଶର୍ମା ବାଲ୍ମିକୀ ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ପ୍ରଥମ ଶ୍ଳୋକ[ସମ୍ପାଦନା]

The youthful sage Narada at the white-bearded Valmiki's hermitage

ଵାଲ୍ମିକୀ ତାଙ୍କ ଶିଷ୍ୟଙ୍କ ସହ ନିତ୍ୟକର୍ମ ସମାପନ ନିମିତ୍ତ ଗଙ୍ଗା ନଦୀ ଅଭିମୁଖେ ଯାଉଥାନ୍ତି । ବାଟରେ ତମସା ଝରଣାର ନିର୍ମଳ ଜଳ ଦେଖି ସେଠାରେ ଗାଧୋଇ ବାକୁ ଇଛା ପ୍ରକାଶ କଲେ । ଏହି ସଯୟରେ ସେ ଦେଖିଲେ ମୈଥୁନ ରତ ଏକ ସାରସ ଯୋଡ଼ାକୁ ବ୍ୟାଧଟିଏ ଶର ମାରନ୍ତେ ପୁରୁଷ ପକ୍ଷିଟି ନିହତ ହେଲା । ଏଥିରେ ବ୍ୟଥିତ ହୋଇ ମାତା ସାରସ ପକ୍ଷିଟି ଵିଳାପ କରିବାରେ ଲାଗିଲା । ଏହି ଶୋକ ସନ୍ତପ୍ତ ଦୃଶ୍ୟରେ ଅତ୍ୟନ୍ତ ମର୍ମାହତ ବାଲ୍ମିକୀଙ୍କ ମୁହଁରୁ ଏହି ଶ୍ଳୋକ ଵାହାରି ଆସିଲା ।


मा निषाद प्रतिष्ठां त्वमगमः शाश्वतीः समाः।
यत्क्रौञ्चमिथुनादेकमवधीः काममोहितम्॥'[୨]
mā niṣāda pratiṣṭhā tvamagamaḥ śāśvatīḥ samāḥ
yat krauñcamithunādekam avadhīḥ kāmamohitam[୩]
ଅର୍ଥ: ହେ ନିଷାଦ, ତୁମକୁ ଅନନ୍ତ କାଳ ପର୍ଯ୍ୟନ୍ତ ଶାନ୍ତି(ପ୍ରତିଷ୍ଠା) ମିଳିବ ନାହିଁ,
କାରଣ ତୁମେ ପ୍ରଣୟ କ୍ରୀଡାରେ ଲିପ୍ତ ସାରସ ପକ୍ଷୀ ଯୋଡାରୁ ଗୋଟିକର ହତ୍ୟା କରିଦେଲ [୪]

ଏହାହିଁ ସସ୍କୃତ ସାହିତ୍ୟର ପ୍ରଥମ ଶ୍ଳୋକ ଵୋଲି କୁହାଯାଏ । ଅତଏଵ ରାମାୟଣ ପ୍ରଥମ ମହାକାଵ୍ୟ ଏବଂ ବାଲ୍ମିକୀ ହେଉଛନ୍ତି ଆଦିକବି ।

ଅଧାର[ସମ୍ପାଦନା]

  1. Sheikh, Majid (8 June 2014). "harking back : Myths and facts of the beginnings of Lahore". DAWN.COM (in ଇଂରାଜୀ). Retrieved 6 January 2020.
  2. "The Ramayana in Sanskrit: Book 1: Chapter 2". www.sacred-texts.com. Retrieved 6 January 2020.
  3. Sacred-Texts.com IAST encoded transliteration (modified from original source to accurately reflect sandhi rules)
  4. Buck, William and van Nooten, B. A. Ramayana. 2000, page 7